ଭୁବନେଶ୍ୱରରେ ସାମସଙ୍ଗ ଇନୋଭେସନ କ୍ୟାମ୍ପସ ପ୍ରୋଗ୍ରାମର ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ସମାପ୍ତି


ଭୁବନେଶ୍ୱର : ସାମସଙ୍ଗ ଇଣ୍ଡିଆର ଫ୍ଲାଗସିପ ସିଏସଆର କାର୍ଯ୍ୟକ୍ରମ ସାମସଙ୍ଗ ଇନୋଭେସନ କ୍ୟାମ୍ପସ ପକ୍ଷରୁ ଭୁବନେଶ୍ୱରରେ ଏହାର ଦ୍ୱିତୀୟ ବ୍ୟାଚର ୧୬୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଏଆଇ, ଆଇଓଟି ଏବଂ କୋଡିଙ୍ଗ ଓ ପ୍ରୋଗ୍ରାମିଙ୍ଗ ପାଠ୍ୟକ୍ରମ ସମାପନ କରାଯାଇଛି । ସେଂଟର ଟୁଲ ରୁମ ଆଣ୍ଡ ଟ୍ରେନିଙ୍ଗ ସେଂଟର (ସିଟିଟିସି) ଭୁବନେଶ୍ୱର ଠାରେ ଦିଗଦର୍ଶନ ଏବଂ ତାଲିମ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଚଳିତ ଜୁଲାଇ ୩ ତାରିଖ ସୋମବାର ଦିନ ସିଟିଟିସି ଚନ୍ଦକା ଆଭେନ୍ୟୁ, ଇନଫୋସିଟି,ଭୁବନେଶ୍ୱର ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ପାଠ୍ୟକ୍ରମ ସମାପ୍ତିର ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଛାତ୍ରଛାତ୍ରୀମାନଙ୍କୁ ସାମସଙ୍ଗ ଓ ଇଏସଏସସିଆଇର ଅଧିକାରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଗ୍ରାଜୁଏଟ ହୋଇଥିବା ପ୍ରଥମ ବ୍ୟାଚ ଛାତ୍ରଛାତ୍ରୀମାନେ ଏକ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଏହା ସହିତ ଏହି ପ୍ରୋଗ୍ରାମ ସଫଳ କାର୍ଯ୍ୟକାରୀତା ବିଷୟରେ ଦର୍ଶାଇଛି ଓ ଫଳସ୍ୱରୂପ ଯୁବକମାନେ ଏକ ଦକ୍ଷ ଟେକ ପେଷାଦାରରେ ପରିଣତ ହୋଇ ପାରିଛନ୍ତି । ଚଳିତ ଥର ୧୬୮ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି ଯେଉଁଥିରୁ ୪୨ ଜଣ ଏଆଇରେ, ୧୦୬ ଜଣ ଆଇଓଟିରେ ଓ ୨୦ ଜଣ କୋଡିଂ ଓ ପ୍ରୋଗ୍ରାମିଂରେ ତାଲିମ ଗ୍ରହଣ କରିଛନ୍ତି । ସେମାନେ ହାକାଥନରେ ଅଂଶଗ୍ରହଣ କରିଛନ୍ତି ଓ ଏହା ସହିତ ସେମାନଙ୍କୁ ପ୍ରଦାନ କରାଯାଇଥିବା ସମସ୍ୟା ଆଧାରରେ କୋଡ୍ ର ବିକାଶ କରିଛନ୍ତି ।

