କୋହଲି ଏବଂ ରୋହିତଙ୍କ ପ୍ରଦର୍ଶନକୁ ନେଇ କିଛି ଏପରି କହିଲେ ଗାଙ୍ଗୁଲୀ


ବିରାଟ କୋହଲି ଓ ରୋହିତ ଶର୍ମା, ଜଣେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ଓ ଜଣେ ବର୍ତ୍ତମାନର କ୍ୟାପଟେନ୍। କିନ୍ତୁ ଦୁହିଁଙ୍କ ଭିତରେ ଗୋଟିଏ କଥା ସମାନ ରହିଛି। ତାହା ହେଲା ଭାରତୀୟ କ୍ରିକେଟର ଏହି ଦୁଇ ଷ୍ଟାର ଖେଳାଳି ବର୍ତ୍ତମାନ ନିଜ କ୍ୟାରିୟରର ଖୁବ୍ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ଦୁହିଁଙ୍କର ହିଁ ବ୍ୟାଟ୍ ଦୀର୍ଘ ଦିନ ଧରି କିଛି କମାଲ କରିପାରିନି। ଆଇପିଏଲ ୨୦୨୨ ରେ ମଧ୍ୟ ଏହା ଜାରି ରହିଛି।
କୋହଲି ୯ଟି ମ୍ୟାଚ୍‌ରେ ୧୨୮ ରନ୍ କରିଛନ୍ତି ଓ ସେ ଦୁଇ ଥର ଗୋଲ୍ଡେନ୍ ଡକ୍ ହୋଇଛି। ଅନ୍ୟପକ୍ଷେ ରୋହିତଙ୍କ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ ରେ ଗୋଟିଏ ବି ମ୍ୟାଚ୍ ଜିତିପାରିନାହାନ୍ତି ଓ ତାଙ୍କର ନିଜର ବ୍ୟକ୍ତିଗତ ପ୍ରଦର୍ଶନ ମଧ୍ୟ ଖୁବ୍ ଫିକା ରହିଛି। ରୋହିତ ୮ଟି ମ୍ୟାଚ୍ରେ ୧୫୩ ରନ୍ କରିଛନ୍ତି। ତେବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଆଶା ରହିଛି ଏହି ଦୁଇ ଷ୍ଟାର ଖେଳାଳି ପୁଣିଥରେ ଦେଖାଇବେ ନିଜର କମାଲ।

ନ୍ୟୁଜ ୧୮କୁ ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, କୋହଲି ଓ ରୋହିତ ଦୁହେଁ ମହାନ ବ୍ୟାଟସମ୍ୟାନ୍। ସେମାନେ ଖୁବ୍ ଶୀଘ୍ର ନିଜର ଫର୍ମକୁ ଫେରିବେ ଏହା ମୋର ସମ୍ପୂର୍ଣ୍ଣ ଭରସା। ମୋତେ ଜଣାନାହିଁ କୋହଲିଙ୍କ ମୁଣ୍ଡରେ କ’ଣ ଚାଲିଛି, କିନ୍ତୁ ମୋତେ ପୁରା ଭରସା ରହିଛି ସେ ନିଜର ଫର୍ମକୁ ଫେରିବେ ଓ କିଛି ଭଲ ରନ୍ କରିବେ। ସେ ଜଣେ ଖୁବ୍ ଭଲ ଖେଳାଳି।


Share It

Comments are closed.