ଗର୍ଭାବସ୍ଥାରେ ତ୍ୱଚାର ଯତ୍ନ


ଗର୍ଭ ଧାରଣ ସମୟରେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ । ପ୍ରତ୍ୟେକ ନାରୀ ଗର୍ଭାବସ୍ଥା ସମୟରେ ନିଜର ସୌନ୍ଦର୍ଯ୍ୟ ଏବଂ ଆକର୍ଷଣୀୟ ଅକ୍ଷୁର୍ଣ୍ଣ ରଖିବାକୁ ଯତ୍ନବାନ ହେବା ଉଚିତ ।
୧. ଏହି ସମୟରେ କିପରି ତ୍ୱଚାର ଯତ୍ନ ନେବେ – ଗର୍ଭଧାରଣ ସମୟରେ ନାରୀମାନଙ୍କ ଶରୀରରେ ହରମୋନ ପରିବର୍ତ୍ତନ ଯୋଗୁଁ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏହି ସମୟରେ ନାରୀମାନଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ ହୋଇଥାଏ, ଯେଉଁଥିରେ କି ତ୍ୱଚା ସମ୍ବନ୍ଧିୟ ଅନେକ ପ୍ରକାର ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ । ଏଇ ଯେପରି ଷ୍ଟ୍ରେଚ ମାର୍କସ, ମୁହେଁରେ ବ୍ରଣ କୁଣ୍ଡେଇ ହେବା ଓ ପ୍ରସବ ପରେ ଚେହେରାରେ ଶୁଷ୍କପଣ ଆସିବା ଇତ୍ୟାଦି ।
୨. ଷ୍ଟ୍ରେଚ ମାର୍କସ – ପେଟରେ ଭ୍ରୁରଣ ବିକାଶ ହେବା ପରେ ତ୍ୱଚା ପ୍ରସାରିତ ହୋଇଥାଏ । ଏହି କାରଣରୁ ଷ୍ଟ୍ରେଚ ମାର୍କସ ଦେଖାଦେଇଥାଏ । ବିଶେଷଜ୍ଞ ମତରେ ଗର୍ଭାବସ୍ଥାରେ ଯେଉଁ ସ୍ତ୍ରୀମାନଙ୍କ ଓଜନ ଅତ୍ୟାଧିକ ବୃଦ୍ଧି ପାଇଥାଏ ସେମାନଙ୍କ କ୍ଷେତ୍ର ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ଗର୍ଭାବସ୍ଥା ସମୟରେ ଓଜନ ୧୧ରୁ୧୨ କିଲୋ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସ୍ୱାଭାବିକ ଅଟେ । କିନ୍ତୁ ଅନେକ ଗର୍ଭବତା ମହିଳାଙ୍କ ଓଜନ ୨୦ କିଲୋ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଦେଖାଦେଇଥାଏ, ଯହାକି ତ୍ୱଚା ପାଇଁ ଏକ ବଡ ସମସ୍ୟା ହୋଇଥାଏ । ଏହି କାରଣରୁ ଷ୍ଟ୍ରେଚ ମାର୍କ ଦେଖାଦେଇଥାଏ । ଏହି ସମୟ ବଂଶାନୁକ୍ରମେ ଦେଖାଦେଇଥାଏ । ଯେଉଁ ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଇଥାଏ ସେମାନଙ୍କ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ । ଗର୍ଭାବସ୍ଥା ସମୟରେ ପ୍ରାୟ ୧୦ରୁ ୮ ପ୍ରତିଶତ ମହିଳାଙ୍କୁ ଏହି ସମସ୍ୟା ସାମନା କରିବାକୁ ପଡିଥାଏ । ଗର୍ଭାଧାରଣର ୬ କିମ୍ବା ୭ ମାସ ଏହି ଷ୍ଟ୍ରେଚ ମାର୍କ ପଡିଥାଏ । ପ୍ରସବ ପରେ ଏହା ଧିରେ ଧିରେ କମିବାରେ ଲାଗେ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଲିଭିନଥାଏ ।

୩. ଷ୍ଟ୍ରେଚ ମାର୍କ ଦୂର କରିବାର ଉପାୟ – ଏପରି କୌଣସି ଉପାୟ ନାହିଁ ଯାହା ଦ୍ୱାରା ଷ୍ଟ୍ରେଚ ମାର୍କ ଲିଭିଯାଇପାରିବ । ତଥାପି ମଇଶ୍ଚରାଇଜର କିମ୍ବା ଭିଟାମିନ ‘ଇ’ ଯୁକ୍ତ କ୍ରିମ ଲାଗଇ ଏହି ଦାଗକୁ ଦୂର କରାଯାଇପାରିବ ।

