ହୋଟେଲ ଷ୍ଟଲୱାର୍ଟ ଯଯାତିର ଶୁଭ ଉଦଘାଟନ


ରାଜଧାନୀର ହାର୍ଟ କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ଜନପଥ ଠାରେ ଏକ ଆନନ୍ଦଦାୟକ ହୋଟେଲ ର ଶୁଭ ଉଦଘାଟନ ହୋଇଯାଇଛି l ସିଏମଡିଙ୍କ ମାତା ଶ୍ରୀମତୀ ରୁକ୍ମଣୀ ବେହେରାଙ୍କ କରକମଳ ରେ ଫିତା କଟା ହୋଇ ଅନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା l ହୋଟେଲ ର ସି. ଏମ୍. ଡି ଶ୍ରୀଯୁକ୍ତ ଶରତ କୁମାର ସାହୁ ଙ୍କ ସମେତ ପରିବାର ର ସମସ୍ତେ ଉପସ୍ଥିତ ଥିଲେ l

ଏହି ୩ ମହଲା ବିଶିଷ୍ଟ ହୋଟେଲ ରେ ୪୦ ଟି ରୁମ୍ ମଧ୍ୟରୁ ୬ ଟି ଶୁଟ୍ ରୁମ ସହିତ ବ୍ରାଇଡ, ଗ୍ରୁମ୍ ରୁମ୍ ଅଲଗା ରହିଛି ଏବଂ ୨ ଟି ଵାଂକ୍ୱେଟ୍ ହଲ୍ ରହିଛି l ତା’ ସହିତ ଲର୍ନ, ଇଣ୍ଡୋର ଗେମ୍ ଯଥା ଟେବଲ ଟେନିସ, କ୍ୟାରମ୍ ଇତ୍ୟାଦି ରହିଛି l ପୂର୍ବରୁ ଏହି ହୋଟେଲ ର ନାମ ଯଯାତି ଥିଲା l

ରାଜଧାନୀ ରେ ଅନେକ ଚାକଚକ୍ୟ ପୂର୍ଣ୍ଣ ହୋଟେଲ ଥିଲେ ମଧ୍ୟ ଷ୍ଟଲୱାର୍ଟ ଯଯାତି ହୋଟେଲ ସ୍ୱତନ୍ତ୍ର ବୋଲି ଶ୍ରୀଯୁକ୍ତ ସାହୁ ମତ ଦେଇଛନ୍ତି l ଏହି ହୋଟେଲ ର ପ୍ରାଇସ ସମସ୍ତ ବର୍ଗ ର ଲୋକମାନଙ୍କ ପାଇଁ ବୋଲି ମଧ୍ୟ କହିଛନ୍ତି l ବ୍ୟାଙ୍କିଙ୍ଗ ସେକ୍ଟର ରୁ ଆସି ରିଅଲ ଇଷ୍ଟେଟ ଦୁନିଆରେ ପାଦ ଥାପି ବେଶ ସଫଳ ହୋଇଛନ୍ତି l ନିକଟ ଅତୀତ ରେ ଷ୍ଟଲୱାର୍ଟ ସ୍କାଇସିଟି ନାମରେ ୩୬ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଲୋକମାନଙ୍କର ବିଶ୍ୱାସଯୋଗ୍ୟ ହୋଇପାରିଥିଲେ l


Share It

Comments are closed.