ଏୟାର ଇଣ୍ଡିଆର ହସ୍ତାନ୍ତର ପରେ ନୂଆ ସେବା ଲାଗୁ କଲା ଟାଟା, ଯାତ୍ରୀଙ୍କ ପାଇଁ ରହିବ ଏଭଳି ସୁବିଧା


ଟାଟା ହାତକୁ ଚାଲିଯିବ ଏୟାର ଇଣ୍ଡିଆ । ବାସ୍‌ ଆଉ କିଛି ଘଣ୍ଟାର ଅପେକ୍ଷା । ତେବେ ଏହା ପୂର୍ବରୁ ଯାତ୍ରୀଙ୍କ ପାଇଁ ନୂତନ ସେବା ଲାଗୁ କରିବାକୁ ବ୍ୟବସ୍ଥା କରିସାରିଛି ଟାଟାଗୃପ । ବୁଧବାର ଟାଟାର ଅଧିକାରୀମାନେ କହିଛନ୍ତି, ଗୁରୁବାର ଦିନ ଉଦଘାଟନ କରାଯାଇ ଉଡ଼ାଣ ଭରିବାକୁ ଥିବା ଚାରୋଟି ବିମାନରେ ଉନ୍ନତ ଭେଜନ ସେବା ଯୋଗାଇଦେବାକୁ ନିର୍ଣ୍ଣୟ କରିଛି ଟାଟା ଗୃପ । ଅଧିକାରୀ ମାନେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କର ସୂଚନା ମୁତାବକ ଟାଟା ଗୃପକୁ ଗୁରୁବାର ଏୟାରଇଣ୍ଡିଆ ହସ୍ତାନ୍ତର କରାଯିବ । ସୂଚନା ଅନୁସାରେ ୬୯ ବର୍ଷ ତଳେ ଟାଟା ଗୃପ ହାତରୁ ଏୟାରଇଣ୍ଡିଆକୁ ନେବା ପରେ ଏବେ ପୁଣି ତାକୁ ଫେରାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଅଧିକାରୀ ମାନଙ୍କର କହିବା ମୁତାବକ, ଗୁରୁବାରୁ ଚାରୋଟି ବିମାନ ଇଓ୮୬୪ (ମୁମ୍ବାଇ-ଦିଲ୍ଲୀ), ଇଓ୬୮୭ (ମୁମ୍ବାଇ-ଦିଲ୍ଲୀ), ଇଓ୯୪୫ (ମୁମ୍ବାଇ-ଅବୁଧାବି) ଏବଂ ଇଓ୬୩୯ (ମୁମ୍ବାଇ ବେଙ୍ଗାଲୁ) ରେ ଉନ୍ନତ ଭୋଜନ ସେବା ଯୋଗାଇ ଦିଆଯିବ । ଗୁରୁବାର ପରେ ଅଧିଗ୍ରହଣର ପୂରା ପ୍ରକ୍ରିୟା ସମାପ୍ତ ହେବ । ସୂଚନା ଅନୁସାରେ ୮ ଅକ୍ଟୋବରରେ ୧୮ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଞବକ୍ଷବମର ପ୍ରାଇଭେଟ ଲିମିଟେଡ୍‌କୁକ ବିକ୍ରି କରିଦେଇଥିଲେ, ଏହା ଟାଟାଗୃପର ଏକ ଆନୁସଙ୍ଗିକ ଏକକ ଅଟେ । ଅଧିକାରୀମାନେ କହିଛନ୍ତି ଯେ, ସ୍ୱୟଂ ସମ୍ପୂର୍ଣ୍ଣ ଭାବରେ କେଉଁଦିନ ଠାରୁ ଏୟାରଇଣ୍ଡିଆ ତାର ସେବା ଯୋଗାଇବ ତାହା କର୍ମଚାରୀ ମାନଙ୍କୁ ଖୁବଶୀଘ୍ର ଜଣାଇଦିଆଯିବ । ମୁମ୍ବାଇ-ନ୍ୱିୱର୍କ ଏବଂ ମୁମ୍ବାଇ ଦିଲ୍ଲୀ ଉଡ଼ାଣ ବେଳେ ଶୁକ୍ରବାର ଦିନ ଉନ୍ନତ ଭୋଜନ ସେବା ଯୋଗାଇ ଦିଆଯିବ ।


Share It

Comments are closed.