ରୁଙ୍ଗ୍‌ଟା ମାଇନ୍ସ ପକ୍ଷରୁ ଦ୍ୱିତୀୟ ସିଜନ୍ ପାଇଁ ଓଡ଼ିଶା ଫୁଟ୍‌ବଲ୍ କ୍ଲବ୍ ସହ ସହଯୋଗିତା ସ୍ଥାପନ


ଭୁବନେଶ୍ୱର: ଦେଶର ଅଗ୍ରଣୀ ସମନ୍ୱିତ ଇସ୍ପାତ କଂପାନି ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍ ପକ୍ଷରୁ ଓଡ଼ିଶା ଫୁଟ୍‌ବଲ୍ କ୍ଲବ୍ ସହିତ ସହଯୋଗିତାକୁ ଅବ୍ୟାହତ ରଖିବା ବିଷୟରେ ଘୋଷଣା କରାଯାଇଛି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍ ଏହି କ୍ଲବ୍‌ର ପ୍ରାୟୋଜକ ହୋଇଛି ଯାହା ଏହି ଅଂଚଳର କ୍ରୀଡ଼ା ଓ ଯୁବ ବିକାଶ ପ୍ରତି କଂପାନିର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।
କଂପାନିର ଏଭିପି ଓ ମୁଖ୍ୟ (ସେଲ୍‌ସ ଆଣ୍ଡ୍ ମାର୍କେଟିଂ, ଟିଏମ୍‌ଟି ଓ ଓୟାର ରଡ୍‌) ଅରବିନ୍ଦ କୁମାର କହିଛନ୍ତି ଯେ, “ଦ୍ୱିତୀୟ ସିଜନ ପାଇଁ ଓଡ଼ିଶା ଫୁଟବଲ୍ କ୍ଲବ୍ ସହିତ ସହଯୋଗିତାକୁ ଜାରି ରଖିଥିବାରୁ ଆମେ ରୋମାଂଚିତ । ରୁଙ୍ଗ୍‌ଟାରେ ଆମେ ଭାରତର ଯୁବବର୍ଗଙ୍କୁ ସଶକ୍ତ କରିବା ଏବଂ ପ୍ରତିଭାଙ୍କୁ ସମୃଦ୍ଧ କରିବା ଉପରେ ବିଶ୍ୱାସ କରୁ ଏବଂ ଏଥିପାଇଁ ଫୁଟବଲ୍ ଏକ ଚମତ୍କାର ମଂଚ ପ୍ରଦାନ କରିଛି । ଓଡ଼ିଶା ଏଫ୍‌ସି ସହିତ ଆମ ସହଯୋଗିତା ହେଉଛି ଏହି ଅଂଚଳରେ କ୍ରୀଡ଼ାର ବିକ।। ପ୍ରତି ଆମ ଉତ୍ସର୍ଗୀକୃତ ମନୋଭାବର ପ୍ରସାର ଏବଂ ଆମେ କ୍ଲବ୍‌ର ଅଭିବୃଦ୍ଧି ଓ ପଡ଼ିଆରେ ସଫଳତାକୁ ଉତ୍ସାହର ସହ ଅପୋ କରିଛୁ । ମିିତ ଭାବେ ଫୁଟବଲ୍‌ର ଶକ୍ତି ସହିତ ଗୋଷ୍ଟୀକୁ ଅନୁପ୍ରାଣିତ ଓ ଏକତ୍ରୀତ କରିବାକୁ ଆମେ ଚାହୁଛୁ ।”
ଭୁବନେଶ୍ୱରର ଓଡ଼ିଶା ଫୁଟବଲ୍ କ୍ଲବ୍ ତୃଣମୂଳ ସ୍ତର ବିକାଶ, ଯୁବ ପ୍ରତିଭାଙ୍କ ପ୍ରସାର ଏବଂ ଇଣ୍ଡିଆନ ସୁପର ଲିଗ୍‌ରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଖେଳ ପ୍ରତି ପ୍ରତିବଦ୍ଧତା ପାଇଁ ଭାରତୀୟ ଫୁଟବଲ୍ ଦୃଶ୍ୟପଟ୍ଟରେ ବେଶ ଲୋକପ୍ରିୟତା ହାସଲ କରିଛି । ରୁଙ୍ଗଟା ମାଇନ୍ସର ନିରନ୍ତର ସହଯୋଗ କ୍ଲବ୍‌କୁ ଏହାର ଅଭିଯାନ ବ୍ୟାପକ କରିବା ଏବଂ ଭାରତୀୟ ଫୁଟବଲ୍ ଜଗତରେ ଶକ୍ତିଶାଳୀ ହେବାରେ ସକ୍ଷମ କରିବ ।
ରୁଙ୍ଗଟା ମାଇନ୍ସ ଓ ଓଡ଼ିଶା ଫୁଟବଲ୍ କ୍ଲବ୍ ମଧ୍ୟରେ ସହଯୋଗିତା ଖେଳ ଠାରୁ ଆହୁରି ବହୁତ କିଛି ଯେଉଁଥିରେ ଉଭୟଙ୍କ ମିଳିତ ଲକ୍ଷ୍ୟ ହେଉଛି ଏକ ସୁସ୍ଥକର ଓ ଅଧିକ ସକ୍ରିୟ ଗୋଷ୍ଠୀକୁ ସୁଦୃଢ଼ କରିବା ।
ରୁଙ୍ଗଟା ମାଇନ୍ସ ଲିମିଟେଡ୍ ବିଭିନ୍ନ ଗୋଷ୍ଠୀ କୈନ୍ଦ୍ରୀକ କାର୍ଯ୍ୟକ୍ରମକୁ ନିରନ୍ତର ସହଯୋଗ କରଛି ଏବଂ ଓଡ଼ିଶା ଏଫ୍‌ସି ସହିତ ଏହି ସହଯୋଗିତା ସେହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଆଉ ଏକ ପଦକ୍ଷେପ ।


Share It

Comments are closed.