ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରରେ ନୂଆ ଶାଖାର ଶୁଭାରମ୍ଭ


ଏଥିରେ ରହିଛି ଏଟିଏମ୍ ତଥା କ୍ୟାସ ରିସାଇକଲର ମେସିନ, ୨୪ ଘଂଟା ଉପଲବ୍ଧ
ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଭୁବନେଶ୍ୱରର କେସୁରାଠାରେ ଏକ ନୂତନ ଶାଖା ସ୍ଥାପନ କରାଯାଇଛି । ସହରରେ ଏହା ହେଉଛି ବ୍ୟାଙ୍କର ୨୭ତମ ଶାଖା । ଏହି ଶାଖାରେ ଏଟିଏମ୍ ତଥା କ୍ୟାସ୍ ରିସାଇକ୍‌ଲର ମେସିନ୍ (ସିଆର୍‌ଏମ୍‌) ରହିଛି, ଯେଉଁଥିରେ ନଗଦ ଟଙ୍କା ଜମା କରିହେବ ଏବଂ ଗ୍ରାହକମାନେ ସେଥିରୁ ଟଙ୍କା ଉଠାଇ ମଧ୍ୟ ପାରିବେ । ଏହି ମେସିନର ସୁବିଧା ଚବିଶ ଘଂଟା ଉପଲବ୍ଧ ରହିଛି ।
ଭୁବନେଶ୍ୱର ମୁନିସପାଲଟି କର୍ପୋରେସନର ମେୟାର ସୁଲୋଚନା ଦାସ ନୂଆ ଶାଖାକୁ ଉଦ୍‌ଘାଟନ କରିଛନ୍ତି ।
ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାର ଖାତା, ଜମା, ଋଣ ଆଦି ସୁବିଧା ପ୍ରଦାନ କରାଯାଉଛି, ଯେଉଁଥିରେ ସାମିଲ ରହିଛି ଚଳନ୍ତୀ ଖାତା, ଫିକ୍ସଡ୍ ଓ ରିକରିଂ ଜମା, ବ୍ୟବସାୟ ଋଣ, ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ, ସୁନା ଋଣ ଓ ଫୋରେକ୍ସ ସେବା । ଏହା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲାରହୁଥିବା ବେଳେ ମାସର ପ୍ରଥମ, ତୃତୀୟ ଓ ପଂଚମ ଶନିବାରରେ ମଧ୍ୟ ଖୋଲାରହୁଛି ।
ଓଡ଼ିଶାରେ ଆଇସିଆଇସିଆଇ ବ୍ୟାଙ୍କର ୧୮୦ରୁ ଅଧିକ ଶାଖା ଓ ୩୪୦ ଏଟିଏମ୍‌ର ନେଟ୍‌ୱର୍କ ରହିଛି ।
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଶାଖା, ଏଟିଏମ୍‌, କଲ ସେଂଟର, ଇଟଂରନେଟ୍ ବ୍ୟାଙ୍କିଙ୍ଗ ଓ ମୋବାଇଲ୍ ବ୍ୟାଙ୍କିଙ୍ଗ ଭଳି ବିବିଧ ମାଧ୍ୟମରେ ସେବା ପ୍ରଦାନ କରାଯାଉଛି ।


Share It

Comments are closed.