ପୁନେ ୟୁନିଭର୍ସିଟିକୁ ଶୀର୍ଷରେ ପହଂଚାଇଲେ ସାଧ୍ୱୀ ଧୁରୀ


ଆଜି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ ସ୍ୱିମର୍ ସାଧ୍ୱୀ ଧୁରୀ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟକୁ ୭ଟି ସ୍ୱର୍ଣ୍ଣ ଓ ୧୪ଟି ମେଡାଲ ସହ ତାଲିକାର ଶୀର୍ଷରେ ପହଂଚାଇଛନ୍ତି । ଏଥିସହିତ ମିହିର ଆମ୍ବ୍ରେ ନିଜର ୨ୟ ଟାଇଟଲ ଜିତିଛନ୍ତି । ସେହିପରି ଚଣ୍ଡୀଗଡର ପଞ୍ଜାବ ୟୁନିଭର୍ସିଟି ଏହାର ଓପ୍‌ନିଙ୍ଗ ଡେ’ ଷ୍ଟାର ସିଦ୍ଧାନ୍ତ ସେଜ୍‌ୱଲଙ୍କ ମାଧ୍ୟମରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏଥିସହିତ ପଞ୍ଜାବ ୟୁନିଭର୍ସିଟି ୬ଟି ସ୍ୱର୍ଣ୍ଣ ପଦକ ଓ ୧୮ଟି ମେଡାଲ ସହ ତାଲିକାର ୨ୟ ସ୍ଥାନରେ ରହିଛି । ବେଙ୍ଗାଲୁରୁର ଜୈନ ୟୁନିଭର୍ସିଟି ଓ ଅମୃତସରର ଗୁରୁ ନାନକ ଦେବ୍ ୟୁନିଭର୍ସିଟି ୬ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଓ ସ୍ୱଳ୍ପସଂଖ୍ୟକ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତି ତାଲିକାରେ ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି । ପଟିଆଲାର ପଞ୍ଜାବୀ ୟୁନିଭର୍ସିଟି ଏହାର ତୀରନ୍ଦାଜଙ୍କ ମାଧ୍ୟମରେ ୩ଟି ସ୍ୱର୍ଣ୍ଣ ପଦକ ଜିତି ତାଲିକାର ୫ମ ସ୍ଥାନରେ ରହିଛନ୍ତି ।

ଆଜି ବର୍ଷା ପ୍ରଭାବିତ ଦିନରେ କିସ୍‌ର ସ୍ୱେଚ୍ଛାସେବନୀ ଓ ଅଧିକାରୀମାନଙ୍କ ପ୍ରୟାସ କାରଣରୁ ତୀରନ୍ଦାଜିର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିଥିଲା । ଏଥିରେ ୟୁନିଭର୍ସିଟି ଅଫ୍ ରାଜସ୍ଥାନର ମୁକୁଲ ଶର୍ମା ବଏଜ୍ କମ୍ପାଉଣ୍ଡ ଫାଇନାଲରେ ପଞ୍ଜାବୀ ୟୁନିଭର୍ସିଟିର ଶୀର୍ଷ ର‌୍ୟାଙ୍କ୍‌ର ସଙ୍ଗମ୍‌ପ୍ରିତ ସିଂହ ବିସ୍‌ଲାଙ୍କୁ ପରାଜିତ କରିଥିଲେ । ବିଜୟ ପରେ ମୁକୁଲ ଶର୍ମା କହିଥିଲେ, ଜଣେ ପ୍ରଖ୍ୟାତ ତୀରନ୍ଦାଜଙ୍କ ଉପସ୍ଥିତିରେ ନିଜକୁ ଦୁର୍ବଳ ନଭାବିବା ପାଇଁ ମୁଁ ମୋ ନିଜକୁ ପ୍ରୋତ୍ସାହିତ କରିଥିଲି । ପ୍ରଥମେ ମୁଁ ଖୁବ୍ ନର୍ଭସ୍ ଥିଲି କିନ୍ତୁ ପରେ ଶାନ୍ତ ଓ ସ୍ଥିର ମନରେ ଉନ୍ନତ ପ୍ରଦର୍ଶନ କରିପାରିଥିଲି । ସେହିପରି ୟୁନିଭର୍ସିଟି ଅଫ୍ ରାଜସ୍ଥାନର କୃତିକା ଶର୍ମା, ରାଣୀ ଦୂର୍ଗାବତୀ ବିଶ୍ୱବିଦ୍ୟାଳୟର ୱାର୍ଲ୍ଡ ୟୁଥ୍ ଚାମ୍ପିଅନ୍‌ସିପ୍ ମେଡାଲିଷ୍ଟ ରାଗିଣୀ ମାର୍‌କୁଙ୍କୁ ୱମେନ୍‌ସ ଫାଇନାଲରେ ପରାଜିତ କରିଥିଲେ । ୧୯ ବର୍ଷୀୟା ସାଧ୍ୱୀ ଧୁରି ଆଜି ସନ୍ତରଣ ପ୍ରତିଯୋଗିତାରେ ୨:୧୪.୯୯ରେ ୨୦୦ ମିଟର ଫ୍ରିଷ୍ଟାଇଲ ଜିତିବା ସହ ୧୦୦ ମିଟର ବଟରଫ୍ଲାଏ ମଧ୍ୟ ଜିତିଥିଲେ । ଯାହାଫଳରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡାରେ ତାଙ୍କର ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ରେ ପହଂଚିଛି । ଅନ୍ୟପକ୍ଷରେ ପଞ୍ଜାବ ୟୁନିଭର୍ସିଟି ସିଦ୍ଧାନ୍ତ ସେଜ୍‌ୱାଲ ୨:୦୧.୨୮ରେ ୨୦୦ମିଟର ଫ୍ରିଷ୍ଟାଇଲ ଗୋଲ୍ଡ ଜିତିଥିଲେ । ଏଥିସହିତ ସେ ପୂର୍ବରୁ ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍ ଓ ୪ଙ୍ଘ୧୦୦ ମିଟର ଫ୍ରିଷ୍ଟାଇଲ ରିଲେ ଜିତିଥିଲେ । ଆସନ୍ତାକାଲି ସିଦ୍ଧାନ୍ତ ୩ଟି ଇଭେଂଟ୍‌ରେ ଅଂଶଗ୍ରହଣ କରିବେ ।

