ଭାୟକମ୍ ୧୮ ସହଭାଗିତାରେ ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ପକ୍ଷରୁ ଏହାର ପ୍ରଥମ ଅରିଜିନାଲ ଗୀତ ଉନ୍ମୋଚିତ


ଭୁବନେଶ୍ୱର: ରୟାଲ ଷ୍ଟାଗ୍ ବୁମ୍‌ବକ୍ସ, ଭାୟକମ୍ ୧୮ ସହ ସହଭାଗିତାରେ ଏକ ପ୍ରଥମ ଧରଣର ସଙ୍ଗୀତ ଅନୁଭୂତି ଆଣିଛି ଯେଉଁଠାରେ ବଲିଉଡ୍‌ର ମେଲୋଡି, ହିପ୍‌ହପ୍ ସହ ଏକତ୍ରିତ ହୋଇଛି ଏବଂ ଏକ ସର୍ମ୍ପୂ ନୂତନ ପିଢିର ସଙ୍ଗୀତ ସୃଷ୍ଟି କରିବା ପାଇଁ ପଥ ପ୍ରସ୍ତୁତ କରିଛି । ଲିଭିଙ୍ଗ୍ ଇଟ୍ ଲାର୍ଜର ଉାହକୁ ପାଳନ କରି ଏବଂ ନିଜର ସ୍ୱତନ୍ତ୍ର ଅନୁଭୂତିଗୁଡିକ ସହିତ ମଣିପାଲ, ଭୁବନେଶ୍ୱର, ପୁନେ, ଇନ୍ଦୋର ଓ ଡେହରାଡୁନରେ ହଜାର ହଜାର ସଙ୍ଗୀତପ୍ରେମୀଙ୍କୁ ରୋମାଂଚିତ କରି , ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ୪ଟି ମୂଳ ସଙ୍ଗୀତ ଭିଡିଓର ଶୁଭାରମ୍ଭ ସହିତ ଏହାର ପରବର୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛି । ପ୍ରଥମ ଓରିଜିନାଲ ଟ୍ରାକ୍‌କୁ ଗାୟିକା ଯଶ୍‌ଲିନ ରୟାଲ ଓ ର‌୍ୟାପର ଡିନୋ ଜେମ୍‌ସଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସହଭାଗିତାରେ ରିଲିଜ୍ କରାଯିବ । ଏହି ନୂତନ ସଙ୍ଗୀତ ପେହ୍‌ଲି ଜୈସି ବାତ୍ ନେହିଁ ହେଉଛି ଚମତ୍କାର ବଲିଉଡ୍ ଭାଇବ୍ ଓ ହୃଦ୍‌ସ୍ପନ୍ଦନ ବଢାଇଥିବା ହିପ୍‌ହପ୍‌ର ବିଟ୍‌ଗୁଡିକର ଏକ ପ୍ରତିଫଳିତ ସମ୍ମିଶ୍ରଣ ଏହି ସଙ୍ଗୀତ ଆଜିର ଯୁବପିଢିଙ୍କ ସହ ଏକ ସାଙ୍ଗୀତିକ ଧ୍ୱନି ସୃଷ୍ଟି କରୁଛି । ଏହା ହେଉଛି ରୟାଲ ଷ୍ଟାଗ୍ ବୁମ୍‌ବକ୍ସର ସ୍ୱତନ୍ତ୍ର ଫିଜିଟାଲ ଫର୍ମାଲ୍‌ର ଅଂଶ ଭାବେ ବିଭିନ୍ନ ପ୍ଲାଟ୍‌ଫର୍ମରେ ରିଲିଜ୍ ହେବାକୁ ଥିବା ୪ଟି ଓରିଜିନାଲ ମେଲୋଡି ଞ୍ଚ ହିପ୍ ହପ୍ ମ୍ୟୁଜିକ୍ ଟ୍ରାକ୍ ମଧ୍ୟରୁ ପ୍ରଥମ ।

