ଚଳିତ ପ୍ଲେସ୍‌ମେଂଟ୍ ଋତୁରେ ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ପ୍ୟାକେଜ୍ ହାସଲ


ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ୱାସ୍ଥ୍ୟ ପରିଚାଳନା ଗବେଷଣା ପ୍ରତିଷ୍ଠାନ ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟ ଏହି ପ୍ଲେସ୍‌ମେଂଟ୍ ଋତୁରେ ରେକର୍ଡ ପ୍ୟାକେଜ୍ ହାସଲ କରିଛି । ସର୍ବାଧିକ ପ୍ୟାକେଜ୍ ବାର୍ଷିକ ୩୫.୬୨ ଲକ୍ଷ ଟଙ୍କା ରହିଛି । ୨୦୨୨ରେ ବିଶ୍ୱବିଦ୍ୟାଳୟର ୧୭.୨୨ ଲକ୍ଷ ଟଙ୍କାର ସର୍ବୋଚ୍ଚ ପ୍ୟାକେଜ୍ ଠାରୁ ଏହା ଢେର ଅଧିକ । ଚଳିତ ପ୍ଲେସମେଂଟ୍ ଋତୁରେ ବର୍ତମାନ ସୁଦ୍ଧା ଇନଷ୍ଟିଚ୍ୟୁଟ୍‌ର ୭୫ ପ୍ରତିଶତ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସଂସ୍ଥାରେ ଉଲ୍ଲେଖନୀୟ ବେତନ ପ୍ୟାକେଜ୍‌ରେ ନିଯୁକ୍ତି ପାଇଛନ୍ତି ।
ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟର ସଭାପତି ଡକ୍ଟର ପିଆର ସୋଦାନୀ କହିଛନ୍ତି ଯେ,“ଚଳିତ ବର୍ଷ କ୍ୟାମ୍ପସରେ ନିଯୁକ୍ତିଦାତାଙ୍କଠାରୁ ଉତ୍କୃଷ୍ଟ ନିଯୁକ୍ତି ପ୍ରତିକ୍ରିୟା ପାଇ ଆମେ ଆନନ୍ଦିତ । ସ୍ୱାସ୍ଥ୍ୟ ସେବା ଭିତିଭୂମିକୁ ସୁଦୃଢ଼ କରିବା ଉପରେ ବିଶ୍ୱବ୍ୟାପୀ ଗୁରୁତ୍ୱ ଦିଆଯାଉଥିବାରୁ ସ୍ୱାସ୍ଥ୍ୟ ସେବା ଶିଳ୍ପରେ ପ୍ୟାକେଜ୍ ବୃଦ୍ଧି ପାଉଛି । ମୁଁ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇବା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି କାରଣ ସେମାନେ ସେମାନଙ୍କର ସଫଳତାର କାହାଣୀ ନିର୍ମାଣ ଜାରି ରଖିଛନ୍ତି ।”
ଉଲ୍ଲେଖନୀୟ କଥା ହେଉଛି, ପ୍ରିଷ୍ଟିନ୍ କେୟାର ଆଣ୍ଡ ୍ ଇନଡିଡ୍‌ର ଏକ ମିଳିତ ଅଧ୍ୟୟନ ଅନୁଯାୟୀ ୨୦୨୧ ଜାନୁଆରୀରୁ ୨୦୨୩ ଜାନୁଆରୀ ମଧ୍ୟରେ ସ୍ୱାସ୍ଥ୍ୟସେବା ପେସାଦାରମାନଙ୍କ ପାଇଁ ଚାକିରି ୨୨.୪% ବୃଦ୍ଧି ପାଇଛି ଯାହା ଭାରତରେ ଏହି ପେସାଦାରମାନଙ୍କର ବଢୁଥିବା ଚାହିଦାକୁ ସୂଚାଊଛି ।
ଆଇଆଇଏଚ୍‌ଏମ୍‌ଆର୍ ବିଶ୍ୱବିଦ୍ୟାଳୟର ପ୍ଲେସମେଂଟ୍ ଅଧିକାରୀଙ୍କ କହିବାନୁସାରେ ଏଚଜେ ହସ୍ପିଟାଲ, ଆଇପିଇ ଗ୍ଲୋବାଲ, ନୁଭା ବୁପା ହେଲଥ ଇନସ୍ୟୁରାନ୍ସ ଲିମିଟେଡ୍‌, ଟାଟା ଏଆଇଜି, ଲୁପିନ୍‌, ଡେଲୋଏଟ୍‌, ପିଡବ୍ଲ୍ୟୁସି, ଇଆଣ୍ଡୱାଇ, ଇନଫୋସିସ୍ ଏବଂ ଫୋର୍ଟିସ୍ ହସ୍ପିଟାଲ୍‌ରେ ମୋଟ ନିଯୁକ୍ତିକାରୀଙ୍କ ସଂଖ୍ୟା ୬୦ରୁ ଅଧିକକୁ ବୃଦ୍ଧି ପାଇଛି । କ୍ଷେତ୍ର ଭିତିକ ପ୍ଲେସମେଂଟ୍ ତଥ୍ୟ ଅନୁଯାୟୀ ହସ୍ପିଟାଲଗୁଡ଼ିକରେ ସର୍ବାଧିକ ୩୦% ନିଯୁକ୍ତି ପାଇଥିବା ବେଳେ କନସଲଟାନ୍ସି, ଫାର୍ମାସ୍ୟୁଟିକାଲ ଏବଂ ହେଲ୍‌ଥ ଆଇଟିରେ ଯଥାକ୍ରମେ ୧୫%, ୧୨%, ୧୧% ଏବଂ ୧୧% ନିଯୁକ୍ତି ପାଇଛନ୍ତି ।
ଚଳିତ ବର୍ଷ ୧୩ ଲକ୍ଷ କିମ୍ବା ତା’ଠାରୁ ଅଧିକ ପ୍ୟାକେଜ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ୨୨୦% ବୃଦ୍ଧି ଘଟିଛି । ୨୦୨୪ରେ ୧୦ ଲକ୍ଷରୁ ଅଧିକ ସିଟିସି ମଧ୍ୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୨% ବୃଦ୍ଧି ପାଇଛି । ୨୦୨୧-୨୩ ତୁଳନାରେ ୮ଟି ବାର୍ଷିକ ଲକ୍ଷାଧିକ ଟଙ୍କାରୁ ଅଧିକ ପ୍ୟାକେଜ୍‌ରେ ୧୧୫% ବୃଦ୍ଧି ଘଙ୍କିଛି ।


Share It

Comments are closed.