ପୋକୋ ଏଫ୍‌୬ ୫ଜିର ବିକ୍ରୟ ଆରମ୍ଭ


ଭୁବନେଶ୍ୱର: ସ୍ନାପ୍‌ଡ୍ରାଗନ ୮ଏସ୍ ଜେନ୍ ୩ ପ୍ରୋସେସର ସହ ନିକଟରେ ଶୁଭାରମ୍ଭ ହୋଇଥିବା ପୋକୋର ଏଫ୍‌୬ ୫ଜି ସ୍ମାର୍ଟଫୋନ୍‌ର ବିକ୍ରି ଫ୍ଲିପ୍‌କାର୍ଟରେ ଆରମ୍ଭ ହୋଇଛି । ପୋକୋ ଏଫ୍‌୬ ୫ଜି ଟାଇଟାନିୟମ ଓ ବ୍ଲାକ୍ କଲର୍‌ରେ ୮+୨୫୬ଜିବି ପାଇଁ ୨୫,୯୯୯ ଟଙ୍କା, ୧୨+୨୫୬ ଜିବି ପାଇଁ ୨୭୯୯୯ ଟଙ୍କା ଏବଂ ୧୨+୫୧୨ଜିବି ପାଇଁ ୨୯,୯୯୯ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ମୂଲ୍ୟଗୁଡିକ କେବଳ ସେଲ୍‌ର ପ୍ରଥମ ଦିନ ପାଇଁ ବୈଧ ରହିବ ଯେଉଁଥିରେ ସମସ୍ତ ଅଗ୍ରଣୀ ବ୍ୟାଙ୍କ କ୍ରେଡିଟ୍‌, ଡେବିଟ୍ ଓ ଇଏମ୍‌ଆଇ ଟ୍ରାଞ୍ଜାକ୍ସନ ଉପରେ ୨୦୦୦ ଟଙ୍କାର ରିହାତି ସହ ସ୍ମାର୍ଟଫୋନ୍ ଏକ୍ସଚେଞ୍ଜ ଉପରେ ୨୦୦୦ ଟଙ୍କାର ରିହାତି ସାମିଲ ରହିଛି । ଏହି ଡିଭାଇସ୍‌କୁ ମାସକୁ କେବଳ ୨୧୬୬ ଟଙ୍କାରେ ୧୨ ମାସ ପର୍ଯ୍ୟନ୍ତ ନୋ-କଷ୍ଟ୍ ଇଏମ୍‌ଆଇ ସହିତ କ୍ରୟ କରାଯାଇପାରିବ । ଏହାଛଡା ଗ୍ରାହକମାନେ ସେଲ୍‌ର ପ୍ରଥମ ଦିନରେ ୧+୧ ବର୍ଷର ଏକ୍ସକ୍ଲୁସିଭ୍ ୱାରେଂଟି ପାଇପାରିବେ ।
ବହୁପ୍ରତିକ୍ଷୀତ ସ୍ନାପ୍‌ଡ୍ରାଗନ ୮ଏସ୍ ଜେନ୍ ୩ ପ୍ରୋସେସର ଭାରତ ଡେବ୍ୟୁ ସହ ଶୁଭାରମ୍ଭ ହୋଇଥିବା ଏହି ସ୍ମାର୍ଟଫୋନ୍ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଗେମିଂ ଓ ମଲ୍ଟିଟାସ୍କିଂ ସମେତ ବିଭିନ୍ନ କାର୍ଯ୍ୟରେ ଚମତ୍କାର ପ୍ରତିକ୍ରିୟାଶୀଳତା ସୁନିଶ୍ଚିତ କରୁଛି । ପାରମ୍ପରିକ ଭିସି କୁଲିଂ ପଦ୍ଧତି ତୁଳନାରେ ୩ ଗୁଣ ଅଧିକ ଦକ୍ଷ ଥିବା ଏହି ଡିଭାଇସ୍‌ର ଅଭିନବ ଆଇସ୍ ଲୁପ୍ କୁଲିଂ ଟେକ୍ନୋଲୋଜି ଅତ୍ୟଧିକ ବ୍ୟବହାର ସମୟରେ ମଧ୍ୟ ଉନ୍ନତ ପ୍ରଦର୍ଶନର ଗ୍ୟାରେଂଟି ଦେଇଥାଏ । ପୋକୋ ଏଫ୍‌୬ ୫ଜି ୧.୫କେ ରିଜୋଲ୍ୟୁଶନ ସହିତ ୬.୬୭ ଇଂଚ୍ ଆମୋଲେଡ୍ ଡିସ୍‌ପ୍ଲେକୁ ପ୍ରଦର୍ଶିତ କରୁଛି ଏବଯ ୬୮ ବିଲିୟନ+ କଲର ପାଇଁ ସପୋର୍ଟ ପ୍ରଦାନ କରୁଛି, ଯାହା ଗେମିଂ, ଷ୍ଟ୍ରିମିଂ ଓ ଦୈନନ୍ଦିନ ବ୍ୟବହାର ପାଇଁ ଉପଯୁକ୍ତ ଥିବା ଚମତ୍କାର ଜୀବନ୍ତ ଭିଜୁଆଲ ପ୍ରଦାନ କରୁଛି । ପୋକୋ ଏଫ୍‌୬ ୫ଜିରେ ଏକ ୫୦ଏମ୍‌ପି ସୋନି ଓଆଇଏସ୍‌+ଇଆଇଏସ୍ କ୍ୟାମେରା , ଏକ ୮ଏମ୍‌ପି ଅଲ୍‌ଟ୍ରା ୱାଇଡ-ଆଙ୍ଗେଲ କ୍ୟାମେରା ରହିଛି ଯାହା ଏହାକୁ ବିସ୍ତୃତ ପରିଦୃଶ୍ୟ ଓ ଗ୍ରୁପ୍ ଫଟୋ କ୍ୟାପ୍‌ଚର କରିବା ପାଇଁ ଉପଯୁକ୍ତ ଡିଭାଇସ୍‌ରେ ପରିଣତ କରୁଛି । ପୋକୋ ଏଫ୍‌୬ ୫ଜି ଏହାର ଉନ୍ନତ ୯୦ୱାଟ୍ ଟର୍ବୋ ଚାର୍ଜିଂ କ୍ଷମତାଗୁଡିକ ସହିତ ଦ୍ରୁତ ଚାର୍ଜିଂ ପ୍ରଦାନ କରୁଛି ଏବଂ ଏହା ୧୨୦ୱାଟ୍ ଇନ୍‌ବକ୍ସ ଚାର୍ଜର ସହିତ ଆସୁଛି । ଏହା ଏକ ୟୁଏସ୍‌ବି ଟାଇପ୍‌-ସି ପୋର୍ଟର ବ୍ୟବହାର କରୁଛି ଏବଂ ଏହା ୫୦୦୦ ଏମ୍‌ଏଏଚ୍ (ଟାଇପ୍‌) ଲି-ଅନ ପଲିମର ବ୍ୟାଟେରୀ ଦ୍ୱାରା ଶକ୍ତିସମ୍ପନ୍ନ ହୋଛି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର ନିଶ୍ଚିତ କରୁଛି ।

 


Share It

Comments are closed.