ଫଳାଫଳ (ସମସ୍ତ ଫାଇନାଲ)

ତୀରନ୍ଦାଜି (ଆର୍ଚେରି)

ମେନ୍‌ସ କମ୍ପାଉଣ୍ଡ: ମୁକୁଲ ଶର୍ମା (ୟୁନିଭର୍ସିଟି ଅଫ୍ ରାଜସ୍ଥାନ), ସଙ୍ଗମପ୍ରିତ ବିସ୍‌ଲା (ପଞ୍ଜାବି ୟୁନିଭର୍ସିଟି, ପଟିଆଲା)ଙ୍କୁ ୧୪୪ (ଙ୍ଘ)- ୧୪୪ (୮)ରେ ପରାଜିତ କରିଛନ୍ତି । ବ୍ରୋଞ୍ଜ ମେଡାଲ ପେ’ଅଫ୍‌: ସୁଖ୍‌ମିନ୍ଦର ସିଂହ (ପଞ୍ଜାବିି ୟୁନିଭର୍ସିଟି, ପଟିଆଲା), ପ୍ରଜ୍ୱଳ କାଲୁସେ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି)ଙ୍କୁ ୧୪୧-୧୩୭ରେ ପରାଜିତ କରିଛନ୍ତି ।
ମେନ୍ସ କମ୍ପାଉଣ୍ଡ ଟିମ୍‌: ପଞ୍ଜାବି ୟୁନିଭର୍ସିଟି, ୟୁନିଭର୍ସିଟି ଅଫ୍ ରାଜସ୍ଥାନକୁ ୨୨୯-୨୨୭ରେ ପରାଜିତ କରିଛି । ବ୍ରୋଞ୍ଜ ମେଡାଲ ପେ’ ଅଫ୍‌: ଦିଲ୍ଲୀ ୟୁନିଭର୍ସିଟି, ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟିକୁ ୨୨୭-୨୨୩ରେ ପରାଜିତ କରିଛି ।
ୱମେନ୍‌ସ କମ୍ପାଉଣ୍ଡ: କୃତିକା ଶର୍ମା (ୟୁନିଭର୍ସିଟି ଅଫ୍ ରାଜସ୍ଥାନ), ରାଗିଣୀ ମାର୍‌କୁ (ରାଣୀ ଦୂର୍ଗାବତୀ ବିଶ୍ୱବିଦ୍ୟାଳୟ)ଙ୍କୁ ୧୪୧-୧୩୭ରେ ପରାଜିତ କରିଛନ୍ତି । ବ୍ରୋଞ୍ଜ ମେଡାଲ ପେ’ଅଫ୍‌: ବବିତା କୁମାରୀ (ରାଂଚି ୟୁନିଭର୍ସିଟି), ପ୍ରିତୀନ୍ଦର କୌର (ପଞ୍ଜାବି ୟୁନିଭର୍ସିଟି)ଙ୍କୁ ୧୩୯-୧୩୦ରେ ପରାଜିତ କରିଛନ୍ତି ।

