ଶାନ୍ତି ମେମୋରିଆଲ ହସ୍ପିଟାଲର ୩୪ତମ ପ୍ରତିଷ୍ଠା ଦିବସ ପାଳିତ


ଭୁବନେଶ୍ୱର: ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଚଳିତ ଏପ୍ରିଲ ୧ତାରିଖ ଦିନ ଏହାର ୩୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହାର ସିଏମଡି ଡା. ଶ୍ରୀଜୋୟ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଡା. ରେଖା ଦାସ ଓ ଏସ୍ ଜେ ବାଗଚୀ, ଡା. ଅଭିନବ ପଟ୍ଟନାୟକ, ଡା. ପ୍ରିୟଦର୍ଶୀ ତ୍ରିପାଠୀ, ଡା. ଅଭିଜିତ ପୃଷ୍ଟି ଓ ଡା. ସ୍ୱର୍ଣ୍ଣବ ପଟ୍ଟନାୟକ ଏହି ସ୍ୱତନ୍ତ୍ର ଉତ୍ସବରେ ଉପସ୍ଥିତ ଥିଲେ । ଡା. ଶ୍ରୀଜୋୟ ପଟ୍ଟନାୟକ ଓ ପ୍ରଫେସର ଡା. ରେଖା ଦାସ ମହମବତୀ ପ୍ରଜ୍ୱଳିତ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଡାକ୍ତର ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଜଣେ ଡାକ୍ତରୀ ଉଦ୍ୟୋଗୀ ଭାବରେ ନିଜର ଯାତ୍ରା ଏବଂ କଟକରେ ଏକ ଡାକ୍ତରଖାନା ସ୍ଥାପନ କରିବା ନେଇ ତାଙ୍କ ସ୍ୱର୍ଗତ ମା’ଙ୍କର ସ୍ୱପ୍ନକୁ ସ୍ମରଣ କରିଥିଲେ । ଏକ ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ସଫଳ ପରିଚାଳନା ପାଇଁ ରୋଗୀ କେନ୍ଦ୍ରିକ ଯତ୍ନ, ସମବେଦନା ଏବଂ ସମର୍ପଣର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଫେସର ଡାକ୍ତର ରେଖା ଦାସ ମଧ୍ୟ ଡାକ୍ତରଖାନା ନିର୍ମାଣରେ ଥିବା ଅନେକ ଆହ୍ୱାନଗୁଡ଼ିକ ସମ୍ପର୍କରେ କିଛି ସୁନ୍ଦର ଚିନ୍ତାଧାରା ବାଂଟିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବାର୍ଷିକ ଦିବସ କାର୍ଯ୍ୟକ୍ରମର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶାନ୍ତି ମେମୋରିଆଲ ହସ୍ପିଟାଲର ପ୍ରତିଷ୍ଠା ଦିବସ ପାଳନକୁ ହସ୍ପିଟାଲର ସମସ୍ତ କର୍ମଚାରୀ ବେଶ୍ ଉପଭୋଗ କରିଥିଲେ ।


Share It

Comments are closed.