ସଲମାନ ଦୋଷୀ ସାବ୍ୟସ୍ତ


କୃଷ୍ଣସାର ମୃଗ ଶୀକାର ମାମଲାରେ ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଯୋଧପୁର କୋର୍ଟରେ ଏହି ମାମଲା ବିଚାରଧୀନ ଅବସ୍ଥାରେ ଥିବା ବେଳେ, ଆଜି ମାନ୍ୟବର କୋର୍ଟ ଏହି ମାମଲାରେ ସମସ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ସହ ସଲମାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ସୂଚନା ମୁତାବକ ପ୍ରାୟତଃ ୧୯ ବର୍ଷ ପୂର୍ବେ କୃଷ୍ଣସାର ମୃଗର ଶୀକାର ମାମଲା ସହିତ ଜଡିତ ଅବୈଧ ହତିଆର ରଖିବା କେସରେ ଯୋଧପୁର କୋର୍ଟ ରାୟ ଶୁଣାଇଛନ୍ତି । ୧୯୯୮ରେ ‘ହମ ସାଥ ସାଥ ହେଁ’ ଫିଲ୍ମ ସୁଟିଙ୍ଗ ଚାଳିଥିବା ବେଳେ ସଲମାନ ତାଙ୍କ ସାଥି ସୈଫଅଲି ଖାନ, ନିଲମ, ସୋନାଲୀ, ତବୁ ଆଦିଙ୍କ ସହ କୃଷ୍ଣସାର ମୃଗର ଶୀକାର କରିବା ପାଇଁ ଯୋଧପୁର ଜଙ୍ଗଲକୁ ଚାଲିଯାଇଥିଲେ । ତାଙ୍କ ଉପରେ ଆରୋପ ଥିଲା ଯେ, ସେ ଯେଉଁ ବନ୍ଧୁକରେ ଶୀକାର କରଥିଲେ, ତାହାର ଲାଇସେନ୍ସ ପୂର୍ବରୁ ହିଁ ସମାପ୍ତ ହୋଇଯାଇଥିଲା । କୃଷ୍ଣସାର ମୃଗର ଶୀକାର କରିବା ସହ ବେଆଇନ ଅସ୍ତ୍ର ରଖିବା ମାମଲାରେ ତାଙ୍କ ଉପରେ ଏକ ମାମଲା ରୁଜୁ ହୋଇଥିଲା । ଯାହାକି ୧୯୯୮ରୁ ବିଚାରଧିନ ଅବସ୍ଥାରେ ଥିଲା ।


Share It

Comments are closed.