ଏହି ସମସ୍ୟା ବିଷୟଗୁଡ଼ିକ ମଧ୍ୟରେ ଫ୍ଲୋରାକୁ ପ୍ରଭାବିତ କରୁଥିବା ରୋଗ, ମାକ୍ରୋ ଲେବଲ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ଉନ୍ନତି ପାଇଁ ବୈଜ୍ଞାନିକମାନଙ୍କ ପାଇଁ ହେଲଥକେୟାର ଡାଟା ଷ୍ଟୋରେଜ, କମ୍ପେ୍ଲକ୍ସ ଇ-କମର୍ସ ପ୍ଲାଟଫର୍ମ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଥିଲା । ଟିମଗୁଡ଼ିକ ସିଟିଟିସି ଭୁବନେଶ୍ୱରର ପାଂଚଜଣ ବିଚାରକମଣ୍ଡଳୀଙ୍କ ନିକଟରେ ସେମାନଙ୍କର ପ୍ରୋଟୋଟାଇପ ଉପସ୍ଥାପନ କରିଥିଲେ । ଏମାନଙ୍କ ମଧ୍ୟରେ ଶ୍ରୀ ମନଞ୍ଜୟ ନାୟକ, ଶ୍ରୀ ହୃଶିକେଶ ମହାନ୍ତି, ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର, ମିସ ମୋନାଲିସା ଦାଶ ଓ ମିସ୍ ରିତୁ ପ୍ରମୁଖ ସାମିଲ ଥିଲେ । ଏହା ମମ୍ପର୍କରେ ସାମସଙ୍ଗ ସାଉଥୱେଷ୍ଟ ଏସିଆର କର୍ପୋରେଟ ଭାଇସ ପ୍ରେସିଡେଂଟ ଶ୍ରୀ ହୁୟୁନ କିମ କହିଛନ୍ତି ଯେ, “ସାମସଙ୍ଗରେ ଆମେ ଏକ ଦକ୍ଷ ୱାର୍କଫୋର୍ସ ସୃଷ୍ଟି କରିବାରେ ବିଶ୍ୱାସ କରୁ ଯଦ୍ୱାରା ଭାରତର ଡିଜିଟାଲ ଭବିଷ୍ୟତରେ ଉନ୍ନତି ଆସିପାରିବ । ଏହି ପଦକ୍ଷେପ ମାଧ୍ୟମରେ, ଆମେ ଯୁବକମାନଙ୍କୁ ସଶକ୍ତ କରିବାକୁ ଚାହୁଁଛୁ ଓ ଭବିଷ୍ୟତର ଟେକ ଡୋମେନଗୁଡ଼ିକରେ ସେମାନଙ୍କ ନିମନ୍ତେ ସୁଯୋଗ ସୃଷ୍ଟି କରୁଛୁ । ଏହା ସହିତ ଭାରତର ବିକାଶ କାହାଣୀକୁ ଆଗକୁ ନେଉଛୁ ଏବଂ ପାୱାରିଂ ଡିଜିଟାଲ ଇଣ୍ଡିଆର ଆମର ପ୍ରତିଶ୍ରୁତିକୁ ଦୃଢ଼ କରୁଛୁ ।”

ସାମସଙ୍ଗ ଇଣ୍ଡିଆ ଏହାର ସାମସଙ୍ଗ ଇନୋଭେସନ କ୍ୟାମ୍ପସ ପ୍ରୋଗ୍ରାମର ଶୁଭାରମ୍ଭ ଦେଶର ଆଠଟି କ୍ୟାମ୍ପସରେ କରିଛି । ଏହାର ଲକ୍ଷ୍ୟ ହେଉଛି ୩୦୦୦ ସାଧାରଣ ସୁବିଧା ସୁଯୋଗରୁ ବଂଚିତ ଯୁବକମାନଙ୍କୁ ଭବିଷ୍ୟତର ଟେକ ଡୋମେନ ଯଥା ଆଇଟିଆଇ, ଏଆଇ, ବିଗ ଡାଟା ଓ କୋଡିଂ ଓ ପ୍ରୋଗ୍ରାମିଂରେ ଦକ୍ଷ କରାଇବା ଏବଂ ଏହା ସହିତ ସେମାନଙ୍କୁ ଉପଯୁକ୍ତ ନିଯୁକ୍ତି ହାସଲ କରିବାରେ ସାହାଯ୍ୟ କରିବା ।


Share It

Comments are closed.