ୱମେନ୍ସ କମ୍ପାଉଣ୍ଡ ଟିମ୍‌: ପଞ୍ଜାବି ୟୁନିଭର୍ସିଟି, ୟୁନିଭର୍ସିଟି ଅଫ୍ ରାଜସ୍ଥାନକୁ ୨୨୬-୨୧୫ରେ ପରାଜିତ କରିଛି । ବ୍ରୋଞ୍ଜ ମେଡାଲ ପେ’ଅଫ୍‌: ଗୁରୁ ନାନକ ଦେବ୍ ୟୁନିଭର୍ସିଟି, ସନ୍ଥ ଗାଜେ ବାବା ଅମ୍‌ରାବତି ୟୁନିଭର୍ସିଟିକୁ ୨୧୭-୨୧୬ରେ ପରାଜିତ କରିଛି ।
ମିକ୍ସ ଟିମ୍ କମ୍ପାଉଣ୍ଡ : ପଞ୍ଜାବି ୟୁନିଭର୍ସିଟି, ୟୁନିଭର୍ସିଟି ଅଫ୍ ରାଜସ୍ଥାନକୁ ୧୫୧-୧୪୯ରେ ପରାଜିତ କରିଛି । ରାଣୀ ଦୂର୍ଗାବତୀ ବିଶ୍ୱବିଦ୍ୟାଳୟ, ଗୁରୁ ନାନକ ଦେବ୍ ୟୁନିଭର୍ସିଟିକୁ ୧୫୧-୧୪୯ରେ ପରାଜିତ କରିଛି ।

ବାସ୍କେଟବଲ

ମେନ୍ସ ବ୍ରୋଞ୍ଜ ମେଡାଲ ପେ’ଅଫ୍‌: ଜାମିଆ ମିଲିଆ ଇସ୍‌ଲାମିଆ, ବେଙ୍ଗାଲୁରୁର ଜୈନ୍ ୟୁନିଭର୍ସିଟିକୁ ପରାଜିତ କରିଛି ।

ୱମେନ୍‌ସ ଫାଇନାଲ: ୟୁନିଭର୍ସିଟି ଅଫ୍ ମାଡ୍ରାସ ୮୧ (ମୋନିକା ୨୯, ଶୃତି ୧୮, ଜେ ଇଶ୍ୱର୍ଯ୍ୟା ୧୩), ଚେନ୍ନାଇର ହିନ୍ଦୁସ୍ତାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ (ଏସ୍ ରାଜେଶ୍ୱର ୨୨, ବି ନୀତା ୨୦, ପି ପ୍ରିୟଙ୍କା ୧୯)କୁ ପରାଜିତ କରିଛି । ବ୍ରୋଞ୍ଜ ମେଡାଲ ପେ’ଅଫ୍‌: ଗୁରୁ ନାନକ ଦେବ୍ ୟୁନିଭର୍ସିଟି, କୁରୁକ୍ଷେତ୍ର ୟୁନିଭର୍ସିଟିକୁ ପରାଜିତ କରିଛି ।
ସନ୍ତରଣ (ସ୍ୱିମିଙ୍ଗ୍‌)

ପୁରୁଷ:
୨୦୦ମିଟର ଫ୍ରିଷ୍ଟାଇଲ: ୧. ସିଦ୍ଧାନ୍ତ ସେଜ୍‌ୱାଲ (ପଞ୍ଜାବ ୟୁନିଭର୍ସିଟି) ୨:୦୧.୨୮; ୨. ହର୍ସାଲ ସାରଙ୍ଗ (ବୀର ନର୍‌ମଦ ସାଉଥ୍ ଗୁଜୁରାଟ ୟୁନିଭର୍ସିଟି) ୨:୦୩.୨୫; ୩. ଏମ୍ ବାସୁରାମ (ୟୁନିଭର୍ସିଟି ଅଫ୍ କେରଳ) ୨:୦୪.୯୭ ।
୧୦୦ମିଟର ବଟରଫ୍ଲାଏ: ୧. ମିହିର ଆମ୍ବ୍ରେ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୫୬.୭୬ ସେକେଣ୍ଡ; ୨. ଓମୀର ସେଜ୍‌ୱଲ (ଦିଲ୍ଲୀ ୟୁନିଭର୍ସିଟି) ୫୭.୭୬; ୩. ଭାର୍ଗବ ସେଲର (ବୀର ନର୍‌ମଦ ସାଉଥ୍ ଗୁଜୁରାଟ ୟୁନିଭର୍ସିଟି) ୫୯.୧୨ ।

