ବାସ୍ତବ ଜୀବନର ସ୍ଲମ ଡଗ ମିଲେନିୟର


ଆମ୍ଭେମାନେ ସମସ୍ତେ ବଲିଉଡର ଚର୍ଚ୍ଚିତ ଫିଲ୍ମ ସ୍ଲମ ଡଗ ମିଲେନିୟର ସମ୍ପର୍କରେ ଜାଣିଥିବେ ଯେଉଁଥିରେ ଏକ ବସ୍ତିର ସାମାନ୍ୟ ଏକ ପିଲା କିପରି ଲକ୍ଷପତି ହୋଇଥିଲେ । ଏହିପରି ଏକ କାହାଣୀର ବାସ୍ତବ ରୂପ ମୁମ୍ବାଇର ଏକ ବସ୍ତିରେ ଦେଖିବାକୁ ମିଳିଛି । ମୁମ୍ବାଇର ଫିଲଟର ପଡା ବସ୍ତିର ୨୫ ବର୍ଷିୟ ପ୍ରାର୍ଥମେସ ହିର୍ଭେ ତାଙ୍କ ଅଞ୍ଚଳର ତଥା ମୁମ୍ବାଇର ଆଇଏସଆରଓରେ ନିଯୁକ୍ତି ପାଇଥିବା ପ୍ରଥମ ବୈଜ୍ଞାନିକ ।
ମୁମ୍ବାଇର ଏହି ପରି ଅନେକ ବସ୍ତି କେବଳ ଅସାମାଜିକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବେଳେ ପାର୍ଥମେସ ଏଠାରେ ପଙ୍କର ପଦ୍ମ ସଦୃଶ । ଫିଲଟର ପଡା ମୁମ୍ବାଇର ଜନ ଗହଳି ବସ୍ତି ମଧ୍ୟରୁ ଏକ, ଏଠାରେ ପାର୍ଥମେସ ମାତ୍ର ୧୦ ଢ୧୦ ଫୁଟର ଘରେ ନିଜର ପରିବାର ସହିତ ଜିବନଯାପନ କରନ୍ତି । ଏହି ପରି ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ସେ ନିଜକୁ ସ୍ପେସ ଇଞ୍ଜିନିୟର ଏବଂ ବୈଜ୍ଞାନିକ ଭାବେ ପ୍ରସ୍ତୁତ କରିପାରିଛନ୍ତି ।
ସେ ମୁମ୍ବାଇର ଭଗୁଭାଇ ମୋଫତ ଲାଲ କଲେଜରେ ଦୁଇ ବର୍ଷର ଡିପ୍ଲମା ଶେଷ କରି ଲର୍ସେନ, ଟେର୍ବା ଏବଂ ଟାଟା ପାୱାରରେ ଇନଟର୍ଣ୍ଣ ଭାବେ କାମ କରିଥିଲେ । ଏହା ପରେ ନଭି ମୁମ୍ବାଇର ଶ୍ରୀମତି ଇନ୍ଦିରା ଗାନ୍ଧି କଲେଜରେ ଡିଗ୍ରି ସମ୍ମାନ ହାସଲ କରିଥିଲେ । ତାଙ୍କ ପାଇଁ ଆଉ ଏକ ବାଧା ଥିଲା ତାଙ୍କର ଭାଷାଗତ ସମସ୍ୟା ସେ ୧୦ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ବିଦ୍ୟାଳୟରେ ପଢିଥିବାରୁ ତାଙ୍କୁ ଇଂରାଜୀ ଶବ୍ଦ ବୁଝିବା ପାଇଁ କଷ୍ଟ ହୋଇଥିଲା । କିନ୍ତୁ ଧିରେ ଧିରେ ସେ ଇଂରାଜୀ ଶବ୍ଦକୁ ବୁଝି ନିଜର ଅସୁବିଧାକୁ ଦୂର କରିଥିଲେ । ପାର୍ଥମେସଙ୍କ ଏହି କଠିନ ପରିଶ୍ରମ ଦେଖିବା ପରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ । ୨୦୧୪ରେ ତାଙ୍କର ଇଞ୍ଜିନିୟରିଂ ଶେଷ ହେବା ପରେ ସେ ୟୁନିଅନ ପବ୍ଲିକ ସର୍ଭିସ କମିଶନରେ ଆପଲିକେସନ ପକାଇଥିଲେ । ସେଠାରେ ଅସଫଳତା ପରେ ସେ ୨୦୧୬ରେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅରଗାନାଇଜେସନ(ଇସରୋ)ରେ ଫର୍ମ ପକାଇଥିଲେ । ତାଙ୍କ ଫର୍ମ ଚୟନ ହୋଇନଥିଲେ ସେ ନିଜ ବିଶ୍ୱାସ ଭାଙ୍ଗି ନଥିଲେ ଶେଷରେ ସେ ନିଜର କଠିନ ପରିଶ୍ରମର ଫଳାଫଳ ସ୍ୱରୂପ ଇସରୋ ପାଇଁ ଚୟନ ହୋଇଥିଲେ । ପାର୍ଥମେସ ଇସରୋ ରେ ଯୋଗଦେଇଥିବା ପ୍ରଥମ ମୁମ୍ବାଇବାସୀ । ୧୬,୦୦୦ପ୍ରାର୍ଥୀଙ୍କ ମଧ୍ୟରୁ ଚୟନ ହୋଇଥିବା ମାତ୍ର ୯ ଜଣଙ୍କ ମଧ୍ୟରେ ସେ ଜଣେ । ସେ ଚଣ୍ଡୀଗଡରେ ନିଯୁକ୍ତି ପାଇବେ । ଏହା ତାଙ୍କର ଦୀର୍ଘ ୧୦ ବର୍ଷର କଠିନ ପରିଶ୍ରମ ପରେ ସେ ଏହି ସଫଳତାର ସ୍ୱାଦ ଚାଖିଛନ୍ତି । ସେ ନିଜ ପରିବାରକୁ ବର୍ତ୍ତମାନ ଏକ ଭଲ ଜୀବନଶ÷÷ଳୀ ପ୍ରଦାନ କରିପାରିବେ ବୋଲି ଉତ୍ସାହିତ ।


Share It

Comments are closed.