ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ଏକ ଲକ୍ଷ ଟପିଲା ସଂକ୍ରମଣ


ଦେଶର କରୋନାର ଦୈନିକ ମାମଲା ଆଜି ପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ଦେଶରେ ୯୩ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିଲା, କିନ୍ତୁ ଯଦି ଆମେ ସମସ୍ତ ରାଜ୍ୟ ଦ୍ୱାରା ପ୍ରକାଶିତ ତଥ୍ୟକୁ ହିସାବ କରିବା, ତେବେ ସୋମବାର ଦିନ ଦେଶରେ ଦୈନିକ ଏକ ଲକ୍ଷରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି | ଏହି ସଂଖ୍ୟା ଚିନ୍ତାଜନକ କାରଣ ଗତ ବର୍ଷ ମଧ୍ୟ କରୋନାର ଏହି ସଂଖ୍ୟକ ମାମଲା ରିପୋର୍ଟ ହୋଇନଥିଲା।

ଦେଶରେ ୨ୟ ଲହର ଜାରି ରହିଥିବାରୁ ଏବେଠାରେ ସାଂଘାତିକ ଅବସ୍ଥା ସୃଷ୍ଟି କଲାଣି । କେବଳ ମହାରାଷ୍ଟ୍ରରେ ସଂକ୍ରମଣ ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟାରେ ୫୭ ହଜାରରୁ ନୂଆ ମାମଲା ନଜର ଆସିଥିବାବେଳେ ୨୨୨ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ କରୋନା କାୟା ବିସ୍ତାରକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଦେଶବ୍ୟାପୀ ଟୀକାକରଣକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେବା ସହ ମହାରାଷ୍ଟ୍ର ସହ ପଞ୍ଜାବ, ଛତିଶଗଡ଼କୁ ପରିଦର୍ଶନ କରି କରୋନା କେସ୍ ବଢ଼ିବା ପଛର କାରଣ ଖୋଜିବାକୁ କେନ୍ଦ୍ରୀୟ ଟିମକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରବିବାରଠାରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ସପ୍ତାହନ୍ତ ଲକଡାଉନ୍ କରିବା ସହ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଇଛନ୍ତି ।


Share It

Comments are closed.