ସ୍ବାଭିମାନ ଅଂଚଳବାସୀଙ୍କ ପାଖରେ ପହଂଚିବ ସ୍ମାର୍ଟଫୋନ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ


ମାଲକାନଗିରିର ସ୍ବାଭିମାନ ଅଂଚଳବାସୀଙ୍କ ସହ ସିଧାସଳଖ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଂଚଳରେ ବିକାଶମୂଳକ କାମର ସମୀକ୍ଷା କରିଛନ୍ତି । ସ୍ବାଭିମାନ ଅଞ୍ଚଳର ବିକାଶ ବ୍ୟୟ ବରାଦ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ଅର୍ଥରେ ଲୋକଙ୍କ ଜୀବିକା, ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦିଆଯିବ । ପିଇବା ପାଣି ଏବଂ ଯୋଗାଯୋଗ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ । ୨୦ କୋଟି ବ୍ୟୟ ବରାଦରେ ମେଗା ପାଇପ୍ ପାଣି ବ୍ୟବସ୍ଥା କରାଯାଇଛି । ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ହଳଦୀ ଚାଷ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହାସହ ୯ଟି ପଂଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪-ଜି ମୋବାଇଲ ଫୋନ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଫଳରେ ଅନଲାଇନ୍‌ରେ ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀ ସୁବିଧାରେ ପାଠ ପଢିବା ସହ ସରକାରୀ ଯୋଜନାର ଲାଭ ପାଇବେ ।

ଏହି ଅବସରରେ ଜନ୍ତାପାଇ ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରିକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, ନବରଙ୍ଗପୁର ସାଂସଦ ରମେଶ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରମୁଖ ଉପସ୍ଥିତ ରହିଥିଲେ । ଭର୍ଚୁଆଲ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋବାଇଲ ଫୋନ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଲୋକଙ୍କ ସହ କଥା ହୋଇଛନ୍ତି ।


Share It

Comments are closed.