ସଞ୍ଜୟ ସାହୁଙ୍କୁ ଏକ୍ସେଞ୍ଜଫରମିଡିଆ ପିଆର ଏଣ୍ଡ କର୍ପ କମ୍ ଫର୍ଟି ଅଣ୍ଡର ଫର୍ଟି ସମ୍ମାନ


ଭୁବନେଶ୍ୱର : ଓଡିଶାର ଅଗ୍ରଣୀ କର୍ପୋରେଟ୍ କମ୍ୟୁନିକେସନ୍ ପ୍ରଫେସନାଲ୍ ସଞ୍ଜୟ କୁମାର ସାହୁଙ୍କୁ ଏକ୍ସଚେଞ୍ଜଫରମିଡିଆ ଦ୍ଵାରା ସମ୍ମାନଜନକ ପିଆର ଏଣ୍ଡ କର୍ପ କମ୍ ଫର୍ଟି ଅଣ୍ଡର ଫର୍ଟି ପୁରସ୍କାର – 2021 ରେ ସମ୍ମାନିତ କରାଯିବା ସହିତ ଦେଶର ୪୦ ଜଣ ଯୁବ କର୍ପୋରେଟ୍ କମ୍ୟୁନିକେସନ ପ୍ରଫେସନାଲ୍ ତାଲିକାରେ ସାମିଲ କରାଯାଇଛି । ଆଜି ଏକ୍ସଚେଞ୍ଜ୍4ମିଡିଆ ଦ୍ଵାରା ଆୟୋଜିତ ପିଆର ଏଣ୍ଡ କର୍ପ କମ୍ ଫର୍ଟି ଅଣ୍ଡର ଫର୍ଟି ସମ୍ମିଳନୀ ଏବଂ ଆୱାର୍ଡ 2021 କାର୍ଯ୍ୟକ୍ରମରେ ସଞ୍ଜୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା |
ଏହି ସମ୍ମାନ ପାଇଁ ଗ୍ରାଣ୍ଡ୍ ଜୁରୀ ଏବଂ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇବା ସହ ସଞ୍ଜୟ କହିଛନ୍ତି ଯେ ଏହି ସମ୍ମାନ ଓଡିଶାରେ ପବ୍ଲିକ ରେଲେସନ୍ କ୍ଷେତ୍ର ପାଇଁ ଏକ ସ୍ୱୀକୃତି ।

ଏକ୍ସଚେଞ୍ଜଫରମିଡିଆ ଭାରତରେ ଯୋଗାଯୋଗ ଶିଳ୍ପ ପାଇଁ ଏକ ଅଗ୍ରଣୀ ସୂଚନା ପ୍ଲାଟଫର୍ମ | ଦେଶର ଯୋଗାଯୋଗ କ୍ଷେତ୍ରର ବରିଷ୍ଠ ପ୍ରଫେସନାଲଙ୍କୁ ନେଇ ଏକ ଗ୍ରାଣ୍ଡ ଜୁରି ଦ୍ୱାରା ବିଜେତାମାନଙ୍କୁ ଚୟନ କରାଯାଇଥିଲା |

ସଞ୍ଜୟ ବର୍ତ୍ତମାନ ଜିନ୍ଦଲ ଷ୍ଟିଲ ଏବଂ ପାୱାରରେ ଡେପୁଟି ଜେନେରାଲ ମ୍ୟାନେଜର (କର୍ପୋରେଟ୍ କମ୍ୟୁନିକେସନ୍) ଭାବରେ କାର୍ଯ୍ୟ କରିବା ସହିତ ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (PRSI) ଭୁବନେଶ୍ୱର ଚାପ୍ଟରର ସମ୍ପାଦକ ଅଛନ୍ତି ।


Share It

Comments are closed.