ମଣ୍ଟେ କାର୍ଲୋ ପକ୍ଷରୁ ବସନ୍ତ ଗ୍ରୀଷ୍ମ ୨୦୧୮ କଲେକସନ୍


ଅଗ୍ରଣୀ ବ୍ରାଣ୍ଡ୍ ମଣ୍ଟେ କାର୍ଲୋ ପକ୍ଷରୁ ଚଳିତ ବର୍ଷ ପାଇଁ ବସନ୍ତ ଗ୍ରୀଷ୍ମ କଲେକସନ୍ ୨୦୧୮ର ଶୁଭାରମ୍ଭ କରାଯାଇଛି । ଏହି କଲେକସନରେ ଗ୍ରାହକମାନେ ଆନ୍ତର୍ଜାତୀୟ ଫ୍ୟାସନ୍ ଟ୍ରେଣ୍ଡର ପୋଷାକ ପାଇପାରିବେ । ଏହି ରେଞ୍ଜରେ ବ୍ୟକ୍ତିଗତ ଷ୍ଟାଇଲିଙ୍ଗ ପାଇଁ ଶ୍ରେଷ୍ଠ ରଙ୍ଗ, ଆକର୍ଷଣୀୟ ଡିଜାଇନ ଏବଂ ଅତ୍ୟନ୍ତ ନିପୁଣ ପିସ୍ ରହିଛି ।
ପୁରୁଷ, ମହିଳା ତଥା ଯାଁଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି କଲେକସନରେ ସାର୍ଟ, ଟପ୍ସ, ଟି-ସାର୍ଟ, ଟ୍ୟୁନିକ୍ସ, ଜିନ୍ସ, ସର୍ଟ, ଟ୍ରାଉଜର୍ସ, ଟ୍ରାକ୍ସୁଟ୍ସ ଆଦି ଉପଲବ୍ଧ । ଏହି କଲେକସନଗୁଡ଼ିକ ଋତୁ ପାଇଁ ଅନୁକୂଳ ତନ୍ତୁଯୁକ୍ତ ବସ୍ତ୍ର ଆଣିଦେଉଛି, ଯାହା ବିଭିନ୍ନ ରଙ୍ଗ ଓ ଡିଜାଇନରେ ଉପଲବ୍ଧ । ପୁରୁଷମାନେ ଫର୍ମାଲ୍ ଓ କାଜୁଆଲ୍ ବସ୍ତ୍ର ପାଇଁ ସାର୍ଟ, ଟି-ସାର୍ଟ, ଟ୍ରାଉଜର୍, ଲିନେନ୍ ସାର୍ଟ, ଲୋୟର୍, ଟ୍ରାକ୍ସୁଟ୍ ଏବଂ ବରମୁଣ୍ଡା ଆଦି କିଣିପାରିବେ । www.montecarlo.in ଏବଂ ମଣ୍ଟେକାର୍ଲୋ ଷ୍ଟୋରମାନଙ୍କରେ ଏହି କଲେକସନଗୁଡ଼ିକ ଉପଲବ୍ଧ ।
ଏହି ପରିପ୍ରେକ୍ଷୀରେ ମଣ୍ଟେ କାର୍ଲୋର ପରିଚାଳନା ନିର୍ଦ୍ଦେଶକ, ମୋନିକା ଓସୱାଲ କହିଛନ୍ତି ଯେ, “ଆମେ ଆମ ଗ୍ରାହକମାନଙ୍କୁ ଉନ୍ନତ ଧରଣର ଉତ୍ପାଦ ଯୋଗାଇ ଦେବାରେ ବିଶ୍ୱାସ ରଖୁ । ଆମର ଏହି ବସନ୍ତ ଗ୍ରୀଷ୍ମ ୨୦୧୮ କଲେକ୍ସନ୍ ଗ୍ରାହକଙ୍କ ଆଧୁନିକ ଟ୍ରେଡିଂ ଚାହିଦାକୁ ପୂରଣ କରିବାରେ ସକ୍ଷମ ହେବ । ଫର୍ମାଲ୍ ବସ୍ତ୍ର ପାଇଁ ଟପ୍ସ ଓ ସାର୍ଟ ଉପଲବ୍ଧ । ଆଧୁନିକ ଲୁକ୍ ପାଇଁ ଗ୍ରାହକମାନେ ଟ୍ୟୁନିକ୍ସ, ଲେଗିନ୍ସ ଆଦି ବ୍ୟବହାର କରିପାରିବେ ।”

ରିପୋର୍ଟେଡ – ସେବାନନ୍ଦ ସାମଲ


Share It

Comments are closed.