ଜଳ ସମ୍ପଦ ବିଭାଗରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ



ଭୁବନେଶ୍ୱର: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଉପଲକ୍ଷେ ଆଜି ଭୁବନେଶ୍ୱର ରାଜୀବ ଭବନସ୍ଥିତ ରାଜ୍ୟ ଜଳ ସମ୍ପଦ ବିଭାଗ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ପରିସରରେ ସମବେତ ହୋଇ ପୂର୍ବାହ୍ନ ୧୧ ଘଟିକା ସମୟରେ ସମୂହ “ବନ୍ଦେ ଉତ୍କଳ ଜନନୀ” ସଂଗୀତ ଗାନ କରିଥିଲେ । ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ଶ୍ରୀ ଆଲୋକ କୁମାର କର ଏବଂ ଶ୍ରୀ ସୁଧାଂଶୁ ମୋହନ ସାମଲ,ସ୍ୱତନ୍ତ୍ର ଶାସନ ସଚିବ ଡଃ. ତ୍ରିବିକ୍ରମ ପ୍ରଧାନ, ଶ୍ରୀ ନରହରି ସେଠୀ ଓ ଶ୍ରୀମତୀ ମଞ୍ଜୁଲତା ସ୍ୱାଇଁ, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୟ ଦାସ ଏବଂ ମାନସୀ ଦାଶ, ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମୁକୁଲ ଚନ୍ଦ୍ର ବେରା ଓ ଶ୍ରୀ ଶତ୍ରୁଘ୍ନ ମହାରଣା, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଆରତୀ ରାଉତ, ଶ୍ରୀକାନ୍ତ କୁମାର ମିଶ୍ର, କେଦାର ସିଂ ଏବଂ ସୁବ୍ରତ କୁମାର ନାୟକ, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମନୋଜ ମଞ୍ଜରୀ ପ୍ରଧାନଙ୍କ ସମେତ ଜଳସଂପଦ ବିଭାଗର ଅନ୍ୟ ସମସ୍ତ ଅଧିକାରୀ,ଯନ୍ତ୍ରୀ,କର୍ମଚାରୀ,ଏଠାରେ ଥିବା ଅନ୍ୟ ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଓଡ଼ିଆ ଭାଷାର ବହୁଳ ବ୍ୟବହାର,ଏହାର ପ୍ରଚାର ପ୍ରସାର, ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଜାଗରଣ ସୃଷ୍ଟି କରିବା ଏବଂ ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ସମାହିତ ହୋଇଥିଲା ।


Share It

Comments are closed.