ସେମି ଫାଇନାଲରେ ପ୍ରବେଶ କଲେ ବଜରଙ୍ଗ ପୁନିଆ


ନିରାଶ ପରେ ପୁଣି ଜାଗିଲା ଆଶାର କିରଣ । ଟୋକିଓରେ ଦମ୍ ଦେଖାଇଛନ୍ତି ବଜରଙ୍ଗ ପୁନିଆ । ଜବରଦସ୍ତ ବିଜୟ ସହ ସେମିଫାରେ ପ୍ରବେଶ କରିଛନ୍ତି ବଜରଙ୍ଗ ପୁନିଆ । ଅପରାହ୍ଣରେ ହେବ ସେମିଫାଇନାଲ ମୁକାବିଲା । ଏବେ ବଜରଙ୍ଗ ପୁନିଆଙ୍କ ଉପରେ ସାରା ଦେଶବାସୀଙ୍କ ନଜର ରହିଛି । ପୁନିଆଙ୍କ ପାଖରେ କୁସ୍ତିରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି ।

ସେମିଫାଇନାଲରେ ସେ ଇରାନ ପ୍ରତିଦ୍ୱନ୍ଦିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବଜରଙ୍ଗ ପୁନିଆ ସେମିଫାଇନାଲରେ ତିନିଥର ବିଶ୍ୱ ଚାମ୍ପିଅନ୍ ହାଜି ଆଲିଏଭଙ୍କୁ ଭେଟିବେ । ଯଦି ବଜରଙ୍ଗ ସେମିଫାଇନାଲରେ ଜିତନ୍ତି, ତେବେ ସେ ଦେଶାପାଇଁ ପଦକ ଜିତିବାରେ ଆଉ ଜଣେ ପ୍ରତିଯୋଗି ହେବେ ।


Share It

Comments are closed.