ଫଲ୍ ୨୦୨୪ ପାଇଁ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ନୂତନ ପ୍ରୋଗ୍ରାମ୍ ଏବଂ ନୂତନ ପାଠ୍ୟକ୍ରମର ଘୋଷଣା


ଭୁବନେଶ୍ୱର, ୧୫ ଏପ୍ରିଲ ୨୦୨୪: ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଧାରା ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଆଗାମୀ ଫଲ୍ ଆଗାମୀ ଶିକ୍ଷାବର୍ଷ ପାଇଁ ଦୁଇଟି ନୂତନ କାର୍ଯ୍ୟକ୍ରମ ଏବଂ ଅନେକ ନୂତନ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ଏହି କ୍ରମରେ, ଦୁଇଟି ପ୍ରମୁଖ ପାଠ୍ୟକ୍ରମ ହେଉଛି:  (କ) ବିଶେଷତଃ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କ ପାଇଁ ‘ଉନ୍ନତ ରକ୍ଷଣାବେକ୍ଷଣ ପ୍ରଯୁକ୍ତିବିଦ୍ୟା’ରେ ଆନ୍ତର୍ବିଭାଗୀୟ  ମିଶ୍ରିତ-ମୋଡରେ ଏମ୍. ଟେକ୍. ଡିଗ୍ରୀ ପ୍ରୋଗ୍ରାମ୍  ଏବଂ (ଖ) ନିୟମିତ ଛାତ୍ରମାନଙ୍କ ପାଇଁ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନରେ ଏମ୍. ଟେକ୍. ଡିଗ୍ରୀ ପ୍ରୋଗ୍ରାମ୍।

ଉନ୍ନତ ରକ୍ଷଣାବେକ୍ଷଣ ପ୍ରଯୁକ୍ତିବିଦ୍ୟା’ରେ ଆନ୍ତର୍ବିଭାଗୀୟ  ମିଶ୍ରିତ-ମୋଡ୍ ଏମ୍. ଟେକ୍. ଡିଗ୍ରୀ ପ୍ରୋଗ୍ରାମ୍:

ଶିଳ୍ପରେ ଯନ୍ତ୍ରପାତି ଏବଂ ସିଷ୍ଟମର ଠିକ୍ ସମୟରେ ରକ୍ଷଣାବେକ୍ଷଣ କାର୍ଯ୍ୟ, ଉତ୍ପାଦକତା ଏବଂ ଗୁଣବତ୍ତାର ସ୍ଥିରତା ଓ ନିରନ୍ତରତା ପାଇଁ ଚାବିକାଠି। ଏହି ନୂତନ ଏମ୍.ଟେକ୍. ପାଠ୍ୟକ୍ରମର ଲକ୍ଷ୍ୟ ହେଉଛି ଶିଳ୍ପରେ କାର୍ଯ୍ୟ କରୁଥିବା ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା, ଯାହା ଦ୍ୱାରା ଶିଳ୍ପଗୁଡିକର ସ୍ଥିରତା ଏବଂ ଉତ୍ପାଦକତା ବୃଦ୍ଧିରେ ସହଯୋଗ ସହ ଶିଳ୍ପ-ଶିକ୍ଷାନୁଷ୍ଠାନ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ହେବ। ଏହି ଆନ୍ତର୍ବିଭାଗୀୟ ପ୍ରୋଗ୍ରାମ ମେକାନିକାଲ, ସିଭିଲ, ଇଲେକ୍ଟ୍ରିକାଲ, ମେଟାଲର୍ଜି ଓ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂରୁ ପ୍ରାସଙ୍ଗିକ ତଥା ଉନ୍ନତ ପାଠ୍ୟକ୍ରମର ଏକ ଆଧୁନିକ ମିଶ୍ରଣ ସହ ପ୍ରସ୍ତୁତ, ଯାହା କି କ୍ଷୟରୋଧ, ୱେଲଡିଂ, କମ୍ପନ, ସଂରଚନା ଏବଂ ବିଫଳତା ନିରାକରଣ ପାଇଁ ଡିଜିଟାଲ୍ ଯୁଗ୍ମ ପ୍ରଯୁକ୍ତିବିଦ୍ୟାର ବିକାଶ ସହିତ ରକ୍ଷଣାବେକ୍ଷଣ ପ୍ରସଙ୍ଗ ଉପରେ ଏକ ବିଶେଷ ଧ୍ୟାନ ଦେଇଥାଏ। ପଞ୍ଜୀକରଣ ସମ୍ପର୍କିତ ବିବରଣୀ https://webapps.iitbbs.ac.in/mtech_blended-app/ ରେ ଉପଲବ୍ଧ। ଏହି ପ୍ରୋଗ୍ରାମରେ “ଗତିଶୀଳ ସିଷ୍ଟମରେ ବିଶୃଙ୍ଖଳା”  (Chaos in dynamical systems)ର ଅଧ୍ୟୟନ ଏବଂ ପ୍ରୟୋଗ ମଧ୍ୟ ଅନ୍ତର୍ଭୁକ୍ତ। ଉଲ୍ଲେଖଯୋଗ୍ୟ ଯେ ଏକ  ଅନୁସନ୍ଧାନ ଗୋଷ୍ଠୀ ଏକ ନୂତନ ବିଶୃଙ୍ଖଳିତ ଆକର୍ଷଣକାରୀ (chaotic ଅତତରକ୍ତର) ଆବିଷ୍କାର କରିସାରିଛନ୍ତି, ଯାହା ବିଫଳତା ଚିହ୍ନଟ ପାଇଁ କେତେକ ଶିଳ୍ପ ପ୍ରଣାଳୀରେ ସଫଳତାର ସହିତ ପରୀକ୍ଷଣ କରାଯାଇଛି । ଗତିଶୀଳ ସିଷ୍ଟମରେ ବିଫଳତା ପୂର୍ବାନୁମାନ / ଚିହ୍ନଟ ପାଇଁ ଏହି ଆକର୍ଷଣକାରୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି।

ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନରେ ଏମ୍. ଟେକ୍. ଡିଗ୍ରୀ ପ୍ରୋଗ୍ରାମ୍:
ଭାରତର ସେମିକଣ୍ଡକ୍ଟର ମିଶନ୍ (ଆଇଏସ୍ଏମ୍) ଦେଶକୁ ଏକ ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଏବଂ ଡିଜାଇନ୍ ହବ୍ ଭାବରେ ପ୍ରତିଷ୍ଠିତ ହେବ ଦିଗରେପ୍ରୋତ୍ସାହିତ କରୁଛି। ସାମ୍ପ୍ରତିକ ମାଇଲଖୁଣ୍ଟରେ ଏକ ନୂତନ ସେମିକଣ୍ଡକ୍ଟର ଫାବ ଏବଂ ଦୁଇଟି ଆଉଟସୋର୍ସିଂ ଆସେମ୍ବଲି ଏବଂ ଟେଷ୍ଟିଂ (OSAT) ସୁବିଧା ଅନ୍ତର୍ଭୁକ୍ତ, ଯାହାର ମୋଟ ବିନିଯୋଗ ୧.୨୫ ଲକ୍ଷ କୋଟି ଟଙ୍କା। ସମ୍ପୃକ୍ତ ପ୍ରକଳ୍ପଗୁଡିକ ୨୮ nm, ୪୦ nm, ଏବଂ ୯୦ nm ଟ୍ରାନଜିଷ୍ଟର ସହିତ ଚିପ୍ସ ଉତ୍ପାଦନ କରି ହଜାର ହଜାର ଟେକ୍ନୋଲୋଜି ଚାକିରି ଏବଂ ଷ୍ଟାର୍ଟ ଅପ୍ ସୁଯୋଗ ସୃଷ୍ଟି କରିବ। ଗାଲିୟମ୍ ନାଇଟ୍ରାଇଡ୍ ଏବଂ ସିଲିକନ୍ କାର୍ବାଇଡ୍ ପରି ଯୌଗିକ ସେମିକଣ୍ଡକ୍ଟର ଉପରେ ଆଇଏସ୍ଏମର ବିଶେଷ ଧ୍ୟାନ ଭାରତର ପ୍ରତିରକ୍ଷା, ସ୍ପେସ୍ ଏବଂ ଇଲେକ୍ଟ୍ରିକ୍ ଯାନ ପରିବହନ ଆବଶ୍ୟକତାକୁ ପୂରଣ କରିବ | କୁଶଳୀ ବୃତ୍ତିଗତ ସୃଷ୍ଟି କରି ଏହି ଅଭିବୃଦ୍ଧିକୁ ସମର୍ଥନ କରିବାକୁ, ଆଇଆଇଟି ଭୁବନେଶ୍ୱରରେ ଥିବା ସ୍କୁଲ ଅଫ ଇଲେକ୍ଟ୍ରିକାଲ ସାଇନ୍ସେସ ଏକ ଏମ୍.ଟେକ୍.  ପାଠ୍ୟକ୍ରମ ପ୍ରସ୍ତୁତ କରିଛି | ଏହି ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନ ପାଠ୍ୟକ୍ରମରେ, ଡିଜାଇନ୍, ଫ୍ୟାବ୍ରିକେସନ, ଆସେମ୍ବଲି, ପରୀକ୍ଷଣ, ପ୍ୟାକେଜିଂ ଏବଂ ଲକ୍ଷ୍ୟ ରଖାଯାଇଥିବା ପ୍ରୟୋଗଗୁଡ଼ିକ ପାଇଁ ଆଇପି (IPs) / ଏଏସଆଇସି (ASICs) / ଏସଓସି (SoCs) / ସିଷ୍ଟମର ବିକାଶକୁ ଆଦି ଅନ୍ତର୍ଭୁକ୍ତ। ଆଡମିଶନ ସମ୍ବନ୍ଧୀୟ ବିବରଣୀ https://webapps.iitbbs.ac.in/mtech-application/index.php ରେ ଉପଲବ୍ଧ।

