୭୬ ବର୍ଷୀୟ ବରର ହାତ ଧରିଲେ ୪୬ ବର୍ଷିୟା କନିଆ


ଆଧୁନିକତା ସଭ୍ୟ ସମାଜରେ ମନଲାଖି ବର ହେଉ କିମ୍ବା କନ୍ୟା ଟିଏ ପାଇଁ ଅନେକ ଖୋଜାଖୋଜି ସତ୍ବେ ମିଳିବା ଅତି କଷ୍ଟସାଧ୍ୟ । ଆଜି କାଲି ର ଦୁନିଆଁ ରେ ବିବାହ ଏବଂ ଛାଡ଼ପତ୍ର ଏକ ଟ୍ରେଣ୍ଡ ପାଲଟି ଯାଇଛି ।ଅନେକ ସ୍ଥାନରେ ଭୂଲ ବୁଝାମଣା ରୁ ନବ ବିବାହିତ ଙ୍କ ସାଂସାରିକ ଜୀବନ ରେ ଅନେକ ସମସ୍ୟା ଦେଖାଯାଉଛି । ଏଭଳିକି ଦୁହେଁ ଦୁହିଁଙ୍କ ଉପରେ ବିଶ୍ୱାସ ଏବଂ ଭରସା ହରାଇ ଜୀବନ ନେବାପାଇଁ ମଧ୍ୟ ପଛାଉ ନାହାନ୍ତି । ଏଭଳି କ୍ଷେତ୍ର ରେ ଆଧୁନିକ ସମାଜ ପାଇଁ ଉଦାହରଣ ସାଜିଛନ୍ତି ଦୁଇ ପ୍ରେମପକ୍ଷୀ ବୟସ ର ଅପରାହ୍ନ ରେ ବିବାହ କରି ସମାଜ କୁ ଦେଇଛନ୍ତି ପ୍ରେମ ର ବାର୍ତ୍ତା ଆଉ ବୁଝାଇ ଦେଇଛନ୍ତି ପ୍ରେମ ଶାଶ୍ୱତ, ଚିରନ୍ତନ ଏବଂ ସତ୍ୟ । ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ ବୟସ (୭୬)ବର୍ଷ । ଏବଂ ତାଙ୍କ ଧର୍ମପତ୍ନୀ ସୁରେଖା ସାହୁ ଙ୍କ ବୟସ (୪୬) ବର୍ଷ ।


Share It

Comments are closed.