ନୂଆ ସୋନୀ ହେଡଫୋନ ଓ ସ୍ପିକର ସମ୍ପ୍ରସାରଣ


ସୋନୀ ଇଣ୍ଡିଆ ପକ୍ଷରୁ ଏହାର ଅଡିଓ ସେଗମେଣ୍ଟ ସମ୍ପ୍ରସାରଣ ସମ୍ପର୍କରେ ଘୋଷାଣା କରାଯାଇଛି । ସୋନୀ ପକ୍ଷରୁ ୨୦୧୮ ପାଇଁ ଏହାର ଲାଇନ-ଅଫ ଅନ୍ତର୍ଗତ ହେଡଫୋନ ଏବଂ ଏକ୍ସଟ୍ରାବାସ ୱେୟାରଲେସ ସ୍ପିକରର ବଜାରରେ ପ୍ରବେଶ କରାଯାଇଛି । ଏହି ହେଡଫୋନ ସିରିଡ ପ୍ରିମିୟମ ବର୍ଗରେ ଡିଜାଇନ କରାଯାଇଥିବା ବେଳେ ସାଉଣ୍ଡକୁ ରିଫାଇଣ୍ଡ କରିବାକୁ ସକ୍ଷମ ହେବ । ସେହିପରି ଏକ୍ସଟ୍ରାବାସ ୱେୟାରଲେସ ସ୍ପିକର ଲାଇନ-ଅପ ଉପୋଭକ୍ତାଙ୍କ ମ୍ୟୁଜିକ ଷ୍ଟାଇଲକୁ ଏହାର ଅନନ୍ୟ ବିଶିଷ୍ଟ୍ୟ ଦ୍ୱାରା ରୁଦ୍ଧିମନ୍ତ କାରଇବାକୁ ସକ୍ଷମ ହେବ । ହେଡଫୋନ ବର୍ଗରେ ସୋନୀ ଇଣ୍ଡିଆ ପକ୍ଷରୁ ବିଶ୍ୱର ପ୍ରଥମ ୱେୟାରଲେସ ନଏଜ କ୍ୟାନସେଲିଂ ହେଡଫୋନ, ସ୍ଲାଶ-ପ୍ରୁଫ ଡିଜାଇନ ଡବ୍ଲୁଏଫ-ଏସପି ୭୦୦ଏନ ନିର୍ମାଣ କରାଯାଇଛି । ଏହା ଡିଜିଟାଲ ନଏଜ କ୍ୟାନସେଲିଂ ଜ୍ଞାନକୌଶଳ ଦ୍ୱାରା ପ୍ରସ୍ତୁତ ହୋଇଛି ।
ଏଗୁଡିକ ସ୍ମ୍ାର୍ଟ ଅଭିଜ୍ଞତା ଉପଲବ୍ଧ କରାଇବାକୁ ସକ୍ଷମ ତଥା ଅପଡେଟ ମାଧ୍ୟମରେ ଅପ୍ଟିମାଇଜ କରିହେବ । ସୋନୀ ପକ୍ଷରୁ ଏହାର ଏକ୍ସଟ୍ରା ବାସ ସ୍ପିକରର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସିରିଜର ନବୀକରଣ କରାଯାଇ ଏସଆରଏସ-ଏକ୍ସବି୪୧, ଏସଆରଏସ-ଏକ୍ସବି୩୧, ଏସଆରଏସ-ଏକ୍ସବି୨୧, ୱେୟାରଲେସ ସ୍ପିକରକୁ ବଜାରରେ ପ୍ରବେଶ କରାଯାଇଛି ।
ଏହି ସ୍ପିକର ଗୁଡିକୁ ୧୦୦ପର୍ଯ୍ୟନ୍ତ ବିଭିନ୍ନ ସ୍ପିକର ସହିତ ବ୍ଲୁଟୁଥ ମାଧ୍ୟମରେ ସଂଯୋଗ କରାଯାଇ ଏକ ୱେୟାରଲେସ ପାର୍ଟି ଚେନ ସୃଷ୍ଟି କରାଯାଇପାରିବ । ଏହି ସ୍ପିକର ଗୁଡିକ ପାର୍ଟି ବୁଷ୍ଟର ବୈଶିଷ୍ଟ୍ୟଯୁକ୍ତ ।


Share It

Comments are closed.