ଟାଟା ଷ୍ଟିଲ୍ର ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୫.୦୧ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ
ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୈମାସିକରେ ଟାଟା ଷ୍ଟିଲ୍ ପକ୍ଷରୁ ୫.୦୧ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କରାଯାଇଛି, ଯେଉଁଥିରେ କଂପାନି ବାର୍ଷିକ ଆଧାରରେ ୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ର ଉତ୍ପାଦନ କ୍ଷମତାରେ ବୃଦ୍ଧି ଯୋଗୁଁ କଂପାନିର ସାମଗ୍ରିକ ଉତ୍ପାଦନ ବଢ଼ିଛି । ଯୋଜନା ଅନୁସାରେ କାରଖାନା କିଛିଦିନ ସଟ୍ଡାଉନ୍ ରହିବା କାରଣରୁ ଗତ ତ୍ରୈମାସିକ ତୁଳନାରେ ଉତ୍ପାଦନ କମ୍ ରହିଛି । ଆଲୋଚ୍ୟ ସମୟରେ ଡେଲିଭରି ୧୮ ପ୍ରତିଶତ ବୃଦ୍ଧି ପାଇ ୪.୮ ନିୟୁତ ଟନ୍ ହୋଇଛି । ରପ୍ତାନି ୦.୨୫ ନିୟୁତ ଟନ୍ ହୋଇଛି ।
ଅଟୋମୋଟିଭ୍ ଓ ସ୍ୱତନ୍ତ୍ର ଉତ୍ପାଦ ବର୍ଗରେ ଡେଲିଭରି ବାର୍ଷିକ ଭିତିରେ ପ୍ରାୟ ସମାନ ରହିଛି । ଯାତ୍ରୀବାହୀ ଗାଡ଼ି ଓ ଦୁଇ-ଚକିଆ ଯାନ ପାଇଁ ଡେଳିଭରି ବଢ଼ିଥିବା ବେଳେ ବାଣିଜ୍ୟିକ ଯାନ ପାଇଁ ହ୍ରାସ ପାଇଛି । ବ୍ରାଣ୍ଡେଡ୍ ଉତ୍ପାଦ ଓ ରିଟେଲ୍ ବର୍ଗରେ ଡେଲିଭରି ବାର୍ଷିକ ଭିତିରେ ୩୭ ପ୍ରତିଶତ ବୃଦ୍ଧି ପାଇଛି । ଟାଟା ଟିସକନ୍ ଓ ଟାଟା ଷ୍ଟିଲିୟମ୍ର ବିକ୍ରି ଏହି ତ୍ରେମୌାସିକରେ ସର୍ବାଧିକ ରହିଛି । ରେଳ, ପ୍ରି-ଇଞ୍ଜିନିୟରିଂ ହାଇଥିବା କୋଠା ଭଳି ପ୍ରମୁଖ କ୍ଷେତ୍ରରେ ମୂଲ୍ୟ ଯୁକ୍ତ ଉତ୍ପାଦ ବିକ୍ରିରେ ବୃଦ୍ଧି ପାଇଁ ଶିଳ୍ପ ଉତ୍ପାଦ ଓ ପ୍ରକଳ୍ପ କ୍ଷେତ୍ରରେ ଡେଲିଭରି ବାର୍ଷିକ ଭିତିରେ ୨୪ ପ୍ରତିଶତ ବୃଦ୍ଧି ପାଇଛି ।
ଟାଟା ଷ୍ଟିଲ୍ ଆସିୟାନାରୁ ରାଜସ୍ୱ ତ୍ରୈମାସିକ ଭିତିରେ ୧୮ ପ୍ରତିଶତ ବୃଦ୍ଧି ପାଇ ୩୬୫ କୋଟି ଟଙ୍କା ହୋଇଛି । ଚଳିତ ବର୍ଷ ଏପ୍ରିଲ୍ରେ ଟାଟା ଷ୍ଟିଲ୍ ନେଦରଲ୍ୟାଣ୍ଡ୍ରେ ବିଏଫ୍୬ର ପୁନଃ ସମନ୍ୱୟର ଶୁଭାରମ୍ଭ ହୋଇଛି ଏବଂ ସେଥିପାଇଁ ୟୁରୋପରେ ଅଶୋଧିତ ଷ୍ଟିଲ୍ ଉତ୍ପାଦ ବିକ୍ରି ହ୍ରାସ ପାଇଛି । ଅଶୋଧିତ ଇସ୍ପାତ ଉତ୍ପାଦନ ୧.୮୧ ନିୟୁତ ଟନ୍ ରହିଥିବା ବେଳେ ଡେଲିଭରି ୧.୯୭ ନିୟୁତ ଟନ୍ ରହିଛି ।
Comments are closed.