ଷ୍ଟାର୍ ହେଲ୍‌ଥ ଆଣ୍ଡ୍ ଆଲାଏଡ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଭୁବନେଶ୍ୱରରେ ୧୦୩ କୋଟି ଟଙ୍କାର ଦାବି ସମାଧାନ


ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ବୀମା ପ୍ରଦାନକାରୀ ଷ୍ଟାର୍ ହେଲ୍‌ଥ ଆଣ୍ଡ୍ ଆଲାଏଡ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ୨୦୨୨ ଏପ୍ରିଲ୍‌ରୁ ୨୦୨୩ ଜୁନ୍ ମଧ୍ୟରେ ଭୁବନେଶ୍ୱରରେ ଦାବି ସମାଧାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଗତ ୧୫ ମାସ ଭିତରେ ୧୦୩ କୋଟି ଟଙ୍କାର ଦାବି ସମାଧାନ କରି ଗ୍ରାହକ ସନ୍ତୁଷ୍ଟି ଓ ଆର୍ଥିକ ସୁରକ୍ଷାରେ ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି । ନେଟ୍‌ୱର୍କ ହସ୍ପିଟାଲ୍‌ଗୁଡ଼ିକୁ କଂପାନି ୯୮ କୋଟି ଟଙ୍କାର ଦାବି ରାଶି ପ୍ରଦାନ କରିଥିବା ବେଳେ ଏହି ଅଂଚଳର ଅଣ ନେଟୱର୍କ ହସ୍ପିଟାଲ୍‌ଗୁଡ଼ିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଷ୍ଟାର୍ ହେଲ୍‌ଥ ପକ୍ଷରୁ ୨୦୨୨ ଏପ୍ରିଲ୍‌ରୁ ୨୦୨୩ ଜୁନ୍ ମଧ୍ୟରେ ଭୁବନେଶ୍ୱରରେ କଂପାନି ୯୩ କୋଟି ଟଙ୍କାର ନଗଦ ବିହୀନ ପେମେଂଟ୍ କରିଥିବା ବେଳେ ୧୦ କୋଟି ଟଙ୍କାର ଦାବି ଫଇସଲା ରାଶି ଫେରସ୍ତ କରିଛି । କଂପାନି ଦୁଇ ଘଂଟା ଭିତରେ ସମସ୍ତ ନଗଦବିହୀନ ଦାବି ସମାଧାନ କରୁଛି । ଅଧିକାଂଶ ମାମଲାରେ ନଗଦବିହୀନ ଚିକିତ୍ସା ପାଇଁ ଦୁଇ ଘଂଟା ଭିତରେ ପ୍ରାରମ୍ଭିକ ଅନୁମତି ପ୍ରଦାନ କରାଯାଉଛି । ସାତ ଦିନ ଭିତରେ ଫେରସ୍ତ ଦାବି ରାଶି ପ୍ରଦାନ କରାଯାଉଛି ।
୨୦୨୨ ଏପ୍ରିଲ୍‌ରୁ ୨୦୨୩ ଜୁନ ପର୍ଯ୍ୟନ୍ତ ୧୫ ମାସ ଭିତରେ ଭୁବନେଶ୍ୱରରେ ୬୩ କୋଟି ଟଙ୍କା ଅସ୍ତ୍ରୋପଚାର ବାବଦ ଦାବି ସମାଧାନ କରାଯାଇଛି । ମେଡିକାଲ୍‌ରେ ଚିକିତ୍ସା ଲାଗି ୪୦ କୋଟି ଟଙ୍କାର ଦାବି ସମାଧାନ କରାଯାଇଛି । ମୋଟ ଦାବିରୁ ୪୨ କୋଟି ଟଙ୍କା ମହିଳାମାନଙ୍କ ଲାଗି ପ୍ରଦାନ କରାଯାଇଥିବା ବେଳେ ପୁରୁଷମାନଙ୍କ ଲାଗି ୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଷ୍ଟାର ହେଲ୍‌ଥ ଆଣ୍ଡ୍ ଆଲାଏଡ୍ ଇନ୍‌ସ୍ୟୁରାନ୍ସର ଚିଫ୍ କ୍ଲେମ୍ ଅଫିସର ଶ୍ରୀ ସନତ କୁମାର କେ କହିଛନ୍ତି ଯେ, “ଆମେ ଖୁସିର ସହ ଅବଗତ କରୁଛୁ ଯେ ଭୁବନେଶ୍ୱରରେ ଷ୍ଟାର ହେଲ୍‌ଥ ପକ୍ଷରୁ ତ୍ୱରିତ ଦାବି ସମାଧାନ କରାଯାଉଥିବା ବେଳେ ନଗଦବିହୀନ ଚିକିତ୍ସା କରାଯାଉଛି । ଏହି ଅଂଚଳର ଗ୍ରାହକମାନଙ୍କ ଲାଗି ଆମେ ପ୍ରତିବଦ୍ଧ ରହିଛୁ ଏବଂ ଦାବି ସମାଧାନ ଜରିଆରେ ଆମ ଗ୍ରାହକମାନଙ୍କ ସମସ୍ତ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଅଭିନବ ଉତ୍ପାଦ ଜରିଆରେ ପୂରଣ କରି ସେମାନଙ୍କୁ ଶ୍ରେଷ୍ଠ ସମ୍ଭବ ଅନୁଭବ ପ୍ରଦାନ କରୁଛୁ । ଗ୍ରାହକମାନେ ଯେଭଳି ସୁବିଧାରେ ନଗଦବିହୀନ ଚିକିତ୍ସା ନିଜ ବାସସ୍ଥାନ ନିକଟତମ ହସ୍ପିଟାଲ୍‌ରେ ପାଇପାରିବେ ସେଥିପାଇଁ ଆମେ ଆମ ହସ୍ପିଟାଲ୍ ନେଟ୍‌ୱର୍କକୁ ସୁଦୃଢ଼ କରୁଛୁ ।’’
କଂପାନି ହାସଲ କରୁଥିବା ଦାବିଗୁଡ଼ିକୁ ଅନୁଶୀଳନ ଓ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବୀମା ସୁରକ୍ଷାର ସୁବିଧା, ଲାଭ ଓ ପଲିସି ମିଆଦକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି । କଂପାନି ବିଶ୍ୱାସ କରୁଛି ଏହି ଆହ୍ୱାନର ମୁକାବିଲା ଲାଗି ସ୍ୱାସ୍ଥ୍ୟ ବୀମା ପଲିସିକୁ ନେଇ ଦେଶରେ ସଚେତନତା ବଢ଼ାଇବାର ଆବଶ୍ୟକତା ରହିଛି ।


Share It

Comments are closed.