ଚାଇନାରୁ ଆସିଲା ପୁଣି ଏକ ମାରାତ୍ମକ ରୋଗର ବିପଦ , ଆଗରୁ ମଧ୍ୟ ନେଇ ସାରିଛି ଲକ୍ଷ ଲକ୍ଷ ଜୀବନ


କରୋନା ପ୍ରକୋପ ମଧ୍ୟରେ ଦୁନିଆ ପାଇଁ ଆଉ ଏକ ଖରାପ ଖବର | ଏବେ ପୁଣି ଥରେ ଚାଇନାରୁ ଏକ ବିପଦପୂର୍ଣ୍ଣ ଏବଂ ମାରାତ୍ମକ ରୋଗ ବ୍ୟାପିବାର ବିପଦ ରହିଛି | ଏହି ରୋଗ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରିସାରିଛି। ବିଶ୍ୱରେ ଏହି ମାରାତ୍ମକ ରୋଗ ୩ଥର ଆକ୍ରମଣ କରିସାରିଛି। ପ୍ରଥମ ଥର ପାଇଁ ଏହା ୫ କୋଟି, ଦ୍ୱିତୀୟ ଥର ସମଗ୍ର ୟୁରୋ ଜନସଂଖ୍ୟାର ଏକ ତୃତୀୟାଂଶ ଏବଂ ତୃତୀୟ ଥର ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଏବେ ପୁଣି ଥରେ ଚାଇନାରେ ଏହି ରୋଗ ବୃଦ୍ଧି ପାଉଛି | ଏହାକୁ ବ୍ଲାକ ଡେଥ ବା କଳା ମୃତ୍ୟୁ ମଧ୍ୟ କୁହାଯାଏ।

ଏହି ରୋଗର ନାମ ହେଉଛି ବ୍ୟୁବୋନିକ୍ ପ୍ଲେଗ୍ | ଉତ୍ତର ଚୀନ୍‌ର ଏକ ଡାକ୍ତରଖାନାରେ ବ୍ୟୁବୋନିକ୍ ପ୍ଲେଗ୍ ମାମଲା ଆସିବା ପରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଚାଇନାର ଆଭ୍ୟନ୍ତରୀଣ ମଙ୍ଗୋଲିଆ ସ୍ବୟଂଶାସିତ ଅଞ୍ଚଳ ବିନୁରରେ ମହାମାରୀ ରୋକିବା ଏବଂ ନିୟନ୍ତ୍ରଣ ପାଇଁ ତୃତୀୟ ସ୍ତରର ଚେତାବନୀ ଦିଆଯାଇଛି।

ଶନିବାର ଦିନ ବିନୁରର ଏକ ଡାକ୍ତରଖାନାରେ ବ୍ୟୁବୋନିକ୍ ପ୍ଲେଗର ମାମଲା ସାମ୍ନାକୁ ଆସିଛି। ୨୦୨୦ ଶେଷ ପର୍ଯ୍ୟନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଏହି ଚେତାବନୀ ଜାରି କରିଛି। ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। କାରଣ ଏହି ରୋଗ ବଣୁଆ ମୂଷାରେ ମିଳୁଥିବା ଜୀବାଣୁ ଦ୍ବରା ହୋଇଥାଏ।


Share It

Comments are closed.