ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ବନମହୋତ୍ସବ ପାଳନ


୨୧୦୦ରୁ ଅଧିକ ଚାରା ରୋପଣ
କଳିଙ୍ଗନଗର: ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ ଶୁକ୍ରବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ଏବଂ ଗୋବରଘାଟୀର ପୁନର୍ବାସ କଲୋନୀ ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି ।

ଟାଟା ଷ୍ଟିଲ୍ କଳିଙ୍ଗନଗରର ପରିବେଶ ବିଭାଗ ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ କାରଖାନା ଏବଂ ଗୋବରଘାଟୀ କଲୋନୀ ପରିସରରେ ୨୧୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା ।

ଏହି ବୃକ୍ଷରୋପଣ ଅବସରରେ କଳିଙ୍ଗନଗରର ସିଆଇଏସ୍‌ଏଫ୍ ୟୁନିଟ୍‌ର ସବ୍‌-ଇନ୍ସପେକ୍ଟର ୟୋଗେଶ କୁମାର, ଟିଏସ୍‌କେର ସୁରକ୍ଷା ବିଭାଗର ମୁଖ୍ୟ ମୁକୁଲ କୁମାର ଏବଂ ଟିଏସ୍‌କେର ପରିବେଶ ବିଭାଗର ମୁଖ୍ୟ ରାଜୁ ଅଗ୍ରୱାଲ ଉପସ୍ଥିତ ଥିଲେ । କାରଖାନା ପରିସରରେ କର୍ମଚାରୀ ଏବଂ ଚୁକ୍ତିଭିତିକ କର୍ମଚାରୀଙ୍କ ଦ୍ୱାରା ୧୬୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା ।

ସେହିପରି ଗୋବରଘାଟୀ କଲୋନୀ ପରିସରରେ ଟାଟା ଷ୍ଟିଲ୍ ପରିବାରର ସଦସ୍ୟମାନେ ୫୦୦ରୁ ଅଧିକ ଚାରା ରୋପଣ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ ଜଙ୍ଗଲ ଏବଂ ବୃକ୍ଷରୋପଣର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ଦେଶରେ ବନମହୋତ୍ସବ ସପ୍ତାହ ପାଳନ କରାଯାଏ ।


Share It

Comments are closed.