ସଡ଼କ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ


ଏକ ସଡ଼କ ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ଋଡ଼କୀର ନାରସନ ସୀମାରେ ହାମଦପୁର ଝାଲ ନିକଟରେ ଋଷଭ ପନ୍ତଙ୍କ କାର ଧକ୍କା ହୋଇଥିଲା । ଗାଡିର ସ୍ଥିତିକୁ ଦେଖି ସ୍ପିଡକୁ ଆକଳନ କରାଯାଇପାରେ । ଋଷଭ ପନ୍ତଙ୍କ ମୁଣ୍ଡ, ପିଠି ଏବଂ ଗୋଡରେ ଗଭୀର ଆଘାତ ଲାଗିଛି । ଗୋଡ ଭାଙ୍ଗିବା ମଧ୍ୟ ଖବର ଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ, ପ୍ରଶାସନ କିମ୍ବା ଡାକ୍ତରଖାନା ପରିଚାଳନା ପକ୍ଷରୁ କୌଣସି ଆଧିକାରୀକ ବୟାନ ସାମ୍ନାକୁ ଆସି ନାହିଁ ।


Share It

Comments are closed.