ଆମାଜନ ଇଣ୍ଡିଆ ପକ୍ଷରୁ ମେଶିନ ଲର୍ଣ୍ଣିଂ (ଏମ୍‌ଏଲ୍‌) ସମର୍ ସ୍କୁଲର ୪ର୍ଥ ସଂସ୍କରଣ


ଭୁବନେଶ୍ୱର: ଆମାଜନ ଇଣ୍ଡିଆ ପକ୍ଷରୁ ଆଜି ମେଶିନ ଲର୍ଣ୍ଣିଙ୍ଗ୍ (ଏମ୍‌ଏଲ୍‌) ସମର୍ ସ୍କୁଲ୍‌ର ୪ର୍ଥ ସଂସ୍କରଣ ପାଇଁ ପଞ୍ଜୀକରଣ ତାରିଖ ଘୋଷଣା କରାଯାଇଛି । ଏହା ହେଉଛି ଆମାଜନରେ ବୈଜ୍ଞାନିକମାନଙ୍କଠାରୁ ପ୍ରମୁଖ ମେଶିନ ଲର୍ଣ୍ଣିଂ ଦକ୍ଷତା ଓ ଟେକ୍ନୋଲୋଜିଗୁଡିକୁ ହାସଲ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଏକ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଥିବା ଏକ ନିମଜ୍ଜିତ କାର୍ଯ୍ୟକ୍ରମ, ଯାହା ଛାତ୍ରଛାତ୍ରୀଙ୍କୁ ମେଶିନ ଲର୍ଣ୍ଣିଂ କ୍ଷେତ୍ରରେ ଏକ କ୍ୟାରିୟର ପାଇଁ ଶିଳ୍ପ-ପ୍ରସ୍ତୁତ କରୁଛି । ଏହାର ପଞ୍ଜୀକରଣ ଅବଧି ଆସନ୍ତା ମେ’ ୩୧ ତାରିଖରୁ ଜୁନ୍ ୨୧ ତାରିଖ ୨୦୨୪ ପର୍ଯ୍ୟନ୍ତ ରହିଛି । ୮ଟି ମଡ୍ୟୁଲକୁ କଭର କରୁଥିବା ଏହି ମାଗଣା ଶିକ୍ଷା ପାଠ୍ୟକ୍ରମକୁ ଜୁଲାଇ ମାସରେ ୪ଟି ସପ୍ତାହାନ୍ତରେ ପରିଚାଳନନା କରାଯିବ ଯାହା ଛାତ୍ରଛାତ୍ରୀଙ୍କୁ ପ୍ରମୁଖ ଏମ୍‌ଏଲ୍ ବିଷୟବସ୍ତୁଗୁଡିକ ଉପରେ ଦକ୍ଷତା ହାସଲ କରିବା ପାଇଁ ଏକ ସୁଯୋଗ ଦେବ । ଏଗୁଡିକ ମଧ୍ୟରେ ଉଭୟ ଥିଓରେଟିକାଲ କନ୍‌ସେପ୍ଟ ଓ ବ୍ୟବହାରିକ ପ୍ରୟୋଗ କ୍ଷେତ୍ରରେ ଏକ ମଜବୁତ ମୂଳଦୁଆ ବିକଶିତ କରିବା ଉପରେ ଗୁରୁତ୍ୱ ସହିତ ସୁପରଭାଇଜ୍‌ଡ ଲର୍ଣ୍ଣିଂ, ଡିପ୍ ନ୍ୟୁରାଲ ନେଟ୍‌ୱର୍କସ, ଡାଇମେନ୍‌ସନାଲିଟି ରିଡକ୍ସନ, ଅନ୍‌ସୁପରଭାଇଜ୍‌ଡ ଲର୍ଣ୍ଣିଂ, ସିକ୍ୱେନ୍ସିଆଲ ମଡେଲ୍‌ସ, ରିଏନ୍‌ଫୋର୍ସମେଂଟ ଲର୍ଣ୍ଣିଂ, ଜେନେରେଟିଭ ଏଆଇ ଓ ଏଲ୍‌ଏଲ୍‌ଏମ୍ ଏବଂ କାଜୁଆଲ ଇନ୍‌ଫରେନ୍ସ ଆଦି ସାମିଲ ରହିଛି ।
ମେଶିନ୍ ଲର୍ଣ୍ଣିଂ ସମର୍ ସ୍କୁଲ ପ୍ରୋଗ୍ରାମ ଭାରତରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ବ୍ୟାଚେଲର୍ସ, ମାଷ୍ଟର୍‌ସ କିମ୍ବା ପିଏଚ୍‌ଡି ଡିଗ୍ରୀରେ ନାମ ଲେଖାଇଥିବା ଏବଂ ୨୦୨୫ କିମ୍ବା ୨୦୨୬ରେ ଗ୍ରାଜୁଏଟ୍ ହେବାକୁ ଯାଉଥିବା ସମସ୍ତ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିଛି । ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଏକ ମୂଲ୍ୟାୟନ ପ୍ରକ୍ରିୟା ଗ୍ରହଣ କରିବାକୁ ହେବ ଏବଂ ଶୀର୍ଷ ୩୦୦୦ ଛାତ୍ରଛାତ୍ରୀ ପରେ ଏମ୍‌ଏଲ୍ ସମର ସ୍‌କୁଲରେ ନାମ ଲେଖାଇବେ ।
