ରାଷ୍ଟ୍ରପତି ନିର୍ବାଚନ ଆଜି


 

ସୋମବାର ତଥା ୧୮ ଜୁଲାଇରୁ ମୋସୁମୀ ଅଧିବେଶନ ପ୍ରାରମ୍ଭ ହେବା ସହିତ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି । ଏହି ନିର୍ବାଚନରେ ଦେଶର ପ୍ରାୟ ୪୮୦୦ ନିର୍ବାଚିତ ସାଂସଦ ଓ ବିଧାୟକ ଭୋଟ  କରିବେ । ଏଥିପାଇଁ ପ୍ରତ୍ୟେକ ବିଧାନସଭାକୁ ବାଲାଟ ପେପର ପ୍ରଦାନ କରାଯାଇଛି । ନିଦେ୍ର୍ଶାନୁସାରେ ସାଂସଦମାନେ ସବୁଜ ରଙ୍ଗର ବାଲାଟ ପେପର ଏବଂ ବିଧାୟକମାନେ ଗୋଲାପୀ ରଙ୍ଗର ବାଲାଟ ପେପରରେ ଭୋଟ ଦେବେ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଓଡିଶାର ଦୌ୍ରପଦୀ ମୁର୍ମୁ ଏନଡିଏ ତରଫରୁ ଚୟନ ହୋଇଥିବା ବେଳେ ତାଙ୍କ ବିରୋଧୀ ଦଳ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ଜୁଲାଇ ୨୧ରେ ରାଷ୍ଟ୍ରପତି ଭୋଟ ଗଣତି ହେବ ଏବଂ ଜୁଲାଇ ୨୫ରେ ନୂତନ ରାଷ୍ଟ୍ରପତି ଶପଥ ଗ୍ରହଣ କରିବାର ଆୟୋଜନ ରହିଛି ।

ସେହିପରି ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାର୍ଗାରେଟ ଆଲଭା ଉପରାଷ୍ଟ୍ରପତି ପାର୍ଥୀ ଭାବେ ଚୟନ ହୋଇଛନ୍ତି । ଏବଂ ଏନଡିଏ ପକ୍ଷରୁ ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ ଚୟନ କରାଯାଇଛି ।


Share It

Comments are closed.