୪. ବ୍ରଣ – ଏହି ସମୟରେ ମୁହଁରେ ବ୍ରଣ ହେବା ଏକ ପ୍ରମୁଖ ଅଟେ । ଗର୍ଭାବସ୍ଥା ସମୟରେ ପ୍ରୋଜେଷ୍ଟେରନ ଓ ଏଷ୍ଟ୍ରୋଜନ ହରମୋନ ଅଧିକ ମାତ୍ରାରେ କ୍ଷରଣ ହେଉଥିବା ଯୋଗୁଁ ଶରୀରରେ ସିବମ ଉତ୍ପାଦନ ବଢିଯାଇଥାଏ । ଫଳରେ ଲୋମଛିଦ୍ର ବନ୍ଧ ହୋଇଯାଇଥାଏ । ଯାହା ଫଳରେ ମୁହଁରେ ବ୍ରଣ ଉଛିଥାଏ । ବହୁ ମହିଳାଙ୍କ ପୂରା ଶରୀରରେ ମଧ୍ୟ ବ୍ରଣ ଉଠିଯାଇଥାଏ । ଯଦି ଏହା ସଠିକ ଉପଚାର ମଧ୍ୟ କରା ନ ଯାଏ ତେବେ ପ୍ରସବ ପରେ ମଧ୍ୟ ଏହା ରହିଯାଇଥାଏ । ତେବେ ଡାକ୍ତରଙ୍କ ପରାମର୍ଶ ନ ନେଇ ମନୁକୁ ମନକୁ ଏହାର ଉପଚାର କରନ୍ତୁ ନାହିଁ କିମ୍ବା କୌଣସି ଆଣ୍ଟିବାୟୋଟିକ ମଧ୍ୟ ଖାଆନ୍ତୁ ନାହିଁ ।

୫. ଦେହ କୁଣ୍ଡାଇ ହେବା – ଏହି ସମୟରେ ପେଟ ବଢିବା କାରଣରୁ ମାଂସପେଶୀ ଟାଣୀ ହେବାପରି ଲାଗିଥାଏ । ଫଳରେ ଦେହହାତ କୁଣ୍ଡାଇ ହୋଇଥାଏ । ଏପରି ସ୍ଥିତିରେ କାଲାମାଇନ ଲୋସନ କିମ୍ବା ହେଭିକ୍ରିମଯୁକ୍ତ ମଇଶ୍ଚରାଇଜର ଲଗାନ୍ତୁ । ଯଦି ଏହା ଦ୍ୱାର ସମସ୍ୟା ଦୂର ନ ହୁଏ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଗର୍ଭବସ୍ଥା ସମୟରେ ଯକୃତ ସମ୍ବନ୍ଧିତ କିଛି ସମସ୍ୟା ଥିଲେ ଦେହ ହାତ କୁଣ୍ଡାଇ ହୋଇଥାଏ ଯାହାକୁ କୋଲେଷ୍ଟୋଟିସ କୁହାଯାଏ । ଏହି କାରଣରୁ ସମୟ ପୂର୍ବରୁ ପ୍ରସବର ଆଶଙ୍କା ବଢିଯାଇଥାଏ । ତେବେ ଗର୍ଭାବସ୍ଥା ସମୟରେ କୌଣସି ବି ସ୍କ୍ରିନ କେୟାର ପ୍ରଡକ୍ଟ ବୁଝି ବିଚାରି କରିବା ଉଚିତ କାରଣ ଯେଉଁ କ୍ରିମ ଆମେ ବ୍ୟବହାର କରୁଥାଏ ତାହାର କିଛି ତତ୍ତ୍ୱ ରକ୍ତରେ ମିଶିଯାଇଥାଏ । ତେଣୁ ଏହି ସମୟରେ ନିଜକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପର୍ଯ୍ୟପ୍ତ ମାତ୍ରାରେ ନିଦ୍ରା ଯିବା ନିହାତି ଆବଶ୍ୟକ । କାରଣ ଗର୍ଭବତୀ ମାନେ ଖୁବ ଶୀଘ୍ର ଥକି ଯାଇଥାନ୍ତି ଯାହାର ପ୍ରଭାବ ସେମାନଙ୍କ ତ୍ୱଚା ଉପରେ ପଡିଥାଏ


Share It

Comments are closed.