ଚାଲିଛି ଶନି ସାଢେ ସତୀ, ଏହି ୩ଟି ରାଶି ରୁହନ୍ତୁ ସାବଧାନ


ନ୍ୟାୟର ଦେବତା ଶନି ଜାନୁଆରୀ ମାସ ୧୭ ତାରିଖରୁ କୁମ୍ଭ ରାଶିରେ ରହିଛନ୍ତି । କୁମ୍ଭ ରାଶିରେ ଶନିଙ୍କ ଉପସ୍ଥିତି ଅନ୍ୟ ରାଶି ଉପରେ ମଧ୍ୟ ଏହାର ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଛି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କୁ ସବୁଠାରୁ ମନ୍ଥର ଗତି କରୁଥିବା ଗ୍ରହ ବୋଲି ବିବେଚନା କରାଯାଏ। ଏହି କାରଣରୁ, ଶନିଙ୍କ ବକ୍ର ଦୃଷ୍ଟିର ପ୍ରଭାବ ଦୀର୍ଘ ସମୟ ଧରି ରାଶି ଉପରେ ରହିଥାଏ ।

କନ୍ୟା ରାଶି: କନ୍ୟା ରାଶି ଉପରେ ଶନିଙ୍କ ବକ୍ର ଦୃଷ୍ଟି ରହିଛି । ଏହା ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଉତ୍ଥାନ-ପତନ ଲାଗି ରହିବ । କର୍ମକ୍ଷେତ୍ରରେ ସମସ୍ୟା ଉପୁଜିବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଆର୍ଥିକ କ୍ଷତିରେ ପଡ଼ିପାରନ୍ତି।

ତୁଳା ରାଶି: ତୁଳା ରାଶି ଉପରେ ମଧ୍ଯ ଶନିଙ୍କ ବକ୍ର ଦୃଷ୍ଟି ରହିଥିବାରୁ ଏହାର ପ୍ରଭାବରେ ପାରିବାରିକ କଳହ ଲାଗି ରହିବ । ମନ ଅଶାନ୍ତ ରହିବ । ଆତ୍ମବିଶ୍ୱାସରେ ହ୍ରାସ ଘଟିବ । ମାନସିକ ସନ୍ତୁଳନ ଠିକ୍ ରହିବ ନାହିଁ । ଅର୍ଥହାନୀ ହୋଇପାରେ ।

ମକର ରାଶି: ଶନିଙ୍କ କୁଟିଳ ଦୃଷ୍ଟି ହେତୁ ଏହି ସମୟ ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ନାହିଁ। ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ । ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଉପୁଜିବ। ଦାମ୍ପତ୍ୟ ଜୀବନରେ ସମସ୍ୟାମାନ ଲାଗି ରହିବ ।


Share It

Comments are closed.