ଆରମ୍ଭ ହେଲା କଙ୍ଗନାଙ୍କ ଆଗାମୀ ଫିଲ୍ମ “ପଙ୍ଗା”ର ସୁଟିଙ୍ଗ


ବଲିଉଡ କୁଇନ କଙ୍ଗନା ରାଣାୱାତ ଗୋଟିଏ ପରେ ଗୋଟିଏ ନିଜ ପରବର୍ତ୍ତୀ ଫିଲ୍ମର ସୁଟିଙ୍ଗ ଆରମ୍ଭ ଦେଲେଣି । କଙ୍ଗନା ନିଜର ଆଗାମୀ ଫିଲ୍ମ “ମଣିକର୍ଣ୍ଣିକା”ର ସୁଟିଙ୍ଗ ଶେଷ କରିଦେଇଥିବାବେଳେ ଏବେ ତାଙ୍କର ଅନ୍ୟ ଏକ ଆଗାମୀ ଫିଲ୍ମ “ପଙ୍ଗା”ର ସୁଟିଙ୍ଗ ଆରମ୍ଭ କରିଦେଲେଣି । ଏହି ଫିଲ୍ମର ସୁଟିଙ୍ଗ ରବିବାର ଠାରୁ ଆରମ୍ଭ ହୋଇଛି ।

ଏହାର ସୂଚନା ଫିଲ୍ମର ନିର୍ଦ୍ଦେଶକ ନିଜେ ଖୋଦ ଦେଇଛନ୍ତି । ଫଟୋର କ୍ଲିପବୋର୍ଡରେ ଏକ ଛବି ରହିଛି ଯେଉଁଥିରେ, ନିର୍ଦ୍ଦେଶକ ଅଶ୍ୱନୀ ତିୱାରୀ ଲେଖିଛନ୍ତି ଯେ, “ସିଧା ରାସ୍ତାରେ ସ୍ୱପ୍ନର ପଥରେ ଅଗ୍ରସର ହେବା ପାଇଁ । ‘ପଙ୍ଗା’ – ସିନେମା ପ୍ରେମ,୧୧.୧୧” । ଏହି ଫିଲ୍ମଟି କବାଡି ଖେଳାଳୀଙ୍କ ଉପରେ ପର୍ଯ୍ୟବେଷିତ । ଏହି ଫିଲ୍ମରେ କଙ୍ଗନା ରଣାୱାତଙ୍କ ସମେତ ‘ଜେସି ଗିଲ’, ‘ନିନା ଗୁପ୍ତା’, ‘ପଙ୍କଜ ତ୍ରପାଠି’ ଏବଂ ‘ରିଚା ଚଡ୍ଡା’ଙ୍କ ଭଳି ବହୁ ପ୍ରତିଷ୍ଠିତ କଳାକାରମାନେ ମଧ୍ୟ ଅଛନ୍ତି । ଏହି ଫିଲ୍ମର ପ୍ରଥମ ସୁଟିଙ୍ଗ ଭୋପାଲରେ ହୋଇଥିଲା । ଏହି ଫିଲ୍ମର ନିର୍ଦ୍ଦେଶକ ପୂର୍ବରୁ “ନିଲ ବଟ୍ଟେ ସନ୍ନାଟ୍ଟା” ଏବଂ “ବରେଲି କି ବର୍ଫି” ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କଙ୍ଗନା ଏହି ଫିଲ୍ମରେ ଜଣେ ବିବାହିତ ମିହିଳାଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ନାମ “ଜୟା” ରହିଛି । ଜୟା ବିବାହ ପୂର୍ବରୁ ଜଣେ ଆନ୍ତର୍ଜାତିକ ସ୍ତରର କବାଡି ଖେଳାଳୀ ଥିଲେ । ସେ କବାଡି ଖେଳରେ ଶିଖରରେ ପହଞ୍ଚିବା ପାଇଁ ଆଶା କରିଥିବେ କିନ୍ତୁ ସେ ଏହା ପୂରଣ କରିବାରେ ଅସଫଳ ରହିଲେ ।
ପ୍ରକାଶ ଥାଉକି କଙ୍ଗନାଙ୍କ ଆଗାମୀ ଫିଲ୍ମ “ମଣିକର୍ଣ୍ଣିକା”ର ଟିଜର ରିଲିଜ ହୋଇସାରିଛି । ଝାନ୍ସିର ରାଣୀ ଲକ୍ଷ୍ମୀ ବାଇଙ୍କ ଉପରେ ଆଧାରିତ ଏହି ଫିଲ୍ମ ଆଗାମୀ ବର୍ଷ ଜାନୁଆରୀ ୨୫ରେ ରିଲିଜ ହେବାର ଅଛି ।


Share It

Comments are closed.