ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍‌ର ଫ୍ରାଂଚାଇଜି କିଣିବା ଘୋଷଣା


ଭୁବନେଶ୍ୱର: କ୍ରିକେଟ୍‌ରେ ଏହାର ବର୍ଦ୍ଧିତ ଆନ୍ତର୍ଜାତିକ ଉପସ୍ଥିତିକୁ ସୁଦୃଢ଼ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ଆଗାମୀ ଟି୨୦ ଲିଗ୍‌ର ଏକ ଫ୍ରାଚାଂଇଜି ଟିମ୍ ଅଧିଗ୍ରହଣ କରିବା ନେଇ ଘୋଷଣା କରାଯାଇଛି । ନିକଟରେ କଂପାନି ପକ୍ଷରୁ ଓ ୟୁଏଇ-ଭିତିକ ଆନ୍ତର୍ଜାତିକ ଲିଗ୍ ଟି୨୦ ଟିମ୍‌କୁ ଅଧିଗ୍ରହଣ ପରେ ପରେ କେପ୍ ଟାଉନ୍ ସ୍ଥିତ ଏହି ନୂତନ ଫ୍ରାଚାଂଇଜି ଅଧିଗ୍ରହଣ ମୁମ୍ବାଇ ଇଣ୍ଡିଆନ୍‌ସ ବ୍ରାଣ୍ଡ୍‌କୁ ଆଗକୁ ବଢ଼ାଇବ ।

ଭାରତରେ କ୍ରିକେଟ୍ ଫ୍ରାଂଚାଇଜି, ଫୁଟ୍‌ବଲ୍ ଲିଗ୍‌ର ମାଲିକାନା, କ୍ରୀଡ଼ା ପ୍ରାଯୋଜନା, କନସଲଟାନ୍ସି ଓ କ୍ରୀଡ଼ାବିତ ପ୍ରତିଭା ପରିଚାଳନା ଜରିଆରେ ଓ ଏହି କ୍ଷେତ୍ରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ ଆଗକୁ ଆଣି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କ୍ରୀଡ଼ା ବ୍ୟବସ୍ଥାର ଅଭ୍ୟୁଦୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଏଥି ସହିତ, ଆର୍‌ଆଇଏଲ୍‌ର ସିଏସ୍‌ଆର୍ ଶାଖା ରିଲାଏନ୍ସ ଫାଉଣ୍ଡେସନ ସ୍ପୋର୍ଟସ୍ ସାରା ଦେଶରେ କ୍ରୀଡ଼ାବିତମାନଙ୍କୁ ବିଭିନ୍ନ କ୍ରୀଡ଼ାରେ ଚାମ୍ପିଅନ୍ ହେବା ଲାଗି ସୁଯୋଗ ପ୍ରଦାନ କରି ଭାରତର ଅଲିମ୍ପିକ ଅଭିଯାନର ନେତୃତ୍ୱ ନେଇଛି ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରିବାରେ ଭାରତର ନେତୃତ୍ୱ ନେଇଛି । ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀମତୀ ନୀତା ଅମ୍ବାନିଙ୍କ ନେତୃତ୍ୱରେ ୪୦ ବର୍ଷର ବ୍ୟବଧାନ ପରେ ୨୦୨୩ରେ ମୁମ୍ବାଇରେ ସମ୍ମାନଜନକ ଆନ୍ତର୍ଜାତିକ ଅଲିମ୍ପିକ୍ କମିଟି ଅଧିବେଶନ ଆୟୋଜନ କରିବା ପାଇଁ ଏକ ସଫଳ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦେଶିକା ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ଯେ, “ରିଲାଏନ୍ସ ପରିବାରକୁ ଆମର ନୂଆ ଟି୨୦ ଟିମ୍‌କୁ ସ୍ୱାଗତ କରି ଆମେ ଅତ୍ୟନ୍ତ ଉଲ୍ଲସିତ । ମୁମ୍ବାଇ ଇଣ୍ଡିଆନ୍‌ସର ନିର୍ଭିକ ଓ ମନୋରଂଜନଧର୍ମୀ କ୍ରିକେଟ୍‌କୁ ଆମେ ଭାରତ ଭଳି କ୍ରିକେଟ୍‌କୁ ଭଲ ପାଉଥିବା ଏକ ଦେଶ ଦକ୍ଷିଣ ଆଫ୍ରିକା ନେଉଥିବାରୁ ଅତ୍ୟନ୍ତ ଉତ୍ସାହିତ । ଦକ୍ଷିଣ ଆଫ୍ରିକାରେ ଏକ ଦୃଢ଼ କ୍ରୀଡ଼ା ପରିବେଶ ରହିଛି ଏବଂ ଏହି ସହଯୋଗିତାର ଶକ୍ତି ଓ ସମ୍ଭାବନା ସନ୍ଧାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଆମେ ମୁମ୍ବାଇ ଇଣ୍ଡିଆନ୍‌ସର ବିଶ୍ୱସ୍ତରୀୟ ଉପସ୍ଥିତିକୁ ବଢ଼ାଉଥିବା ବେଳେ କ୍ରୀଡ଼ା ଜରିଆରେ ଖୁସି ଓ ଉଲ୍ଲାସର ପ୍ରସାର ଜାରି ରଖିବା ପାଇଁ ପ୍ରତିବଦ୍ଧ ରହିଛୁ ।’’

ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ, “ଦକ୍ଷିଣ ଆଫ୍ରିକା ଫ୍ରାଚାଂଇଜି ସହିତ ଆମର ଏବେ ତିନିଟି ଦେଶରେ ତିନିଟି ଟି୨୦ ଟିମ୍ ରହିଛି । କ୍ରିକେଟ୍ ପରିବ୍ୟବସ୍ଥାରେ ଆମର ରହିଥିବା ଅଭିଜ୍ଞତା ଓ ଗଭୀର ଜ୍ଞାନ ତଥା ମୁମ୍ବାଇ ଇଣ୍ଡିଆନ୍ସ ବ୍ରାଣ୍ଡ୍‌କୁ ବ୍ୟବହାର କରି ଟିମ୍ ଗଠନ କରିବା ଏବଂ କ୍ରୀଡ଼ା ପ୍ରେମୀମାନଙ୍କୁ କିଛି ଶ୍ରେଷ୍ଠ କ୍ରିକେଟ୍ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ।’’


Share It

Comments are closed.