ଆଜି ହେଉଛି ଅନ୍ତରାଷ୍ଟ୍ରିୟ ଅଲମ୍ପିକ ଦିବସ, ଜାଣନ୍ତୁ ଆଜି ଦିନରେ ହିଁ କାହିଁକି ପାଳନ କରାଯାଇଥାଏ ଏହି ଦିବସ


ଆଜି ୨୩ ଜୁନରେ ପୁରା ବିଶ୍ୱରେ ଅନ୍ତରାଷ୍ଟ୍ରିୟ ଅଲିମ୍ପିକ ଦିବସ ପାଳନ କରାଯାଉଛି । ଏହି ଖାସ ଅବସରରେ ଦୁନିଆର ଭିନ୍ନ ଭିନ୍ନ ଅଂଶରେ ଅନେକ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଯେଉଁଥିରେ ବିଭିନ୍ନ ବର୍ଗର ଲୋକ ଏବଂ କ୍ରୀଡ଼ାବିତ ସାମିଲ ହୋଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ପୁରା ଦୁନିଆରେ ଆଜି ଦିନରେ ହିଁ କାହିିଁକି ଅଲମ୍ପିକ ଦିବସ ପାଳନ ରାଯାଇଥାଏ ? ଆସନ୍ତୁ ଜାଣିବା ଏହା ପଛର ସମ୍ପୂର୍ଣ୍ଣ କାହାଣୀ ।
କଣ ହୋଇଥାଏ ଅଲମ୍ପିକ ଦିବସ
ଆଜି ଦିନରେ ୧୮୯୪ରେ ଅନ୍ତରାଷ୍ଟ୍ରିୟ ଅଲମ୍ପିକ ସମିତିର ସ୍ଥାପନା କରାଯାଇଥିଲା, ଏହି ଦିନ ଖେଳ, ସ୍ୱାସ୍ଥ୍ୟ ଏବଂ ନିଜକୁ ଶ୍ରେଷ୍ଠ କରିବାର ଦିନ ଅଟେ । ଏଥିରେ ଦୁନିଆଯାକରୁ ଯେକେହି ମଧ୍ୟ ଅଂଶଗ୍ରହଣ କରିପାରିବେ । ଅଲମ୍ପିକ ଦିବସ ପ୍ରତ୍ୟେକ ବର୍ଷ ୨୩ ଜୁନରେ ପାଳନ କରାଯାଇଥାଏ ।


ଅଲମ୍ପିକ ଦିବସର ଇତିହାସ
ଚେକ ଆଇଓସିର ସଦସ୍ୟ ଡାକ୍ତର ଗ୍ରସ ଷ୍ଟକହୋମଠାରେ ଅନ୍ତରାଷ୍ଟ୍ରିୟ ଅଲମ୍ପିକ ସମିତିର ୪୧ତମ ଅଧିବେସନରେ ବିଶ୍ୱ ଅଲମ୍ପିକ ଦିବସର ବିଚାର ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଅଲମ୍ପିକର ସନ୍ଦେଶ ଏବଂ ମୂଳ ଉଦ୍ଦେଶ୍ୟକୁ ପାଳନ କରିବା ପାଇଁ ଗୋଟିଏ ଦିନ ନିର୍ଦ୍ଧାରିତ କରିବା ପାଇଁ କୁହାଯାଇଥିଲା । କିଛି ମାସ ପରେ ଜାନୁଆରୀ ୧୯୪୮ରେ ସେଂଟ ମୋରିଟ୍‌ଜରେ ଆଇଓସିର ୪୨ତମ ଅଧବିବେସନରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଗଲା । ରାଷ୍ଟ୍ରିୟ ଅଲମ୍ପିକ ସମିତିଗୁଡ଼ିକୁ ଏହି କାର୍ଯ୍ୟକ୍ରମର ଆୟୋଜନର ଦାୟୀତ୍ୱ ଦିଆଗଲା, ଏହା ପରଠାରୁ ଏହି ତାରିଖ ଆଇଓସି ଇତିହାସରେ ଏକ ବିଶେଷ ମୁହୂର୍ତର ଅଂଶ ହୋଇଗଲା ।