ଏସମ୍ପର୍କରେ ଆମାଜନର ଇଂଟରନ୍ୟାଶନାଲ ମେଶିନ ଲର୍ଣ୍ଣିଂ ବିଭାଗର ଉପାଧ୍ୟକ୍ଷ, ରାଜୀବ ରସ୍ତୋଗି କହିଛନ୍ତି, “ଗ୍ରାହକଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ମେଶିନ ଲର୍ଣ୍ଣିଂ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ଯାହା ଏମ୍‌ଏଲ୍ ପାଇଁ ଚାହିଦାରେ ଏକ ବୃଦ୍ଧିକୁ ପରିଚାଳନା କରୁଛି । ତେବେ ଏମ୍‌ଏଲ୍ କର୍ମଚାରୀଙ୍କ ପାଇଁ ଚାହିଦା ଉପଲବ୍ଧ ପ୍ରତିଭାମାନଙ୍କ ସଂଖ୍ୟାକୁ ଅତିକ୍ରମ କରିଛି । ଆମାଜନ ଏମ୍‌ଏଲ୍ ସମର ସ୍କୁଲ ସହିତ ଆମର ଲକ୍ଷ୍ୟ ହେଉଛି ଏମ୍‌ଏଲ୍ ବିଶେଷଜ୍ଞତା ବିକଶିତ କରିବା ଓ ବିଜ୍ଞାନ ଦକ୍ଷତାଗୁଡିକୁ ପ୍ରୟୋଗ କରିବା ଉପରେ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କୁ ସାଇନ୍ସ କ୍ୟାରିୟର ପାଇଁ ଶିଳ୍ପ ପ୍ରସ୍ତୁତ କରି ଏହି ଅନ୍ତରକୁ ଦୂର କରିବା ।”
ନିଜର ଅନୁଭୂତି ସମ୍ପର୍କରେ ମତ ରଖି ଏମ୍‌ଏଲ୍‌ଏସ୍‌ଏସ୍ ୨୦୨୨ ବ୍ୟାଚ୍‌ର ଜଣେ ଅଂଶଗ୍ରହଣକାରୀ ଏବଂ ବର୍ତମାନ ଆମାଜନରେ ଜଣେ ଆପ୍ଲାଏଡ ସାଂଇଟିଷ୍ଟ ଭାବେ କାର୍ଯ୍ୟ କରୁଥିବା ପ୍ରବାଶ ମାଲେ କହିଛନ୍ତି, “ ଆମାଜନ ଏମ୍‌ଏଲ୍‌- ସମର୍ ସ୍କୁଲର ମେଶିନ ଲର୍ଣ୍ଣିଂ ରିସର୍ଚ୍ଚ କ୍ଷେତ୍ରରେ ମୋର କ୍ୟାରିୟର ମାର୍ଗ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଛି । ସମର୍ ସ୍କୁଲର ଅଂଶ ଭାବେ ପରିଚାଳନା କରାଯାଇଥିବା ଅଧିବେଶନଗୁଡିକ, କିଭଳି ମୁଁ କଲେଜରେ ଶିଖିଥିବା ଅଧିକାଂଶ ଆଲ୍‌ଗୋରିଦମ୍ ଓ ବିଷୟବସ୍ତୁଗୁଡିକୁ ଆମାଜନରେ ବଡ ଆକାରର ସମସ୍ୟାଗୁଡିକର ସମାଧାନ ପାଇଁ ପ୍ରୟୋଗ କରାଯାଉଛି ତାହା ଉପରେ ମୋତେ ସ୍ୱତନ୍ତ୍ର ତଥ୍ୟ ପ୍ରଦାନ କରିଥିଲା । ଏହି ପ୍ରୋଗ୍ରାମ ମୋତେ ଆର୍ଟିଫିସିଆଲ ଜେନେରାଲ ଇଂଟେଲିଜେନ୍ସ (ଏଜିଆଇ) ଓଆର୍‌ଜିରେ ଅଟୋମାଟିକ ସ୍ପିଚ୍ ରେକଗ୍‌ନିଶନ ଟିମ୍ ସହିତ ଏକ ଇଂଟର୍ଣ୍ଣସିପ୍ କରିବାରେ ସାହାଯ୍ୟ କରିଥିଲା । ସାମଗ୍ରିକ ଭାବେ ଏହି ସମର୍ ସ୍କୁଲ ପ୍ରୋଗ୍ରାମ ମୋତେ ଏକ ଚମତ୍କାର ଶିକ୍ଷା ଅନୁଭୂତି ପ୍ରଦାନ କରିଥିଲା ।”


Share It

Comments are closed.