ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସୋଆରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ


ଭୁବନେଶ୍ୱର, ଫେବୃଆରୀ ୩: ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏଠାରେ ଆୟୋଜିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପରିପ୍ରେକ୍ଷୀରେ ଓ ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଶନିବାର ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା ।
ସୋଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଜଂଏଟ୍ ରେଜିଷ୍ଟ୍ରାର ଶ୍ରୀ ଭୀଷ୍ମ ଚରଣ ଦାସ, ପ୍ରାଚୀନ ର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା, ଚିଫ୍ ଭିଜିନାଲ୍ସ ଅଫିସର୍ ଶ୍ରୀ ଯୁଗଳ ଦାସ, ସୋଆ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଓ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ ।
ଏଥି ସହିତ ସୋଆ ର କ୍ୟାମ୍ପସ୍ -୫ ସ୍ଥିତ ଷ୍ଟାଡିୟମ୍ ରେ ମଧ୍ୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏହି ସମୂହ ସଂଗୀତ ଗାନ କରିଥିଲେ ।
ଏଥିରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ , ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ ( ଆଇବିସିଏସ୍‌) ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ସ୍କୁଲ୍ ଅଫ୍ ଫାର୍ମସ୍ୟିଟୁକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର ସେକେଣ୍ଡାରି ଏଜୁକେସନ୍‌ର ପ୍ରିନସିପାଲ୍ ଡ.ପି.ସି. ଦାସ ଓ ସ୍ପୋର୍ଟ ଅଫିସର ଶ୍ରୀମତି ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ରହି ଏହି ସଂଗୀତ ଗାନ କରିଥିଲେ ।
ସୋଆର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ତଥା ହସ୍ପିଟାଲ୍ ମାନଙ୍କରେ ମଧ୍ୟ କର୍ମଚାରୀ ମାନଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି ।


Share It

Comments are closed.