ଆଜି ପ୍ରଥମାଷ୍ଟମୀ , ପୋଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର


ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ତେବେ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡନାଥ। ସେ ହେଉଛନ୍ତି ବଡ଼ ଠାକୁର। ବଡ଼ ଠାକୁର ହିସାବରେ ଶ୍ରୀଜଗନ୍ନାଥଙ୍କୁ ( Lord Jagannath) ଶ୍ରୀମନ୍ଦିରରେ ପଢ଼ୁଆଁ କରାଯିବାର ବିଧି ପରମ୍ପରା ରହିଛି । ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ତେବେ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡନାଥ। ସେ ହେଉଛନ୍ତି ବଡ଼ ଠାକୁର। ବଡ଼ ଠାକୁର ହିସାବରେ ଶ୍ରୀଜଗନ୍ନାଥଙ୍କୁ ( Lord Jagannath) ଶ୍ରୀମନ୍ଦିରରେ ପଢ଼ୁଆଁ କରାଯିବାର ବିଧି ପରମ୍ପରା ରହିଛି । ଆଜି ଶ୍ରୀମନ୍ଦିରରେ (Jagannath Temple) ମହାପ୍ରଭୁଙ୍କ ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜଗନ୍ନାଥଙ୍କର ବେଶ ଅନୁଷ୍ଠିତ ହୋଇଥାଏ (Prathamastami rituals to be performed at Jagannath Temple) ।ଏହି ବେଶରେ ମହାପ୍ରଭୁଙ୍କୁ ନୂଆ ଲୁଗା ସହ ବିଭିନ୍ନ ସ୍ୱର୍ଣ୍ଣାଳଙ୍କାର ଲାଗି ଓ ସ୍ୱତନ୍ତ୍ର ବନ୍ଦାପନା କରାଯିବ। ପରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କୁ ପଢ଼ୁଆଁ କରାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ପାଟବସ୍ତ୍ର ପ୍ରଦାନ କରାଯାଇଛି। ଫଳମୂଳ ଆଦି ପ୍ରସାଦ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯିବ। ସେପଟେ ଆଜି ପବିତ୍ର ପ୍ରଥମାଷ୍ଟମୀରେ ପଢୁଆଁ ହେବେ ମହାପ୍ରଭୁ। ଏଥିଲାଗି ତାଙ୍କ ମାମୁଁ ଘରୁ ଆସିଛି ପଢୁଆଁ ଭାର। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବାନନ୍ଦ ଜୀଉ ମନ୍ଦିରରୁ ପୋଢୁଆଁ ଭାର ଆସିଛି । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି। ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକେ ଗୁଣ୍ତିଚା ମନ୍ଦିରରେ ପହଂଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ସେବକ ଓ ଭକ୍ତ ମାନେ ପତାକା ଓ ପାରମ୍ପରିକ ବାଦ୍ୟ , ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀ ଙ୍କ ସଂକୀର୍ତ୍ତନରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପହଞ୍ଚିଥିଲେ।

ତେବେ ଏହି ପଂଢୁଆ ଭାର ଶ୍ରୀମନ୍ଦିର କାର୍ଯ୍ୟଳୟରେ ଦାଖଲ କରାଯାଇଥିଲା। ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦ ଜୀଉ ବୋଲି ଉଲ୍ଲେଖ ରହିଛି। ପୂର୍ବରୁ ପଢ଼ୁଆଁ ଭାର ଆସୁଥିଲା। ତେବେ କେତେକ ସମସ୍ୟା ଯୋଗୁଁ ଏହା ଆସି ପରି ନ ଥିଲା। ସେପଟେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି କିଛି ପରମ୍ପରା ନ ଥିବା ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ଏହି ପଢ଼ୁଆଁ ପରମ୍ପରା ଓ ମାଧବାନନ୍ଦ ଜୀଉ ମହାପ୍ରଭୁଙ୍କ ମାମୁ ଘର ବୋଲି କିଛି ଉଲେଖ ନାହିଁ। ଏଣୁ ଭକ୍ତ ମାନେ ଦାନ ଦେବା ହିସାବରେ ଏହି ସବୁ ସାମଗ୍ରୀ ରଖାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ, ମହାପ୍ରଭୁ ଆଜି ପ୍ରଥମାଷ୍ଟମୀରେ ପଢୁଆଁ ହେବେ। ଏଣୁ ଶ୍ରୀମନ୍ଦିରରେ ରହିଛି ଅନେକ ନିତିକାନ୍ତି। ନିତି ସୃଙ୍ଖଳିତ କରିବା ପାଇଁ ଦୈନନ୍ଦିନ ନିତିକୁ ସଅଳ କରାଯାଇଛି। ସକାଳ୫ଟା ୩୬ମିନିଟରେ ଦ୍ୱାର ଫିଟା ନିତି ସମ୍ପର୍ଣ୍ଣ ହେବା ପରେ ମଙ୍ଗଳାଳତୀ, ମଇଲମ,ଅବକାଶ ଆଦି ଦୈନନ୍ଦିନ ନିତି ଆଗକୁ ବଢିଛି।


Share It

Comments are closed.