ଶ୍ରାବଣର ପହିଲି ସୋମବାରରେ ଚଳଚଞ୍ଚଳ ସମସ୍ତ ଶୈବପୀଠ, ମହାଦେବଙ୍କୁ ଜଳାଭିଷେକ କଲେ କାଉଡ଼ିଆ


ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଶୈବପୀଠ। ସମସ୍ତ ଶୈବପୀଠ ଲାଗିଛି କାଉଡ଼ିଆଙ୍କ ଭିଡ଼। ବହୁ ଦୂର ଦୂରାନ୍ତରୁ କାଉଡ଼ିଆମାନେ ବିଭିନ୍ନ ନଦୀରୁ ଜଳ ଆଣି ମହାଦେବଙ୍କୁ ଜଳାଭିଷେକ କରିଛନ୍ତି। ପ୍ରବଳ ଜନସମାଙ୍ଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୋଭିଡ୍ ମହାମାରୀ ପାଇଁ ଗତ ଦୁଇ ବର୍ଷ ହେଲା କାଉଡ଼ିଆମାନେ ମହାଦେବଙ୍କ ଜଳାଭିଷେକରୁ ବଞ୍ଚିତ ଥିଲେ। ଚଳିତ ବର୍ଷ କୋଭିଡ୍ କଟକଣା ହଟିଥିବାରୁ ବିଭିନ୍ନ ଶୈବପୀଠକୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଛି।


Share It

Comments are closed.