ଡଟ୍ ଫେଷ୍ଟକୁ ଉପଭୋଗ କଲେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ


ଭୁବନେଶ୍ୱର : ଆଉ କିଛି ଦିନ ମଧ୍ୟରେ ଡଟ୍ ଫେଷ୍ଟ ଶେଷ ହେବାକୁ ଯାଉଥିବାବେଳେ ଭୁବନେଶ୍ୱର ବାସିନ୍ଦାଙ୍କର ଡଟ୍ ଫେଷ୍ଟ ପ୍ରତି ଉତ୍ସାହ ବଳବତ୍ତର ରହିଛି । ଏହାର ୧୩ ଦିନରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ସେବେ ଆଉ ଏବେ ଫଟୋ ପ୍ରଦର୍ଶନୀଠାରୁ ଆରମ୍ଭ କରି ଆନ୍ତର୍ଜାତିକ ଖାଦ୍ୟ ମେଳା, ଫ୍ଲି ମାର୍କେଟ (ନାଇଟ ବଜାର) ଆଦିରେ ଅଂଶ ଗ୍ରହଣ କରିଛନ୍ତି । ଏହା ବାଦ ଡଟ୍ ଫେଷ୍ଟର ଗେଟ୍ ୧ ନିକଟରେ ଏକ ଷ୍ଟେଜ ସ୍ଥାପନା କରାଯାଇଛି ଯେଉଁଥିରେ ଆଞ୍ଚଳିକ ଗାୟକ ଓ କଳକାରମାନେ ନିଜର ପ୍ରତିଭାର ପ୍ରଦର୍ଶନ କରୁଛନ୍ତି ।
ସେବେ ଆଉ ଏବେ ଫଟୋ ପ୍ରଦର୍ଶନୀ ଭୁବନେଶ୍ୱର ସହରର ଯାତ୍ରାକୁ ଫଟୋ ମାଧ୍ୟମରେ ପ୍ରଦର୍ଶନ କରୁଛି । ଯେଉଁଥିରେ ପାଖାପାଖି ୪୫୦ରୁ ଉର୍ଦ୍ଧ୍ୱ ଫଟୋ ମାଧ୍ୟମରେ ଭୁବନେଶ୍ୱରର ୭୦ରୁ ୫୦ ବର୍ଷ ପୁରୁଣା ସ୍ମୃତିକୁ ଲୋକଙ୍କ ସାମନାରେ ରଖିଛି । ଏହି ପ୍ରଦର୍ଶନୀ ମୁଖତଃ ୫ଟି ବର୍ଗରେ ଯଥା ‘ୱି ଦ ପିପଲ’, ‘ଐତିହ୍ୟ’, ‘ପର୍ବ’ , ‘ସହର ସ୍ଥାପନାର ଯାତ୍ରା’, ‘ଘଟଣାବଳୀ’ ଆଦିକୁ ନେଇ ହୋଇଛି । ଏହି ଫଟୋ ଗୁଡିକ ମୁଖ୍ୟତଃ ସୂଚନା ଏବଂ ଲୋକ ସଂପର୍କ ବିଭାଗ ଆମେରିକୀୟ ଆନ୍ତ୍ରପୋଲଜିଷ୍ଟ ଜେମ୍ସ ଏମ ଫ୍ରିମ୍ୟାନ, ଡକ୍ଟର ରମାକାନ୍ତ ସାମନ୍ତରାୟଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ଫଟୋଗ୍ରାଫ ଆଦି ସାମିଲ ରହିଛି ।
ଡଟ୍ ଫେଷ୍ଟ ଅବସରରେ କରାଯାଉଥିବା ଟ୍ରେଲ ଗୁଡିକ ପ୍ରତି ଆଗ୍ରହ ଦେଖାଦେଉଛି । ଆଜି ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଲୋକ ଫୁଡ ଟ୍ରେଲ, ନେଚର ଟ୍ରେଲ, ହେରିଟେଜ ଟେଲ ଆଦିରେ ଅଂଶ ଗ୍ରହଣ କରିଥିଲେ । ଫୁଡ ଟ୍ରେଲରେ ଯୋଗ ଦେଉଥିବା ଲୋକମାନଙ୍କୁ ବିଶେଷ ଭାବେ ଓଡିଆ ଥାଳି ଅତ୍ୟନ୍ତ ପସନ୍ଦ ହେଉଛି ଏହା ସହ ନାଇଟ ଫ୍ଲି ମାର୍କେଟ ଯାହା ଆଞ୍ଚଳିକ କଳାକାର ଷ୍ଟାର୍ଟଅଫ ପ୍ରଦର୍ଶକାରୀ ଆଦିଙ୍କୁ ସ୍ଥାନ ଦେଇଛି ଲୋକଙ୍କ ମନମୋହିତ କରୁଛି । ଫ୍ଲି ମାର୍କେଟରେ ଥିବା ୧୨୦ଟି ଷ୍ଟଲ ୧୩ତମ ଦିନରେ ପାଖାପାଖି ୬ ଲକ୍ଷ ଟଙ୍କାର କାରବାର କରିଛି ।
ଲୋକମାନେ ଆନ୍ତର୍ଜାତିକ ଖାଦ୍ୟ ମହୋତ୍ସବରେ ନିଜର ଖାଦ୍ୟ ପ୍ରତି ଥିବା ଆଗ୍ରହକୁ ଏଠାରେ ମିଳୁଥିବା ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତିକ ଖାଦ୍ୟ ଦ୍ୱାରା ମେଣ୍ଟାଇ ପାରୁଛନ୍ତି । ଏଠାରେ ହକି ବିଶ୍ୱକପରେ ସାମିଲ ଥିବା ୧୬ଟି ଦେଶର ୮୦ରୁ ୯୦ ପ୍ରକାରର ଖାଦ୍ୟ ଉପଲବ୍ଧ ହେଉଛି । ଯାହା ୬ଟି ଆନ୍ତର୍ଜାତିକ ଖାଦ୍ୟ ଷ୍ଟଲ ଓ ୨୪ଟି ଓଡିଶାର ଷ୍ଟଲ ମାଧ୍ୟମରେ ଲୋକମାନଙ୍କୁ ପରଶା ଯାଉଛି । ଏହି ଆନ୍ତର୍ଜାତିକ ଫୁଟ ଫେଷ୍ଟିଭାଲ ଏହାର ୧୩ତମ ଦିବସରରେ ପାଖାପାଖି ୧୩ ଲକ୍ଷ ଟଙ୍କାର କାରବାର କରିଛି ।

 


Share It

Comments are closed.