ଜିପ କମ୍ପାସ ୪x୪ ଏବେ ଆକର୍ଷଣୀୟ ଅଫରରେ ଉପଲବ୍ଧ


ଭାରତରେ ପ୍ରଥମଥର ପାଇଁ, ଫିଏଟ କ୍ରିସଲର ଅଟୋମୋବାଇଲ ପକ୍ଷରୁ ଗ୍ରାହକଙ୍କୁ ଖୁସି କରାଇବା ପାଇଁ ‘ଜିପ ୪x୪ ମାସର’ ଘୋଷଣା କରାଇଛି । ଏହି ଜିପ ୪x୪ ମାସ କାର୍ଯ୍ୟକ୍ରମଟି ୪ ଏପ୍ରେଲ ରୁ ଆରମ୍ଭ ହୋଇ ୩୦ ଏପ୍ରେଲ ମଧ୍ୟରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ନୂତନ ଗ୍ରାହକମାନେ ଅତିରିକ୍ତ ୫୦,୦୦୦ ଟଙ୍କା ଦେଇ ତାଙ୍କର ୪x୨ ଭ୍ୟାରିଏଣ୍ଟର ଗାଡିକକୁ ୪x୪ ଭ୍ୟାରିଏଣ୍ଟରେ ଅପଗ୍ରେଡ କରପାରିବେ । ଏହି ୪x୨ ଭ୍ୟାରିଏଣ୍ଟର ମୂଲ୍ୟ ୧୯.୨୧ ଲକ୍ଷ ରହିଥିବା ବେଳେ ୪x୪ର ମୂଲ୍ୟ ୨୧.୧୮ ଲକ୍ଷ ରହିଛି । ଯାହା ଫଳରେ ଏହାର ଗ୍ରାହକମାନେ ମାତ୍ର ୫୦,୦୦୦ ଟଙ୍କା ଦେଇ ୪x୨ ଭ୍ୟାରିଏଣ୍ଟକୁ ୪x୪ ଭ୍ୟାରିଏଣ୍ଟରେ ଅପଗ୍ରେଡ କରିବା ସହ ୧.୪୭ ଲକ୍ଷର ରିହାତିକ ସୁବିଧା ମଧ୍ୟ ପାଇପାରିବେ ।
ଏହି ଅବସରରେ ଫିଏଟ କ୍ରିସଲର ଅଟୋମୋବାଇଲ (ଏଫସିଏ) ଇଣ୍ଡିଆର ସଭାପତି ଏବଂ ପରିଚାଳନା ନିର୍ଦ୍ଦେଶକ କେଭିନ ପ୍ଲାଇନ କହିଛନ୍ତି ଯେ, “ଗ୍ରାହକମାନେ ଜିପ କମ୍ପାସକୁ ବୁକ କରିବା ପାଇଁ ଏହି ଜିପ୪x୪ ମାସଟି ହେଉଛି ସବୁଠାରୁ ସ୍ୱତନ୍ତ୍ର ଓ ଅନ୍ୟୁନ । ବଜାରରେ ଏହାର ଶୁଭାରମ୍ଭ ପରେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦,୦୦୦ ଜିପ କମ୍ପାସ ଏସୟୁଭି ବିକ୍ରି କରିସାରିଲୁଣୁ ଓ ବିନମ୍ରତାର ସହିତ ଆମେ ଜିପ କମ୍ପାସର ଗ୍ରାହକମାନଙ୍କ ଗର୍ବ ଓ ଗୌରବକୁ ଦେଖିବାକୁ ଚାହୁଁଛୁ କାରଣ ଆମର ଉତ୍ପାଦ ତାଙ୍କୁ ସାଧାରଣ ଠାରୁ ବାହାରକୁ ଆଣିଛି ଓ ନୂତନ ଦିଗନ୍ତ ପ୍ରଦାନ କରିଛି ।
ଏହି ଏସୟୁଭି ତିନୋଟି ପ୍ରିମିୟମ ଟ୍ରିମ – ସୋର୍ଟ, ଲଙ୍ଗିଚ୍ୟୁଡ ଓ ଲିିମିଟେଡରେ ଉପଲବ୍ଧ ହେବା ସହ ୨.୦ ଲିଟର ଟର୍ବୋ ଡିଜେଲ ଏବଂ ୧.୪ ଲିଟର ଟର୍ବୋ ପେଟ୍ରୋଲ ମଲଟିଏୟାର ଇଂଞ୍ଜିନର ବିକଳ୍ପରେ ଉପଲବ୍ଧ ରହିଛି । ଏଫସିଏ ଇଣ୍ଡିଆ ପକ୍ଷରୁ ସାମ୍ଭବ୍ୟ ଗ୍ରାହକ ଓ ଉତ୍ସାହୀ ଗ୍ରାହକଙ୍କ ପାଇଁ ମୁମ୍ବାଇ, ପୁଣେ, ଓ ହାଇଦ୍ରାବାଦରେ ଚଳିତ ମାସରେ ଏକ ୪ଙ୍ଘ୪ ଡ୍ରାଇଭ ତଥା ଜିପ ବ୍ରାଣ୍ଡର ଅନୁଭୂତି କାର୍ଯ୍ୟକ୍ରମ କ୍ୟାମ୍ପ ଜିପ ଆୟୋଜନ କରାଯିବ ।


Share It

Comments are closed.