୪୦୦ମିଟର ଇଣ୍ଡିଭିଜୁଆଲ ମେଡ୍‌ଲଇ: ଶିବା ଶ୍ରୀଧର (ଜୈନ ୟୁନିଭର୍ସିଟି) ୪:୪୭.୧୩; ୨. ଟି ସେଥୁମାନୀକାଭେଲ (ମନୋନ୍‌ମିଆନିଆମ୍ ସୁନ୍ଦରାନର୍ ୟୁନିଭର୍ସିଟି) ୪:୫୨.୬୩; ୩. ପ୍ରସାଦ କାଣ୍ଡୁଲ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୪:୫୮.୭୩ ।

୪ଙ୍ଘ୧୦୦ ମିଟର ମେଡ୍‌ଲି ରିଲେ: ୧. ଦିଲ୍ଲୀ ୟୁନିଭର୍ସିଟି (ସମିତ ସେଜ୍‌ୱଲ, ଅଂଶ୍ ଅରୋରା, ବିନାୟକ ପାରିହର, ସମିର ସେଜ୍‌ୱଲ୍‌) ୪:୦୬.୫୩; ୨. ପଞ୍ଜାବ ୟୁନିଭର୍ସିଟି ୪:୧୦.୪୫; ୩୩. ସାବିତ୍ରୀବାଇ ଫୁଲେ ୟୁନିଭର୍ସିଟି ୪:୧୨.୧୫ ।
ମହିଳା

୨୦୦ମିଟର ଫ୍ରିଷ୍ଟାଇଲ: ୧. ସାଧ୍ୱୀ ଧୁରି (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୨:୧୪.୯୯; ୨. ରୁତୁଜା ତାଲେଗାଓଁକର (ଆର୍‌ଟିଏମ୍ ନାଗ୍‌ପୁର ୟୁନିଭର୍ସିଟି) ୨:୧୬.୯୫; ୩. ଏସ୍‌ଭି ନିକିତା (ଜୈନ୍ ୟୁନିଭର୍ସିଟି) ୨:୧୭.୩୯ ।

୮୦୦ମିଟର ଫ୍ରିଷ୍ଟାଇଲ: ୧. ଏସ୍‌ଭି ନିକତା (ଜୈନ୍ ୟୁନିଭର୍ସିଟି) ୯:୫୨.୬୭; ୨. ଧୃତି ମୁରଲିଧର (ଜୈନ୍ ୟୁନିଭର୍ସିଟି) ୧୦:୦୪.୫୨); ୩. ରୁତୁଜା ତାଲେଗାଓଁକର (ଆର୍‌ଟିଏମ୍ ନାଗପୁର ୟୁନିଭର୍ସିଟି) ୧୦:୧୩.୫୪ ।

୧୦୦ମିଟର ବଟରଫ୍ଲାଏ: ସାଧ୍ୱୀ ଧୁରି (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୧:୦୭.୩୬; ଦାମିନି ଗୌଡ (ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍‌ଇ ସାଇନ୍ସେ) ୧:୦୭.୯୬; ୩. ଆର୍ଯ୍ୟ ରାଜଗୁରୁ (ସାବିତ୍ରୀବାଇ ଫୁଲେ ପୁନେ ୟୁନିଭର୍ସିଟି) ୧:୦୮.୫୬ ।

୨୦୦ମିଟର ବଟରଫ୍ଲାଏ: ୧. କଲ୍ୟାଣୀ ସକ୍ସେନା (ବୀର ନର୍‌ମଦ ସାଉଥ୍ ଗୁଜୁରାଟ ୟୁନିଭର୍ସିଟି) ୨:୩୧.୨୧; ୨. ଏସ୍‌ଭି ନିକିତା (ଜୈନ୍ ୟୁନିଭର୍ସିଟି) ୨:୩୪.୨୩; ୩. ଦାମିନି ଗୌଡ (ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍‌ଥ ସାଇନ୍ସେସ) ୨:୩୫.୪୮ ।
୪ଙ୍ଘ୧୦୦ ମିଟର ମେଡ୍‌ଲି ରିଲେ: ୧. ୟୁନିଭର୍ସିଟି ଅଫ୍ ମୁମ୍ବାଇ (ସଂସ୍କୃତି ଶ୍ରୀନିବାସନ, ଜ୍ୟୋତି ପାଟିଲ, ରୁତୁଜା ଉଦେଶି ଓ ଆର୍‌ତି ପାଟିଲ) ୪:୫୪.୯୧; ୨. ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍ ହେଲ୍‌ଥ ସାଇନ୍ସେସ୍ ୪:୫୯.୩୭; ୩. ଯାଦବପୁର ୟୁନିଭର୍ସିଟି ୫:୦୨.୧୯ ।


Share It

Comments are closed.