ଶତ୍ରୁଘ୍ନ ସିହ୍ନା ଟିଏମସିରେ ସାମିଲ, ଦଳ ପରିବର୍ତ୍ତନ କରି କହିଲେ ‘ପଶ୍ଚିମବଙ୍ଗ ବାଘୁଣୀ’


ବର୍ଷିଆନ ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ମଙ୍ଗଳବାର କଂଗ୍ରେସ ଛାଡ଼ି ଟିଏମସିରେ ଯୋଗ ଦେଇଛନ୍ତି। ସେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।ସିହ୍ନା ଟୁଇଟ୍‌ରେ କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣ ପରେ ଟିଏମସିରେ ସାମିଲ ହୋଇଛନ୍ତି।ସେ ଆହୁରି ଲେଖିଛନ୍ତି ଯେ କହିବାକୁ ଖୁସି ଲାଗୁଛି, ପଶ୍ଚିମବଙ୍ଗ ବାଘୁଣୀ ମୋତେ ପରଖିଛନ୍ତି ଓ ସଫଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିମନ୍ତ୍ରଣ କ୍ରମେ ଟିଏମସିରେ ସାମିଲ ହୋଇଛି।

ଅଭିନେତାରୁ ନେତା ବନିଥିବା ଶତ୍ରୁଘ୍ନ ସିହ୍ନାଙ୍କୁ ଟିଏମସି ଆସନସୋଲ ଲୋକସଭା ସିଟ୍‌ରୁ ପ୍ରାର୍ଥୀ ଭାବେ ଘୋଷଣା କରାଯ।ଇଛି। ଅନ୍ୟପଟେ ବିରୋଧୀଙ୍କ ଦ୍ୱାରା କୁହାଯାଇଥିବା ବାହାର ହେବା ଖବରକୁ ଖାରଜ କରିଛନ୍ତି ସିହ୍ନା। ସେ କହିଛନ୍ତି ଯେ ଦେଶର ଭବିଷ୍ୟତ ବାନାର୍ଜୀ ହାତରେ ରହିଛି। ମୁଁ ପୁରା ଦେଶରେ ତାଙ୍କର ହାତ ମୁଠା ଟାଣ କରିବା ପାଇଁ ମମତାଙ୍କ ସହ ରହିବି ବୋଲି ସିହ୍ନା କହିଛନ୍ତି।

ସଚୂନା ଥାଉକି, ଲୋକସଭା ଉପ-ନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଆସାନସୋଲର ଲୋକସଭା ଉପନିର୍ବାଚନରେ କେନ୍ଦ୍ର ମନ୍ତ୍ରୀ ଓ ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନା ଟିଏମ୍‌ସିର ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ଏହାକୁ ନେଇ ମମତା ବାନାର୍ଜୀ ଟ୍ୱିଟ୍‌ରେ ଖୁସି ବ୍ୟକ୍ତ କରିଥିଲେ। ଆସାନସୋଲରୁ ଲୋକସଭା ଉପ-ନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନା ଟିଏମସିର ପ୍ରାର୍ଥୀ ହେବେ।


Share It

Comments are closed.