ଓପନିଂ କଲେକ୍ସନରେ ସଲାରର ଯାଦୁ : ଭାଙ୍ଗୁଛି ବିଭିନ୍ନ ରେକର୍ଡ଼


ପରଦାକୁ ଆସିଛି ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ସିନେମା ସଲାର । ତାଙ୍କ ଷ୍ଟାରଡମ ଉପରେ କିଛି ଦିନ ତଳେ ଉଠିଥିଲା ପ୍ରଶ୍ନବାଚୀ । ତେବେ ବର୍ତ୍ତମାନ ତାଙ୍କ ଅଭିନିତ ସିନେମା ସମାଲୋଚକଙ୍କ ମୁହଁ ବନ୍ଦ କଲା ଭଳି କ୍ଷମତା ରଖୁଛି । ଓପନିଂ କଲେକ୍ସନରେ ସଲାର ଦେଖାଇଛି ଯାଦୁ । ଜୱାନ-ପଠାନ ଭଳି ସିନେମାଗୁଡିକୁ ଟପିଯାଇଛି ପ୍ରଭାସଙ୍କ ଏହି ସିନେମା । ପ୍ରଥମ ଦିନରେ ସିନେମାଟି ବକ୍ସ ଅଫିସରେ ତିଆରି କରିଛି ରେକର୍ଡ । ସଲାର ପ୍ରଥମ ଦିନରେ ୯୫ରୁ ୯୭ କୋଟି ନେଟ୍ କଲେକ୍ସନ କରିଥିବା ଆକଳନ କରାଯାଇଛି । ଚୂଡାନ୍ତ ଆକଳନ ସାମ୍ନାକୁ ଆସିବା ପରେ ଏହି ସିନେମାଟି ୧୦୦ କୋଟି ଟପିପାରେ ।
କେଜିଏଫ୍ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଏହି ସିନେମାର ନିର୍ଦ୍ଦେଶକ ରହିଛନ୍ତି । ସିନେମା ଘୋଷଣା ହେବା ବେଳେ ଏହି ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା । ତେବେ ଏଥର ଫ୍ୟାନଙ୍କୁ ନିରାଶ କରିନାହାନ୍ତି ପ୍ରଭାସ । ପ୍ରଶାନ୍ତ-ପ୍ରଭାସ ଯୋଡି ଏଥର ଫ୍ୟାନଙ୍କ ହୃଦୟରେ ରାଜୁତି କରୁଛନ୍ତି । ସିନେମାକୁ ମିଳିଛି ଜୋରଦାର ଦର୍ଶକୀୟ ଅନୁଭୁତି । ଏହାର ଆକ୍ସନ ସିକ୍ୱେନ୍ସ ଭାରତୀୟ ସିନେମାରେ ଲ୍ୟାଣ୍ଡ ମାର୍କ ବୋଲି ସିନେ ସମୀକ୍ଷକ କହିଛନ୍ତି ।


ପ୍ର ଥମ ଦିନ କଲେକ୍ସନ ରେକର୍ଡ ଫଳରେ ପ୍ରଶାନ୍ତ ନୀଲ ବାହୁବଳୀ ନିର୍ଦ୍ଦେଶକ ରାଜାମୌଳୀଙ୍କ ଲିଗ୍‌ରେ ଯୋଗ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଆରଆରଆର ପ୍ରଥମ ଦିନରେ ୧୩୩ କୋଟି ଟଙ୍କା ଆଦାୟ କରିଥିଲା । ସେହିଭଳି ବାହୁବଳୀ-୨ ସିନେମା ୧୨୧ କୋଟି, କେଜିଏଫ୍‌-୨ ରେକର୍ଡ ୧୧୬ କୋଟି ଏବଂ ସାହୋ ୮୯ କୋଟି ଟଙ୍କା ଆଦାୟ କରିଥିଲା । ଯଦି ସଲାର ପ୍ରଥମ ଦିନରେ ୧୦୦ କୋଟି ଆଦାୟ କରୁଛି ତେବେ ରାଜାମୌଳୀଙ୍କ ପରେ ପ୍ରଶାନ୍ତ ନିଲ ଲଗାତାର ୨ ବମ୍ପର ହିଟ୍ ସିନେମା ଦେଇଥିବା ଦିତୀୟ ଭାରତୀୟ ନିର୍ଦ୍ଦେଶକ ହେବେ ।


Share It

Comments are closed.