ପ୍ରଥମେ କେବେ ପାଳନ କରାଯାଇଥିଲା
ଅଲମ୍ପିକ ଦିବସ ୨୩ ଜୁନ ୧୯୪୮ରେ ପ୍ରଥମଥର ପାଳନ କରାଯାଇଥିଲା । ସେ ସମୟରେ ପର୍ତୁଗାଲ, ଗ୍ରୀସ, ଅଷ୍ଟ୍ର୍ରିଆ, କାନାଡା, ସ୍ୱିଜରଲ୍ୟାଣ୍ଡ, ଗ୍ରେଟ ବ୍ରିଟେନ, ଆଦି କିଛି ଦେଶରେ ଏହା ପ୍ରଥମେ ପାଳନ କରାଯାଇଥିଲା ।
ଏହିଥର କଣ ଖାସ ରହିବ
ବର୍ତମାନର କରୋନା ମହାମାରି ମଧ୍ୟରେ ଯେତେବେଳେ ସବୁକିଛି ଲକଡାଉନ ରହିଛି ଏବଂ ଖେଳ ଉପରେ ମଧ୍ୟ ଏହାର ବଳୟ ରହିଛି ତେଣୁ ଏହିଥର ଏହାକୁ ଡିଜିଟାଲ ମାଧ୍ୟମରେ ଖାସ ରୁପେ ପାଳନ କରାଯିବାର ପ୍ରସ୍ତୁତି କରାଯାଉଛି । ୨୩ ଜୁନ ଅର୍ଥାତ ଆଜି ଦିନରେ ସବୁଠାରୁ ବଡ଼ ୨୪ ଘଂଟାର ପ୍ରଥମ ଡିଜିଟାଲ-ଅଲମ୍ପିକ ୱର୍କଆଉଟର ଆୟୋଜନ କରାଯିବ । ଏହିଥର ଏଥିରେ ପୁରା ଦୁନିଆରୁ ଷ୍ଟାର ଏବଂ ଦିଗଜ୍ଜ ଖେଳାଳୀ ନିଜ ନିଜ ଘରୁ ଅନଲାଇନ ୱର୍କଆଉଟ କରିବେ ଏବଂ ସେମାନଙ୍କ ସହ ଯେକେହି ମଧ୍ୟ ଯୋଡ଼ି ହୋଇ ୱର୍କଆଉଟ କରିପାରିବେ ଏବଂ ନିଜ ପ୍ରିୟ ଖେଳାଳୀଙ୍କ ଠାରୁ ପ୍ରେରଣା ମଧ୍ୟ ନେଇପାରିବେ ।
ଅଲମ୍ପିକ ଦିବସରେ ଲୋକ କଣ କରିଥାନ୍ତି
ଏହିଦିନ ଦୁନିଆଯାକରୁ ରାଷ୍ଟ୍ରିୟ ଅଲମ୍ପିକ ସମିତିଗୁଡ଼ିକ , ‘ଆଗକୁ ବଢ଼’, ‘ଶିଖ’ ଏବଂ ‘ସଂନ୍ଧାନ’ର ତିନି ସ୍ତମ୍ଭ ଆଧାରରେ ବୟସ, ଲିଙ୍ଗ, ସାମଜିକ ପୃଷ୍ଠଭୁମି କିମ୍ବା ଖେଳ ସାମର୍ଥ୍ୟର ଚିନ୍ତା କରିବା ବିନା ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷେପ ଆରମ୍ଭ କରିଥାଏ । ଏହିଥର ଏଥିରେ ୨୦୧୬ର ମହିଳା ବ୍ୟାଡମିଂଟନ ସିଙ୍ଗଲର ରଜତ ପଦକ ବିଜେତା ଏବଂ ଦେଶର ଷ୍ଟାର ଖେଳାଳୀ ପିଭି ସିନ୍ଧୁ ଏହି ଆୟୋଜନର ଅଂଶ ହେବେ ଏବଂ ଅନଲାଇନରେ ନିଜ ୱର୍କଆଉଟ ସେୟାର କରିବେ ।


Share It

Comments are closed.