ସୋଆ ଆଇଏଏସ୍ ରେ ବାର୍ଷିିକ ଉତ୍ସବ “ଅର୍ଣ୍ଣ-୨୦୨୪” ଅନୁଷ୍ଠିତ


ଭୁବନେଶ୍ୱର,ଏପ୍ରିଲ୍ ୧୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସସେ୍ (ଆଇଏଏସ୍‌)ରେ ବାର୍ଷିକ ଉତ୍ସବ “ଅର୍ଣ୍ଣ-୨୦୨୪” ଆୟୋଜିତ ହୋଇଯାଇଛି ।
ଗତ  ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ମନୋରଂଜନ କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡିଶାର କୃଷିଭିତିକ ଅର୍ଥନୀତି ଓ ଆଧୁନିକ କୃଷି ବିଜ୍ଞାନ ର ଅଗ୍ରଗତି ରେ ଛାତ୍ରଛାତ୍ରମାନଙ୍କର ଭୂମିକା ବିଷୟରେ  ଆଲୋକପାତ କରିଥିଲେ ।
ଅନ୍ୟତମ ବିଶିଷ୍ଟ ଅତିଥି ଭାବରେ  ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସୋଆରେ କୃଷି ଶିକ୍ଷା ବ୍ୟବସ୍ଥା ର ଅଭିନବ ପଦକ୍ଷେପ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସୋଆ ର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଯୋଗଦେଇଥିଲେ । କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ । ଆଇଏଏସ୍ ର ପ୍ର୍ରଫେସର ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ  କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିôବା ବେଳେ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଓଲିଉଡର ଖ୍ୟାତିନାମା କଣ୍ଠଶିଳ୍ପୀ ଅନ୍ତରା ଚକ୍ର୍ରବର୍ତୀ ଓ ସ୍ୱୟମ୍ ପ୍ରଭାସ ପାଢୀ ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


Share It

Comments are closed.