ଏସମ୍ପର୍କରେ ର‌୍ୟାପର୍ ଡିନୋ ଜେମ୍‌ସ କହିଛନ୍ତି, ଏହି ସ୍ୱତନ୍ତ୍ର ସଙ୍ଗୀତ ଅନୁଭୂତିର ଏକ ଅଂଶ ହେବା ଖୁବ୍ ଚମତ୍କାର ଅଟେ ଯାହାକୁ ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ସୃଷ୍ଟି କରିଛି ଏବଂ ଏହି ନୂଆ ଗୀତଟି ଉପଯୁକ୍ତ ଭାବେ ସଙ୍ଗୀତ ପ୍ରତି ମୋର ଆଭିମୁଖ୍ୟକୁ ଚିତ୍ରଣ କରୁଛି । ମୁଁ ଆଶା କରୁଛୁ ଯେ, ଆମେ ଏହି ଗୀତରେ ଭରିଥିବା ହୃଦୟସ୍ପର୍ଶୀ ଭାବନାଗୁଡିକ ସହ ଲୋକମାନେ ଜଡିତ ହୋଇପାରିବେ । ସେହିପରି ଗାୟିକା ଯଶ୍‌ଲିନ୍ ରୟାଲ କହିଛନ୍ତି, ଜଣେ ଗାୟିକା ଭାବେ ମୁଁ କିଛି ଭିନ୍ନ ଓ ସ୍ୱତନ୍ତ୍ର ନିର୍ମାଣ କରିବାର ବିଚାରକୁ ଉପଭୋଗ କରିଛି ଏବଂ ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ହେଉଛି ତାହାକୁ ଉନ୍ମୋଚନ କରିବା ପାଇଁ ଉପଯୁକ୍ତ ପ୍ଲାଟ୍‌ଫର୍ମ । ମୁଁ ଦର୍ଶକମାନଙ୍କୁ ପେହ୍‌ଲେ ଜୈସି ବାତ୍ ନେହିଁର ଭଲପାଇବା, ଉାହ ଓ ଶକ୍ତିକୁ ଅନୁଭବ କରାଇବା ପାଇଁ ଅପେକ୍ଷା କରିପାରୁନାହିଁ ।”

ସିଗ୍ରାମ୍‌ର ରୟାଲ ଷ୍ଟାଗ୍ ପାଇଁ ସଙ୍ଗୀତ ହେଉଛି ଏକ ଗୁରୁତ୍ୱର୍ପୂ ଉାହ ସ୍ତମ୍ଭ ଏବଂ ଆଜିର ଯୁବପିଢି ସଙ୍ଗୀତର ନୂଆ ରୂପଗୁଡିକୁ ଅନୁସନ୍ଧାନ କରିବା ପ୍ରତି ଆଗ୍ରହ ଦେଖାଉଛନ୍ତି । ହିପ୍‌-ହପ୍ ଭଳି କଂଟେମ୍ପରାରୀ ଜେନର୍‌ଗୁଡିକ ବହୁମାତ୍ରାରେ ଲୋକପ୍ରିୟ ହେଉଥିବା ବେଳେ ବଲିଉଡ୍ ମେଲୋଡି ଯୁବପିଢିଙ୍କ ସାଂସ୍କୃତିକ ପରିବେଶର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି । ରୟାଲ ଷ୍ଟାଗ୍ ବୁମ୍‌ବକ୍ସ ଏହି ପିଢିର କଳ୍ପନାରେ ଆଲୋଡନ ସୃଷ୍ଟି କରିବା, ସେମାନେ ହାସଲ କରିଥିବା ସଙ୍ଗୀତ ବିରାସତ- ବଲିଉଡ୍ ସ୍କୋର୍‌କୁ ସେମାନଙ୍କ ସହ ଜଡିତ ହେଉଥିବା ଜେନର୍ ହିପ୍ ହପ୍ ସହିତ ମିଶ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ପ୍ରଥମ ଗୀତ, ପେହ୍‌ଲି ଜୈସି ବାତ୍ ନେହିଁ ଏବେ ୟୁଟ୍ୟୁବ୍‌, ସୋସିଆଲ ମିଡିଆ ଓ ଅନ୍ୟ ପ୍ରମୁଖ ଅଡିଓ ପ୍ଲାଟ୍‌ଫର୍ମଗୁଡିକରେ ଲାଇଭ୍ ରହିଛି ।


Share It

Comments are closed.