ମଧ୍ୟାନ ଭୋଜନ ଖାଇ ୭୦ ପିଲା ହସ୍ପିଟାଲରେ ଭର୍ତ୍ତି, ଖୋଜା ଚାଲିଛି କାରଣ


ଗତ ବୁଧବାର ବିହାର ଆରାରିଆରେ ଏକ ଦୁଃଖଦ ଘଟଣା ଘଟିଛି, ଯେଉଁଥିରେ ୭୦ ଜଣ ସ୍କୁଲ ପିଲା ମଧ୍ୟାନ ଭୋଜନ ଖାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍କୁଲ ତରଫରୁ ଦିଆଯାଇଥିବା ମଧ୍ୟାନ ଭୋଜନ ଖାଇ ସ୍କୁଲ ପିଲାମାନେ ଅସୁସ୍ଥତା ଅନୁଭବ କରିଥିଲେ ।

ହସ୍ପିଟାଲରେ ପିଲାମାନେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାର ଭିଡିଓ ନ୍ୟୁଜ ଏଜେନ୍ସି ପିଟିଆଇ ପକ୍ଷରୁ ସେୟାର କରାଯାଇଛି । ପିଲା ଅସୁସ୍ଥ ହେବାର କାରଣ ବର୍ତ୍ତମାନ ଖୋଜା ଚାଲିଛି । ସେହିଭଳି ଗତ ବର୍ଷ ଏଭଳି ଅନ୍ୟ ଏକ ଘଟଣା ଘଟିଥିଲା ଯେଉଁଥିରେ, ବିହାର ସୀତାମରି ପ୍ରାଇମେରୀ ସ୍କୁଲର ୫୦ ଜଣ ପିଲା ମଧ୍ୟାନ ଭୋଜନ ଖାଇବା ପରେ ସଙ୍ଗେସଙ୍ଗେ ପେଟ ବିନ୍ଧା ଏବଂ ବାନ୍ତି ଆରମ୍ଭ ହୋଇଯାଇଥିଲା ଯାହା ଫଳରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।


Share It

Comments are closed.