ତତ୍ୱ ଟେକ୍ନୋଲୋଜିସ୍ ପାଳନ କରୁଛି ଉତ୍କର୍ଷର ୨୨ ବର୍ଷ


ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଆଇଟି କମ୍ପାନି ତତ୍ୱ ଟେକ୍ନୋଲୋଜିସ୍ ଉତ୍କର୍ଷର ୨୨ତମ ବର୍ଷ ପାଳନ କରୁଛି । ୨୦୨୪ ଫେବୃଆରି ୪ ତାରିଖରେ ଏହା ୨୨ତମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି । ତେବେ ଏହି ଉତ୍ସବ ପାଳନ ପ୍ରକ୍ରିୟା ୨୦୨୪ ଜାନୁଆରି ୨୦ଠାରୁ “ପେଜେସ ଟୁ ପସିବିଲିଟି’ ନାମକ ଏକ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଯାଇଛି । ତତ୍ୱ ଟେକ୍ନୋଲୋଜିସ୍‌ର ପ୍ରତିଷ୍ଠା ଦିବସ ସମାରୋହ ୨୦୨୪ ଫେବ୍ରୁଆରି ୪ ପର୍ଯ୍ୟନ୍ତ ଚାଲିବ । ସେହିଦିନ ଏକ ମେଗା କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସଙ୍ଗୀତ ସନ୍ଧ୍ୟାର କାର୍ଯ୍ୟକ୍ରମ ରହିବ ।
“ପେଜେସ୍ ଟୁ ପସିବିଲିଟି’ କାର୍ଯ୍ୟକ୍ରମରେ ଆଶା କୀରଣର ଅନଗ୍ରସର ପିଲାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଜ୍ଞାନରେ ଉନ୍ନତି ଆଣିବା ଲାଗି ଉଦ୍ୟମ କରାଯାଇଛି । ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ କମ୍ପାନିର ବରିଷ୍ଠ ଅଧିକାରୀ ଏବଂ ଟିମ ସଦସ୍ୟମାନେ ଅଂଶଗ୍ରହଣ କରି ପିଲାମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବା ଲାଗି ଯୋଗଦାନ ପ୍ରଦାନ କରିଥିଲେ ।
ଆଶା କୀରଣର ପିଲାମାନଙ୍କ ଲାଗି ଏକ ପାଠାଗାର ସ୍ଥାପନ କରାଯାଇଥିବା ବେଳେ ପାଠପଢ଼ା ପ୍ରତି ସେମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା ନିମନ୍ତେ ପିଲାମାନଙ୍କୁ ପୁସ୍ତକ ବଂଟନ କରାଯାଇଛି । ପିଲାମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଯାହା ଜରିଆରେ ସେମାନେ ନିଜ ମନର ପରିକଳ୍ପନାକୁ କାନଭାସରେ ଉପସ୍ଥାପନ କରିପାରିଥିଲେ । କୃତି ପିଲାମାନଙ୍କୁ ପୁରସ୍କାର ବଂଟନ କରାଯାଇଥିଲା ।
ତତ୍ୱ ଟେକ୍ନୋଲୋଜିସ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ଅୟସ୍‌କାନ୍ତ ମହାନ୍ତି ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଟେକ୍ନୋଲୋଜି ନିର୍ଦ୍ଦେଶକ ସ୍ମୃତି ନାୟକ ପିଲାମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୨୫ ଜଣ ପିଲା ଅଂଶଗ୍ରହଣ କରିଥିଲେ ।
ପ୍ରତିଷ୍ଠା ସପ୍ତାହ ପାଳନ ଅବସରରେ ତତ୍ୱ ଟେକ୍ନୋଲୋଜିସ୍‌ର ବିଭିନ୍ନ ଡେଲିଭରି ସେଂଟରଗୁଡ଼ିକରେ ଜାନୁଆରି ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କ୍ରିକେଟ, କ୍ୟାରମ୍ ଭଳି କ୍ରୀଡ଼ା ପ୍ରତିଯୋଗିତାଠାରୁ ଆରମ୍ଭ କରି ସଙ୍ଗୀତ, ନୃତ୍ୟ, ଫେସନ ସୋ ଏବଂ ରଙ୍ଗୋଲି ପ୍ରତିଯୋଗିତା, ଖାଦ୍ୟ ମେଳା, ରକ୍ତଦାନ ଶିବିର ଆଦି ଆୟୋଜନ କରାଯାଉଛି ।
ଏହି ପ୍ରତିଯୋଗିତାଗୁଡ଼ିକରେ ବିପୁଳ ପରିମାଣର ଅଂଶଗ୍ରହଣରୁ ସାମାଜିକ ଦାୟତ୍ୱବୋଧ ଓ ଗୋଷ୍ଠୀ ସଂପୃକ୍ତି ପ୍ରତି ତତ୍ୱ ଟେକ୍ନୋଲୋଜିସ୍‌ର ପ୍ରତିବଦ୍ଧତା ପ୍ରମାଣିତ ହୋଇଛି ।


Share It

Comments are closed.