ପାନାସୋନିକ P101ର ଶୁଭାରମ୍ଭ


ପାନାସୋନିକ ପକ୍ଷରୁ ଏହାର ବ୍ୟୟସାପେକ୍ଷ ସ୍ମାର୍ଟଫୋନ ପାନାସୋନିକ P101ର ଶୁଭାରମ୍ଭ କରାଯାଇଛି । ଏହି ବ୍ୟୟସାପେକ୍ଷ ସ୍ମାର୍ଟଫୋନଟିରେ ୫.୪୫ଇଞ୍ଚର ବିଗ ଭିୟୁ ଆଇପିଏସ ଡିସପ୍ଲେ ଥିବା ସହ ୨.୫ଡିର କର୍ଭଡ ସ୍କ୍ରିନ ମଧ୍ୟ ରହିଛି । ଏହି ଡୁଆଲ ସିମ ବିଶିଷ୍ଟ ସ୍ମାର୍ଟଫୋନଟିର ପଛ ଭାଗରେ ୮ ଏମପିର କ୍ୟାମେରା ରହିଥିବା ବେଳେ ସାମନା ଭାଗରେ ସେଲଫି ପାଇଁ ୫ ଏମପିର କ୍ୟାମେରା ସହ ଏଲଇଡି ଫ୍ଲାସ ମଧ୍ୟ ରହିଛି । ଏହି ସ୍ମାର୍ଟଫୋନଟିରେ ଆଣ୍ଡ୍ରଏଡ ୭.୧ ନୋଗେଟ ରହିଥିବାବେଳେ ଏହା ୧.୩ଜିଏଚଜେଡର କ୍ୱାଡକୋର ପ୍ରୋସେସର ରହିଛି । ଷ୍ଟୋରେଜ ବ୍ୟବସ୍ଥା ଦୃଷ୍ଟିରୁ ଏଥିରେ ୨ଜିବିର ରାମ ରହିଥିବା ବେଳେ ୧୬ଜିବି ଆଭ୍ୟନ୍ତରୀଣ ଷ୍ଟୋରେଜ ବ୍ୟବସ୍ଥା ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ ।
ଏଥିରେ ସଂଯୋଗୀକରଣ ବିକଳ୍ପ ସୂରୁପ ୪ଜି ଭୋଲଟି, ୱାଇ-ଫାଇ, ବ୍ଲୁଟୁଥ, ଜିପିଏସ, ଏଜିପିଏସ, ଏଫଏମ ରେଡିଓ ରହିଛି । ଏହା ସହ ପ୍ରକ୍ସିମିଟି ସେନସର, କମ୍ପାସ, ଆମ୍ବିଏଣ୍ଟ ଲାଇଟ ସେନସର ଏବଂ ଆସେଲେରୋମିଟିର ଗୁଡିକ ହେଲା ଏହାର ସେନସର ଅନବୋର୍ଡ ।
ଏହି ୨୫୦୦ ଏମଏଏଚର ବ୍ୟାଟେରୀ ଥିବା ସ୍ମାର୍ଟଫୋନଟିର ମୂଲ୍ୟ ରହିଛି ୬,୯୯୯ ଟଙ୍କା, ଯାହାକି କେବଳ ଅନଲାଇନରେ ଉପଲବ୍ଧ ହେବା ସହ ମଲ୍ଟି ବ୍ରାଣ୍ଡ ଷ୍ଟୋର ସଙ୍ଗିଥା ମୋବାଇଲରେ ଉପଲବ୍ଧ ରହିବ ।


Share It

Comments are closed.