ଆଇପିଏଲରେ ନରିନଙ୍କ ୧୦୦ତମ ୱିକେଟ


ଚଳିତ ଆଇପିଏଲର ଏକାଦଶ ସଂସ୍କରଣରେ କୋଲକତା ନାଇଟ ରାଇଡର୍ସର ପ୍ରମୁଖ ସ୍ପିନର ସୁନିଲ ନରିନ ଏକ ମାଇଲଖୁଣ୍ଟି ସ୍ପର୍ଶ କରିଛନ୍ତି । ସେ ପ୍ରତିଯୋଗିତାରେ ସେ ତୃତୀୟ ବୋଲର ଭାବେ ଶହେତମ ୱିକେଟ ହାସଲ କରିଛନ୍ତି । ତେବେ ଏପରି ସଫଳତା ପାଇବାରେ ସେ ଦ୍ୱିତୀୟ ବିଦେଶୀ ବୋଲର ଏବଂ ପ୍ରଥମ ବିଦେଶୀ ସ୍ପିନର ହୋଇପାରିଛନ୍ତି । ସୋମବାର ସେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି । ସୋମବାର ଦିଲ୍ଲୀ ବିପକ୍ଷରେ ସେ ଦ୍ୱାଦଶ ଓଭରେ କ୍ରିସ ମୋରିସଙ୍କ ୱିକେଟ ହାସଲ କରି ଏହି କୀର୍ତ୍ତି ରଚିଛନ୍ତି । ସୋମବାର ଆଇପିଏଲରେ ଦିଲ୍ଲୀ ବିପକ୍ଷରେ ନିଜର ୮୬ତମ ମ୍ୟାଚ ଖେଳିଥିଲେ । ଏହା ପୂର୍ବରୁ ଆଇପିଏଲରେ ଶ୍ରୀଲଙ୍କାର ପେସ ବୋଲର ଲସିଥ ମାଲିଙ୍ଗା ଏବଂ ଭାରତୀୟ ସ୍ପିନର ହରଭଜନ ସିଂହ ଏହି କୀର୍ତ୍ତିମାନ ରଚିଛନ୍ତି ।


Share It

Comments are closed.