ଜାଡେଜାଙ୍କୁ କିସ୍ କଲେ ରାଇନା, ଭିଡିଓ ହେଲା ଭାଇରାଲ


ଗତ କାଲି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ଧୋନି ଏକ ଧୂଆଁଧାର ଇନିଂସ ଖେଳିଥିଲେ । ଗତ କାଲିର ଏହି ରୋମାଞ୍ଚକ ମ୍ୟାଚରେ ଚେନ୍ନାଇ, ରାଜସ୍ଥାନକୁ ୧୭୫ ରନ ଟାର୍ଗେଟ ଦେଇଥିବାବେଳେ ଏହାକୁ ପିଛା କରି ରାଜସ୍ଥାନ ୨୦ ଓଭରରେ ୧୬୭ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ଯାହା ଫଳରେ ରାଜସ୍ଥାନ, ଚେନ୍ନାଇ ଠାରୁ ମାତ୍ର ୮ ରନରେ ପରାଜୟ ବରଣ କରିଥିଲା ।
ଲକ୍ଷ୍ୟକୁ ପିଛା କରିବାକୁ ଯାଇ ରାଜସ୍ଥାନ ରୟାଲ୍ସର ଅଧିନାୟକ ଅଜିଙ୍କ ରାହାଣେ ପ୍ରଥମ ଓଭରର ଦ୍ୱିତୀୟ ବଲରେ ନିଜ ୱିକେଟ ହରାଇ ବସିଥିଲେ । ପ୍ରକାଶ ଥାଉକି, ‘ଦୀପକ ଚାହର’ଙ୍କ ବଲରେ ରାହାଣେ ଏକ ସଟ ଖେଳିଥିଲେ, ଯାହାକି ସିଧା ଜାଡେଜାଙ୍କ ହାତକୁ ଯାଇଥିଲା । ରାହାଣେଙ୍କ ଏହି ୱିକେଟ ପରେ ସୁରେଶ ରାଇନା ଖୁବ ଆନନ୍ଦିତ ହୋଇ ସିଧା ଯାଇ ଜାଡେଜାଙ୍କୁ ଗେଲ କରି ପକାଇଥିଲେ ।

ଜାଡେଜାଙ୍କୁ ରାଇନା ଗେଲ କରୁଥିବା ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗୁଥିବାବେଳେ ଦର୍ଶକ ମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ସେପଟେ ଚେନ୍ନାଇ ନିଜର ହ୍ୟାଟ୍ରିକ ବିଜୟର ଉତ୍ସବ ପାଳନ କରୁଥିବାବେଳେ ଅନ୍ୟପଟେ ରାଜସ୍ଥାନକୁ ତୃତୀୟ ଥର ପାଇଁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।


Share It

Comments are closed.