ଶୁକ୍ରଙ୍କ ରାଶି ପରିବର୍ତ୍ତନ ଦ୍ବାରା ଖୋଲିବାକୁ ଯାଉଛି ଏହି ତିନି ରାଶିର ଲୋକଙ୍କ ଭାଗ୍ୟ!


ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ବିଭିନ୍ନ ସମୟରେ ଗ୍ରହ ନକ୍ଷେତ୍ରଙ୍କ ସ୍ଥିତିରେ ପରିବର୍ତ୍ତନ ହୋଇଥାଏ । ସେମାନେ ନିଜର ଗତିପଥ ସହ ରାଶି ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ବ୍ୟକ୍ତିଙ୍କ ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ବ୍ୟକ୍ତିକୁ ଶୁଭ ଫଳ ବା ଅଶୁଭ ଫଳ ମିଳିଥାଏ । ତେବେ, ଜୁଲାଇ ୭ରେ ଶୁକ୍ର ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏବଂ ଶୁକ୍ର ଅଗଷ୍ଟ ୭ରେ ସିଂହ ରାଶି ଛାଡି କର୍କଟରେ ପୁଣି ପ୍ରବେଶ କରିବେ । ଶୁକ୍ରଙ୍କୁ ଭୌତିକ ସୁଖର କାରଣ ବୋଲି ଦର୍ଶାଯାଏ । ଏହି କାରଣରୁ ରାଜଯୋଗ ସୃଷ୍ଟି ହୋଇଛି । ଫଳରେ ତିନି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଫିଟିବାକୁ ଯାଉଛି ।

ମେଷ: ଶୁକ୍ର ସିଂହ ରାଶିରେ ପ୍ରବେଶ କଲେ ମେଷ ରାଶିର ବ୍ୟକ୍ତି ଶୁଭଫଳ ପାଇବେ। ମେଷ ରାଶିର ଲୋକଙ୍କ ପାଇଁ ଶୁକ୍ର ଦ୍ୱିତୀୟ ଏବଂ ସପ୍ତମ ଘରର ପ୍ରଭୁ ଅଟନ୍ତି । ଏବଂ ଶୁକ୍ର ଆପଣଙ୍କ ପଞ୍ଚମ ଘର ଦେଇ ଗମନ କରିବ। ଯାହା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରଦାନ କରିବ। ଆପଣଙ୍କ ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ। ନିଜ ଜୀବନ ସାଥୀ ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସାଥ୍ ଦେବେ । ଯଦି ଆପଣ ଏହି ସମୟରେ ପ୍ରେମ ବିବାହ କରିବାକୁ ଯାଉଛନ୍ତି । ତେବେ, ଆପଣଙ୍କ ପାଇଁ ଏହା ଅନୁକୂଳ ସମୟ । ଆପଣ ନିଜ ପ୍ରସ୍ତାବ ଏହି ସମୟରେ ଘରେ ପକାନ୍ତୁ । କୌଣସି ଶୁଭ କାର୍ଯ୍ୟ ଏହି ସମୟରେ ଆପଣ ଆରମ୍ଭ କରିପାରିବେ। ଏହି ଅବଧି ମଧ୍ୟରେ ଆପଣ ନୂତନ ବ୍ୟବସାୟ ଆରମ୍ଭ କଲେ ବେଶ ସଫଳତା ପାଇପାରିବେ। ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି।

ସିଂହ: ସିଂହ ରାଶିର ଲୋକଙ୍କ ପାଇଁ ଶୁକ୍ର ଦଶମ ଏବଂ ତୃତୀୟ ଘରର ପ୍ରଭୁ ଅଟନ୍ତି। ଏହି ରାଶିରେ ଶୁକ୍ର ଜୁଲାଇ ୭କୁ ଚଳନ କରିବେ। ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସେହି ଦିନଠାରୁ ଚମକିବା ଆରମ୍ଭ କରିବ । କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ । ଏବଂ ନୂତନ ନିଯୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । କମ୍ପିଟେଟିଭ୍ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ସମୟରେ ବେଶ ଶୁଭଫଳ ପାଇବେ। ଦୀର୍ଘ ଦିନରୁ ଅଧା ରହିଥିବା କାର୍ଯ୍ୟ ସଫଳତାର ସହ ସମାପ୍ତ ହେବ । ବିଦେଶ ଯିବା ନେଇ ସୁଯୋଗ ମିଳିପାରେ । ନୂଆ ଜମି ବାଡ଼ି କିଣିବା ନେଇ ମଧ୍ଯ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କରିବା ଦ୍ବାରା ଲାଭ ମିଳିପାରେ । ବ୍ୟବସାୟୀ ମାନେ ଲାଭବାନ ହେବେ । ଆୟ ବୃଦ୍ଧି ହେବ। ହଠାତ୍ କେଉଁ ଆଡୁ ଧନଲାଭର ଯୋଗ ମଧ୍ୟ ରହିଛି । ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ଅବିବାହିତ ଯୁବକ ଯୁବତୀଙ୍କ ପାଇଁ ଏହି ସମୟରେ ଭଲ ପ୍ରସ୍ତାବ ମଧ୍ୟ ଆସିପାରେ ।

ଧନୁ: ଶୁକ୍ର ସିଂହ ରାଶିରେ ଗମନ କଲେ ଏହି ରାଶିକୁ ଅଧିକ ସଫଳତା ମିଳିବ। ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତ ହେବା ସହ ଦୀର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଏହି ସମୟରେ ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ଯଦି ଆପଣ ଏହି ସମୟରେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଛନ୍ତି ,ତେବେ ଆପଣଙ୍କ ପାଇଁ ଏହା ଅନୁକୂଳ ସମୟ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟ ବୃଦ୍ଧି ହେବ । ସେୟାର ମାର୍କେଟ, ବେଟିଂ ଓ ଲଟେରୀରେ ଲାଭ ମିଳିବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।)


Share It

Comments are closed.