ନିଜ ଫିଲ୍ମରେ ଗୀତ ଗାଇଲେ ତାରା


ଅପ୍‌କମିଙ୍ଗ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ରେ ଅଭିନୟ ସହିତ ପ୍ରଚ୍ଛଦ ଗୀତ ଗାଇଛନ୍ତି ଅଭିନେତ୍ରୀ ତାରା ସୁତାରିଆ । ଫିଲ୍ମରେ କଣ୍ଠଶିଳ୍ପୀ ଭାବେ ଏହା ତାଙ୍କର ପ୍ରଥମ ପଦାର୍ପଣ । ଫିଲ୍ମର ‘ଶାମତ୍‌’ ଶୀର୍ଷକ ଗୀତ ସେ ଗାଇଛନ୍ତି । ଏହା ଜରିଆରେ ତାରାଙ୍କର ନିଜ ଫିଲ୍ମରେ କଣ୍ଠଦାନ କରିବାର ସ୍ୱପ୍ନ ପୂରଣ ହୋଇଛି ।

ଏକ ମ୍ୟୁଜିକ୍‌ ଶୋ’ ଜରିଆରେ ତାରା କ୍ୟାରିଅର୍‌ ଆରମ୍ଭ କରିଥିଲେ । ସେ ଜଣେ ପେସାଦାର ଗାୟିକା । ନିଜ ଫିଲ୍ମ ପାଇଁ ନିଜେ ଗୀତ ଗାଇବାକୁ ସେ ସର୍ବଦା ଚାହୁଁଥିଲେ । ଗୀତ ଗାଇବା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । କଳାକାର ହେବା ପୂର୍ବରୁ ସେ ଗୀତ ଗାଉଥିଲେ । ଫିଲ୍ମରେ ତାଙ୍କ ଅଭିନୀତ ଗୀତକୁ ସେ ନିଜେ ଗାଆନ୍ତୁ ବୋଲି ନିର୍ଦ୍ଦେଶକ ମୋହିତ ସୁରୀ ଯେତେବେଳେ ଇଚ୍ଛା ପ୍ରକାଶ କଲେ, ଏହା ଶୁଣି ତାରାଙ୍କ ଆନନ୍ଦର ସୀମା ରହିଲା ନାହିଁ ।

ରୋମାଣ୍ଟିକ୍‌ ଆକ୍ସନ୍‌ ଫିଲ୍ମରେ ତାରା ଆର୍‌ଭି ଭୂମିକା ନିର୍ବାହ କରିଛନ୍ତି । ଏଥିରେ ସେ ନିଜକୁ ଜଣେ ପ୍ରତିଭାସମ୍ପନ୍ନ ସଙ୍ଗୀତଜ୍ଞ ବୋଲି ବର୍ଣ୍ଣନା କରିଛନ୍ତି । ଫିଲ୍ମରେ ତାଙ୍କର ନେଗେଟିଭ୍‌ ଚରିତ୍ର ଦେଖିବାକୁ ପାଇବେ ଦର୍ଶକ । ୧୯୯୬ରେ ମୁକ୍ତିପ୍ରାପ୍ତ ହଲିଉଡ୍‌ ଫିଲ୍ମ ‘୧୦୧ ଡାଲ୍‌ମାଟିଆନ୍ସ’ରେ ଲୋକପ୍ରିୟ ଅଭିନେତ୍ରୀ ଗ୍ଲେନ୍‌ କ୍ଲୋଜ୍‌ଙ୍କ କ୍ରୁଏଲା ଡି ଭିଲେ ଚରିତ୍ର ତାରାଙ୍କର ସବୁଠୁ ପ୍ରିୟ । ଗ୍ଲେନ୍‌ଙ୍କର ସେ ଜଣେ ବହୁତ ବଡ଼ ଫ୍ୟାନ୍‌ । ‘ଏକ୍‌ ଭିଲେନ୍‌ ରିର୍ଟନ୍‌ସ’ ଆସନ୍ତା ୨୯ ତାରିଖରେ ମୁକ୍ତିଲାଭ କରିବ । ଅର୍ଜୁନ କପୁର, ଜନ୍‌ ଆବ୍ରାହମ୍‌ ଓ ଦିଶା ପଟାନି ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।


Share It

Comments are closed.