ଏହା ସହିତ, ପାଠ୍ୟକ୍ରମକୁ ଅଧିକ ଆଧୁନିକ କରିବା ଉଦ୍ଦେଶ୍ୟରେ, ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଉଭୟ ସ୍ନାତକୋତ୍ତର ତଥା ରିସର୍ଚ୍ଚ  ଛାତ୍ରଛାତ୍ରୀମାନଙ୍କ ପାଇଁ ଅର୍ଥନୀତିରେ ମାଇନର, ସଫ୍ଟୱେୟାର ଇଞ୍ଜିନିୟରିଂରେ ମାଇକ୍ରୋ ସ୍ପେସିଆଲିଜେସନ୍, ଉଦ୍ୟୋଗୀତା ପାଠ୍ୟକ୍ରମ ଏବଂ ଆଧୁନିକ ଅଧ୍ୟୟନ କ୍ଷେତ୍ରରେ ବିଭିନ୍ନ ନୂତନ ଇଲେକ୍ଟିଭ୍ ଭଳି ଅନେକ ନୂତନ ପାଠ୍ୟକ୍ରମ ପ୍ରବର୍ତ୍ତନ କରାଯାଇଛି।

ଆହୁରି ମଧ୍ୟ, ଆଇଆଇଟି ଭୁବନେଶ୍ୱର ପକ୍ଷରୁ ‘ପ୍ରଫେସର ଆର.ଏଚ. ଟୁପକାରୀ ଫେଲୋସିପ୍’  ଶୀର୍ଷକ ଏକ ନୂତନ ପିଏଚ.ଡି. ଫେଲୋସିପ୍ ଆରମ୍ଭ କରାଯାଇଛି। ପ୍ରତିଷ୍ଠାନରେ ଏମଜିଏମ ଚେୟାର ପ୍ରଫେସର ଭାବେ କାର୍ଯ୍ୟରତ ପ୍ରଫେସର ବ୍ରହ୍ମ ଦେଓଙ୍କ ଦ୍ୱାରା, ୧୯୬୭ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାଙ୍କର ପ୍ରଫେସରଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ପ୍ରଦତ୍ତ ୧ କୋଟି ଟଙ୍କାକୁ ନେଇ ଏହି ଫେଲୋସିପ୍ ଆରମ୍ଭ ହୋଇଛି। ଏହି ଫେଲୋସିପ୍ ମାଧ୍ୟମରେ, ଏକ ପିଏଚ୍.ଡି. ଛାତ୍ର ବର୍ତ୍ତମାନ ଏମ୍ସ ସହିତ ମିଳିତ ଭାବରେ ମାନସିକ ସ୍ୱାସ୍ଥ୍ୟଗତ ବ୍ୟାଧି ଉପରେ ଫିଜିଓଲୋଜି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି,  ଯାହା କି ବିଶ୍ୱରେ ସର୍ବାଧିକ ସଂଖ୍ୟକ ରୋଗୀଙ୍କ ସହ ଭାରତରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଉଛି। ଆହୁରି ମଧ୍ୟ, “କେଓଟିକ ଡାଇନାମିକାଲ୍ ସିଷ୍ଟମ୍” (Chaotic Dynamical Systems) ଉପରେ ଅଧ୍ୟୟନ ଏକ ସ୍ୱତନ୍ତ୍ର କେଓଟିକ ଆକର୍ଷଣକାରୀ ଖୋଜିବାରେ ସାହାଯ୍ୟ କରିଛି ଯାହା ରୋଗ କି ବିଶ୍ଳେଷଣରେ ବହୁତ ସାହାଯ୍ୟ କରିଥାଏ।

ଏହି ନୂତନ ପାଠ୍ୟକ୍ରମ ଏବଂ ଶିକ୍ଷାଦାନରେ ଏହି ନୂତନ ବିକାଶ ସହିତ, ଶିଳ୍ପାନୁଷ୍ଠାନ ଅତିରିକ୍ତ ଯୋଗାଯୋଗ ସହିତ, ଆଇଆଇଟି ଭୁବନେଶ୍ୱର ଶିଳ୍ପ-ଏକାଡେମୀ ସହଯୋଗକୁ ବୃଦ୍ଧି କରିବା, ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ନୂତନତା ଆଣିବା ସହିତ ଛାତ୍ରମାନଙ୍କର ବୃତ୍ତିଗତ ବିକାଶକୁ ତ୍ୱରାନ୍ୱିତ। କରିବାକୁ ପ୍ରସ୍ତୁତ।


Share It

Comments are closed.