ପ୍ରକ୍ରିୟାରେ ସରଳୀକରଣ ସହ ‘ସହଜରେ ବିଦ୍ୟୁତ ସଂଯୋଗ ପାଇବାରେ’ ବ୍ୟାପକ ଉନ୍ନତି
ନୂତନ ସଂଯୋଗ ପ୍ରକ୍ରିୟାରେ ବର୍ତମାନ ସର୍ବନିମ୍ନ ଦସ୍ତାବିଜ୍ ଆବଶ୍ୟକ
୪ଟି ସରଳ ପଦକ୍ଷେପ- ପଞ୍ଜୀକରଣ, ଦସ୍ତାବିଜ ଦାଖଲ, ଦେୟ ଏବଂ ଯାଂଚ୍ ଏବଂ ମିଟର ପ୍ରତିଷ୍ଠା ଅନ୍ତର୍ଭୁକ୍ତ
ସମ୍ଭାବ୍ୟ ଗ୍ରାହକମାନେ ୱେବସାଇଟ୍, କଲ୍, ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍, ଇ-ମେଲ୍ ଏବଂ ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ
ଭୁବନେଶ୍ୱର: ଶକ୍ତି କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରିବାରେ ଅଗ୍ରଣୀ ଭାବେ ଉଭା ହୋଇଥିବା ରାଜ୍ୟ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶରେ ଭାରତର ସର୍ବବୃହତ ସମନ୍ୱିତ ଶକ୍ତି କମ୍ପାନି ଟାଟା ପାୱାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ ଗୁଡ଼ିକ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ।
ଅଧିଗ୍ରହଣ ପରଠାରୁ ଏହି ଡିସକମ୍ ଗୁଡ଼ିକର ଉନ୍ନତ ପ୍ରକ୍ରିୟା ସରଳୀକରଣ ପଦକ୍ଷେପ ରାଜ୍ୟରେ ୧୦,୦୪୦,୨୨ ନୂଆ ବିଦ୍ୟୁତ ସଂଯୋଗ କରିଛି । ସମ୍ଭାବ୍ୟ ଗ୍ରାହକମାନେ ୱେବସାଇଟ୍, କଲ୍, ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍, ଇ-ମେଲ୍ ଏବଂ ଗ୍ରାହକ ସେବା କେନ୍ଦ୍ର ଭଳି ବିଭିନ୍ନ ଟଚ୍ ପଏଂଟ୍ ମାଧ୍ୟମରେ ସହଜରେ ଆବେଦନ କରିପାରିବେ ।
ସର୍ବନିମ୍ନ ଦସ୍ତାବିଜ ଆବଶ୍ୟକତା ସହିତ, ଡିସକମଗୁଡିକ ନୂଆ ସଂଯୋଗ ପ୍ରକ୍ରିୟାରେ ସମ୍ପୃକ୍ତ ପଦକ୍ଷେପଗୁଡ଼ିକୁ ଯଥେଷ୍ଟ ହ୍ରାସ କରିବା ସହ ସେଗୁଡ଼ିକୁ ଡିଜିଟାଇଜ୍ ମଧ୍ୟ କରିଛନ୍ତି ଯାହା ଗ୍ରାହକଙ୍କ ସୁବିଧା ପାଇଁ ପ୍ରକ୍ରିୟାକୁ ବେଶ ସରଳ କରିଛି । ଏହି ପ୍ରକ୍ରିୟାରେ କେବଳ ୪ଟି ପଦକ୍ଷେପ ଅନ୍ତର୍ଭୁକ୍ତ । ତାହା ହେଉଛି ପଞ୍ଜୀକରଣ, ଦସ୍ତାବିଜ ଦାଖଲ, ଦେୟ ଏବଂ ଯାଂଚ ଏବଂ ମିଟର ସ୍ଥାପନା ।
ଟିପି ଓଡ଼ିଶା ଡିସ୍କମ୍ଗୁଡ଼ିକ ଦ୍ୱାରା ନୂଆ ସଂଯୋଗ (୨୦୨୩ ନଭେମ୍ବର ୩୦ ସୁଦ୍ଧା)
ଡିସକମ୍ ଅବଧି ବିଦ୍ୟୁତ ସଂଯୋଗ ସଂଖ୍ୟା
ଟିପିସିଓଡିଏଲ୍ ୨୦୨୦ ଜୁନ୍-୨୦୨୩ ନଭେମ୍ବର ୩,୭୬,୭୯୯
ଟିପିଏସ୍ଓଡିଏଲ୍ ୨୦୨୧ ଏପ୍ରିଲ୍-୨୦୨୩ ନଭେମ୍ବର ୧,୭୩,୫୭୩
ଟିପିଏନ୍ଓଡିଏଲ୍ ୨୦୨୧ ଜାନୁଆରି-୨୦୨୩ ନଭେମ୍ବର ୧,୬୭,୩୪୬
ଟିପିଡବ୍ଲୁଓଡିଏଲ୍ ୨୦୨୧ ଜାନୁଆରି-୨୦୨୩ ନଭେମ୍ବର ୨,୮୬,୩୦୪
ସହରାଚଂଳ ଓ ଗ୍ରାମାଂଚଳରେ ବିଦ୍ୟୁତ୍ ସଂଯୋଗ ପାଇବା ସହଜ ହେବା ଫଳରେ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସୁପରଭାଇଜରୀ କଂଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ୍ (ସ୍କାଡା), ଜିଓଗ୍ରାଫିକ୍ ଇନଫର୍ମେସନ୍ ସିଷ୍ଟମ୍ (ଜିଆଇଏସ୍) ଏବଂ ଆଡଭାନ୍ସଡ୍ ମିଟରିଂ ଇନଫ୍ରାଷ୍ଟ୍ରକ୍ଚର (ଏଏମ୍ଆଇ) ଭଳି ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରି କମ୍ପାନି ସମଗ୍ର ରାଜ୍ୟର ଜନସାଧାରଣଙ୍କୁ ଭରସାଯୋଗ୍ୟ ଏବଂ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଇ ଦେଉଛି ।
Comments are closed.